December 21, 2025
Home » ଆଳୁ ଖୋଳୁ ଖୋଳୁ ମହାଦେବ!

ଆଳୁ ଖୋଳୁ ଖୋଳୁ ମହାଦେବ!

0
WhatsApp Image 2025-12-09 at 1.50.42 PM

 

 

ଆଳୁ ଖୋଳୁ ଖୋଳୁ ମହାଦେବ… ମୋବାଇଲ୍ ଚୋରୀ ଘଟଣାରେ ଚୋରକୁ ଖୋଲ ତାଡ଼ କରୁ କରୁ ପୁଲିସ୍ ପାଞ୍ଚଟି ଚୋରି ବାଇକ୍ ଉଦ୍ଧାର କରିଥିବା ଜଣାଯାଇଛି।ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମର ଜଣକ ଘରୁ ମୋବାଇଲ ଚୋରି ହୋଇଯାଇଥିଲା । ଏନେଇ ଜଣେ ଯୁବକଙ୍କୁ ମୋବାଇଲ ମାଲିକ ସନ୍ଦେହ ପ୍ରକାଶ କରି ପଚରାଉଚରା କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ମାରପିଟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ଯାଇ ପୁଲିସ ପାଖରେ ପହଞ୍ଚି ପହଞ୍ଚିବା ପରେ ଘଟଣା ସ୍ଥଳକୁ ଗୋଲାମୁଣ୍ଡା ପୁଲିସ ପହଞ୍ଚି ଉଭୟଙ୍କୁ ଥାନାରେ ଅଟକ ରଖି ଅଟକ ରଖି ପଚରାଉଚରା କରୁଥିବା ସମୟରେ ସନ୍ଦେହ ଥ‌ିବା ମୋବାଇଲ ଚୋରର ସବୁତକ କଳା କାରନାମା ପୁଲିସ ଜାଣିବାକୁ ପାଇଥିଲା | ଗୋଲାମୁଣ୍ଡା ଥାନା ଅଞ୍ଚଳର ବିଭିନ୍ନ ଗାଁ ବୁଲି ବାଇକ୍ ଗୁଡିକକୁ ଟାର୍ଗେଟ କରୁଥିଲା।ରାତ୍ରି ହେଲେ ଉକ୍ତ ବାଇକ୍ ଗୁଡିକୁ ଚୋରି କରିବା ପାଇଁ ଯୋଜନା ପ୍ରସ୍ତୁତ କରି ଚୋରି କରୁଥୁଲା |ଏହି ସବୁ ଘଟଣାର ସୁରାକ ପାଇବା ପରେ ଗୋଲାମୁଣ୍ଡା ପୁଲିସ ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେଇଥିଲା।ତଦନ୍ତ ସମୟରେ ଉକ୍ତ ବାଇକ ଚୋର କାହା କାହା ପାଖରେ ବାଇକ୍ ଗୁଡିକକୁ ବିକ୍ରି କରିଛି ଓ କିଛି ଲୋକଙ୍କ ଠାରେ ବନ୍ଧକ ଆକାର ରେ ଦେଇଥ‌ିବା ସେ ପ୍ରକାଶ କରିଥିଲା।ଏହାକୁ ଆଧାର କରି ଗୋଲାମୁଣ୍ଡା ପୁଲିସ ଗୋଲାମୁଣ୍ଡା ଥାନା ଅଞ୍ଚଳରୁ ୫ଟି ବାଇକ୍ ଜବତ କରିଛି ଓ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ଜଣକ ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅଧୀନସ୍ଥ ଚିଚିଆ ଗ୍ରାମର ମାନସ ରଞ୍ଜନ ସରାଫ।ଏନେଇ ଗୋଲାମୁଣ୍ଡା ଥାନାରେ ୨୦୪/୨୫ରେ ମାମଲା ରୁଜୁ କରାଯାଇ ଯୁବକ ଜଣକକୁ କୋର୍ଟ ଚାଲାଣ କରାଯାଇଛି ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *