July 5, 2025
Home » ‘ଆଶ୍ରୟ’ ଆନୂକୁଲ୍ଯରେ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପାଳିତ

‘ଆଶ୍ରୟ’ ଆନୂକୁଲ୍ଯରେ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପାଳିତ

0
WhatsApp Image 2025-04-02 at 3.09.51 PM

ବିଶ୍ୱ ଅଟିଜିମ୍ ସଚେତନତା ଦିବସ ଉପଲକ୍ଷେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଶ୍ରୟ ସଂସ୍ଥା ପକ୍ଷରୁ ଭୀମେଶ୍ଵର ମନ୍ଦିର ପାର୍କ ପରିସର ରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗଣେଶ କୁମାର ପ୍ରଧାନ ଏଥିରେ ସଭାପତିତ୍ଵ କରି ଅଟିଜିମ୍ ସଂପର୍କରେ ଧାରଣା ପ୍ରଦାନ କରି ଥିଲେ।ସ୍ଥାନୀୟ କର୍ପୋରେଟର ଶିବନାରାୟଣ ରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଟିଜିମ୍ ଓ ତାର ନିରାକରଣ ସଂପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ। ଆଶ୍ରୟ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ଏବଂ ଡାକ୍ତର ପ୍ରେମାଞ୍ଜଳୀ ସାମନ୍ତରାୟ ଆଲୋଚ଼ନା ପ୍ରସଙ୍ଗରେ କହିଥିଲେ ଯେ,ଏହା ଏକ ସ୍ନାୟବିକ ବିକାଶ ଜନିତ ବିକାର।ରୋଗ ନୁହେଁ।ପ୍ରଥମରୁ ଯଦି ଠିକ୍ ମାର୍ଗରେ ପିଲାଙ୍କ ଚିକିତ୍ସା କରାଯାଇ ପାରିବ ତେବେ ସେମାନେ ସାଧାରଣ ପିଲାଙ୍କ ପରି ଆଚ଼ରଣ କରିପାରିବେ ଓ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ। ସମସ୍ତଙ୍କ ସହଯୋଗ ରହିଲେ ତାଙ୍କର ବୌଦ୍ଧିକ ଶକ୍ତିର ବିକାଶ ସମ୍ଭବବୋଲି ଆଲୋକ ପାତ କରିଥିଲେ। ଭ୍ରମଣକାରୀ ସଙ୍ଘର ସାଧାରଣ ସଂପାଦକ ଭାଷଣ ପ୍ରସଙ୍ଗରେ କହିଥିଲେ ଯେ,ଏସବୁ ଲକ୍ଷଣ ଥିବା ପିଲାମାନ ଙ୍କ ପ୍ରତି ଦାୟୀତ୍ଵ ଓ ଡାକ୍ତରଙ୍କ ପରାମର୍ଶ ଜରୁରୀ ଆବଶ୍ୟକତା ରହିଛି। ସମାଜସେବୀ ଗୋପୀମୋହନ ପଟ୍ଟନାୟକ ଓ ଧ୍ରୁବ ପାତ୍ର ତ୍ରୁଟିଯୁକ୍ତ ଶାରିରୀକ ବିକାଶ ସମ୍ପର୍କରେ ଆଲୋକ ପାତ କରିଥିଲେ।

ସଂଘର ଅନ୍ୟତମ ସଂପାଦକ ଶଙ୍କର ମହାପାତ୍ର ଓ ବସନ୍ତ କୁମାର ନାୟକ ଶିବିର କାର୍ଯ୍ୟକ୍ରମ ପରିଚାଳନା କରିଥିବା ସ୍ଥଳେ, ଅନୁଷ୍ଠାନର ସଂଯୋଜିକା ଗୀତଞଳୀ ମହାପାତ୍ର ସମସ୍ତଙ୍କର ପରିଚ଼ୟପ୍ରଦାନ କରିଥିଲେ।ସମାଜ ସେବୀ ଦେବସ୍ମିତା ପ୍ରଧାନ ଓ ଅରୁପା ଗୌଡ ସମସ୍ତଙ୍କୁ ଫଳ ବଣ୍ଟନ କରିଥିଲେ।
ଅନ୍ୟମାନଙ୍କ ମଧରେ ବିଶିଷ୍ଟ ସମାଜସେବୀ ଶଙ୍କର ସାହୁ ଓ ପଦ୍ମନାଭ ଷଢଙ୍ଗୀ, ବିଶ୍ଵନାଥ ବେହେରା, ମା ମା ସାହୁ, ନିରଞ୍ଜନ ବେହେରା, ସୁଧାଂଶୁ ଶେଖର ହରିଚନ୍ଦନ, ଗୌରହରି ପଣ୍ଡା,ମଦନ ମୋହନ,ଦାଶ ସୀତାଂଶୁ ଶେଖର ବାବୁ ହୃଦାନନ୍ଦ, ଦାସ, ବିଶ୍ଵନାଥ ଚଇନୀ, ପ୍ରଫୁଲ ସାହୁ, କ୍ଷିରୋଦ ସାହୁ, ପ୍ରତାପ ମିଶ୍ର, ଅଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *