October 23, 2025
Home » ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ସୁବର୍ଣ୍ଣପୁର ର ପ୍ରସିଦ୍ଧ ହରଗୌରୀ ଯାତ୍ରା l

ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ସୁବର୍ଣ୍ଣପୁର ର ପ୍ରସିଦ୍ଧ ହରଗୌରୀ ଯାତ୍ରା l

0
WhatsApp Image 2025-10-03 at 6.51.12 PM

ସୁବର୍ଣ୍ଣପୁର — ଆସନ୍ତା ୬ ତାରିଖ ସୋମବାର ଦିନ ଠାରୁ ସହରର ଢ଼େରାପଡା ଠାରେ ଆରମ୍ଭ ହେବ ପ୍ରସିଦ୍ଧ ହରଗୌରୀ ଯାତ୍ରା । ପ୍ରତି ବର୍ଷେ ଅନ୍ତରରେ ଏହି ଯାତ୍ରା ସହର ର ତେଲୁଗୁ ସଂପ୍ରଦାୟ ଦେବାଙ୍ଗ (ଢେରା) ଙ୍କ ଦ୍ଵାରା ଆୟୋଜନ ହେଉଥିବା ଏହି ଯାତ୍ରା ୬ତାରିଖରେ ପ୍ରଥମେ ଗୌରୀଙ୍କ ଆଗମନ ପରେ ୮ ତାରିଖରେ ହରଙ୍କୁ ଆମନ୍ତ୍ରଣ କରି ଅଣାଯିବ । ପ୍ରତିଦିନ ହରଗୌରୀଙ୍କ ଠାରେ ସୁପ୍ରଭାତମ୍,ମହାପୂଜା, ରୁଦ୍ରାଭିଷେକ ପ୍ରଭୃତି ଜାରି ରହିବା ସହ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବ । ୯ ତାରିଖରେ ବଲାଙ୍ଗୀର ର ଡେନ୍ସ ଗୃପ କିଲର୍ ବଏଜ୍‌ ଙ୍କ ଦ୍ଵାରା ଡେନ୍ସ ପରିବେଷଣ ଥିବା ବେଳେ ୧୦ ତାରିଖ ରେ ଭକ୍ତି ଆରାଧନା ଭଜନ ସଂଧ୍ୟା , ୧୧ ତାରିଖରେ ବର୍ଷାରାଣୀ ତ୍ରିପାଠୀ ଙ୍କ ଦ୍ଵାରା ସୁନ୍ଦରାକାଣ୍ଡ ପାରାୟଣ ଓ ଭଜନ ପରିବେଷଣ ହେବ। ୧୨ତାରିଖରେ ସମ୍ବଲପୁର ର ପଞ୍ଚବାଦ୍ୟ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ରହିଛି। ୧୩ ତାରିଖରେ ହରିଓଁ ମେଲୋଡି ଓ ୧୪ ତାରିଖ ଭୁବନେଶ୍ଵର ର ତରଙ୍ଗ ସଙ୍ଗୀତ ଭଜନ ସଂଧ୍ୟା ଓ ମଧ୍ୟରାତ୍ର ରୁ ଉଷାଶି ଉତ୍ସବ ଅନୁଷ୍ଠିତ ହେବ ବୋଲି ବୁଢ଼ିମା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ସହଦେବ ପାତ୍ର ପ୍ରକାଶ କରିଛନ୍ତି। ଦେବାଙ୍ଗ ସଂସ୍କୃତି ଓ ପରମ୍ପରା କୁ ନେଇ ଏହି ଯାତ୍ରା ୯ ଦିନ ଧରି ଚାଲିବ ବୋଲି ଯାତ୍ରା କମିଟିର ସଂପାଦକ ବି.ସତ୍ୟନାରାୟଣ ରାଓ ସୂଚନା ଦେଇଛନ୍ତି ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *