December 4, 2025
Home » ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ନୂଆଁ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ବନ୍ଦନ ଯୋଜନା ର ଶୁଭାରମ୍ଭ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ନୂଆଁ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ବନ୍ଦନ ଯୋଜନା ର ଶୁଭାରମ୍ଭ

0
WhatsApp Image 2025-04-11 at 8.56.44 PM

l

ସୁବର୍ଣ୍ଣପୁର— ରାଜ୍ୟ ସ୍ତରରେ କଟକ ବାଲିଯାତ୍ରା ପଡିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଏକକ କାର୍ଡ ବିତରଣ ସହ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାର ଲୋକାର୍ପଣ ହୋଇ ଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ସମସ୍ତ ବ୍ଲକ ଓ ସୋନପୁର ସହର ର ବିଭିନ୍ନ ୨୧ ଟି ସ୍ଥାନ ରେ ଏହି ଯୋଜନାର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ସୋନପୁର ବ୍ଲକ୍ ଅନ୍ତର୍ଗତ ହର୍ଡୋଖୋଲ ନିକଟ ସାହାଜପିଟା ପଥ ପ୍ରାନ୍ତ କେନ୍ଦ୍ର ଠାରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ, ଡ ପ୍ରଦୀପ କୁମାର ଗୁରୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଡ ବଣ୍ଟନର ଲୋକାର୍ପଣ କରିଥିଲେ।ସେହିପରି ସୁବର୍ଣ୍ଣପୁର ସହର ସ୍ଥିତ ଟାଉନ ହଲରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମ ରେ ଗୁହା ପୁନମ ତାପସ କୁମାର, ଆୟୁକ୍ତ ତଥା ସଚିବ, ହସ୍ତ ତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ ଅବକାରୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ପୌରପରିଷଦ ଅଧ୍ୟକ୍ଷା ତଥା ସ୍ଥାନୀୟ ଜନ ପ୍ରତିନିଧି ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ରହିଥିଲେ। ଜିଲ୍ଲାର ଅନ୍ୟ ଆୟୋଜିତ ସ୍ଥାନ ଗୁଡିକରେ ସ୍ଥାନୀୟ ଜନପ୍ରତିନିଧି ସହ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସହିତ ସଚେତନତା ରଥର ଶୁଭାରମ୍ଭ କରିଥିଲେ।ଏହି କାର୍ଡ ଦ୍ଵାରା ଦେଶର ବିଭିନ୍ନ ପଞ୍ଜିକୃତ ଚିକିତ୍ସାଳୟ ରେ ହିତାଧିକାରୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବାର ସୁଯୋଗ ଥିବା ବେଳେ ମହିଳା ହିତାଧିକାରୀ ଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଚିକିତ୍ସା ସେବା ପାଇବାର ସୁଯୋଗ ରହିଛି । ୭୦ ବର୍ଷ କିମ୍ବା ତଦୂର୍ଦ୍ଧ୍ ବୃଦ୍ଧ ବୃଦ୍ଧା ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା ରେ ସ୍ବାସ୍ଥ୍ୟ ବୀମା ସୁବିଧା ଉପଲବ୍ଧ ପାଇ ପାରିବେ । ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ଯୋଜନା ର ବହୁଳ ପ୍ରଚାର ପ୍ରସାର ପାଇଁ ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ସମ୍ମିଳନୀ ରେ ଜିଲ୍ଲାପାଳ ଆୟୁଷ୍ମାନ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ନିଆଯାଇଥିବା ଯୋଜନା ଉପରେ ସୂଚନା ଦେଇଥିଲେ। ଆଜି ଶୁଭାରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଏହି ଯୋଜନା କୁ ଅଧିକ ଲୋକାଭିମୁଖୀ କରାଯିବା ପାଇଁ ଯୋଜନାର ବହୁଳ ପ୍ରଚାର ପ୍ରସାର ନିମନ୍ତେ ଆବଶ୍ୟକ ପଦକ୍ଷେପ ଉପରେ ସୂଚୀତ କରିଥିଲେ। ସେ ଏହି ପରିପ୍ରେକ୍ଷୀରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏହାର ସଫଳତା ତଥା ଜନସାଧାରଣଙ୍କ କଲ୍ୟାଣ ଦୃଷ୍ଟିରୁ ଆନ୍ତରିକ ସହଯୋଗ ତଥା କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରିଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ସି ଡି ଏମ ଓ ଡ ପ୍ରଦୀପ କୁମାର ଗୁରୁ, ଏ ଡି ଏମ ଓ ଡ ଦୈତ୍ୟ ନାରାୟଣ ପାଢ଼ୀ, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ଡେପୁଟି କଲେକ୍ଟର କୃଷ୍ଣ ମୋହନ ସିଂହ, ରମେଶ ଚନ୍ଦ୍ର ଗୋଛି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ତଥା ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା,ଜିଲ୍ଲାସ୍ତରୀୟ ସାମ୍ବାଦିକ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ପ୍ରମୁଖ ଯୋଗଦାନ କରିଥିଲେ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *