December 24, 2025
Home » ଇଟାମାଟିରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

ଇଟାମାଟିରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

0
unnamed---2
ନୟାଗଡ଼: ନୟାଗଡ ବ୍ଲକ ଅନ୍ତର୍ଗତ ଆଶୀର୍ବାଦ କଲ୍ୟାଣ ମଣ୍ଡପ ଇଟାମାଟି ଠାରେ ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ ଡେଭଲପମେଣ୍ଟ,, ଇଟାମାଟି ଓ ଓଡ଼ିଶାର ନମ୍ବର ୱାନ ପେନକ୍ଲିନିକ ହେଲଥ ଭିଲେଜ ହସ୍ପିଟାଲ, ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ସମାଜସେବୀ ମନୋଜ କୁମାର ସାହୁଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଅଛି । ଏଥିରେ ହେଲଥ ଭିଲେଜ ହସ୍ପିଟାଲ ଭୁବନେଶ୍ୱରର ସିନିୟର ପ୍ରଫେସର ଡାକ୍ତର ଶୋଭନ କୁମାର ରଥ ଙ୍କ ନେତୃତ୍ୱରେ ଅଭିଜ୍ଞ ଡାକ୍ତର ପ୍ରତାପ କୁମାର ସିଂ (ଭେଷଜ ବିଶେଷଜ୍ଞ), ଡାକ୍ତର ରାଘବ ଲୋଚନ( ଯନ୍ତ୍ରଣା ନିବାରଣ ବିଶେଷଜ୍ଞ )ଏବଂ ଡାକ୍ତର ରାମକୃଷ୍ଣ ପାତ୍ର (ଯନ୍ତ୍ରଣା ଓ ଭୌତିକ ନିବାରଣ ବିଶେଷଜ୍ଞ) ଙ୍କ ଦ୍ୱାରା ସକାଳ ୯ଘଟିକା ଠାରୁ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ଇଟାମାଟି ପଞ୍ଚାୟତ ସମେତ ପାଖାପାଖି ସାତ ଗୋଟି ପଞ୍ଚାୟତରୁ ଆଣ୍ଠୁ ଗଣ୍ଠି ଓ ଅଣ୍ଟା ଜନିତ ଯନ୍ତ୍ରଣାର ନିରାକରଣ ପାଇଁ ଦୁଇଶହରୁ ଉର୍ଦ୍ଧ ରୋଗୀଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରି ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ସେବା ଶିବିରକୁ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ରାଜକିଶୋର ବରାଡ଼ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଅନୁଷ୍ଠାନର ସମ୍ପାଦକ ଉମେଶ ଚନ୍ଦ୍ର ପଟ୍ଟନାୟକ, କୋଷାଧକ୍ଷ ରବୀନ୍ଦ୍ର ରାଉତ, ବଂଶୀଧର ସ୍ମୃତି କମିଟିର ସଭାପତି ଡ଼. ରଙ୍ଗନାଥ ବେହେରା, ସମାଜସେବୀ ବସନ୍ତ କୁମାର କର, ସନ୍ତୋଷ କୁମାର ଦାଶ, ନବ କିଶୋର ସାହୁ, ବିଶ୍ଵମୋହନ ମିଶ୍ର, ଦୀପକ କୁମାର ସୁନ୍ଦରକା, ବିନାୟକ ପ୍ରଧାନ, ନାରାୟଣ ସାହୁ,ଅଶୋକ ସାହୁ,ପୁରୁଷୋତ୍ତମ ମହାପାତ୍ର, ସୁରେନ୍ଦ୍ର ସାହୁ, ଅକ୍ଷୟ କୁମାର ମଲ୍ଲ, ଶିବ ରଞ୍ଜନ ସାହୁ, ଅନ୍ତର୍ଯ୍ୟାମୀ ସାହୁ, ପ୍ରଦ୍ୟୁମ୍ନ କୁମାର ସାହୁ, ଅଜୟ କୁମାର ପ୍ରଧାନ, ବାନାମ୍ବର ଜେନା, ସନ୍ତୋଷ କୁମାର ସ୍ୱାଇଁ, ଦେବରାଜ ସାହୁ ଏବଂ ପ୍ରଶାନ୍ତ କୁମାର ପୃଷ୍ଟି ଉପସ୍ଥିତ ରହି ଚିକିତ୍ସାରେ ସହଯୋଗ କରିଥିଲେ ।
 ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *