ଇଣ୍ଡିଆନ୍ ବ୍ୟାଙ୍କ୍ ଏମ୍ପ୍ଇଜ୍ ୟୁନିୟନର ୨୫ତମ ବାର୍ଷିକ ସମ୍ମିଳନୀ
ବ୍ରହ୍ମପୁର ଗିରି ରୋଡ଼ ସ୍ଥିତ ସହୀଦ୍ ଲକ୍ଷ୍ମଣ ନାୟକ ମେମୋରିଆଲ ହଲ୍ ଠାରେ ଇଣ୍ଡିଆନ୍ ବ୍ୟାଙ୍କ୍ ଏମ୍ପ୍ଇଜ୍ ୟୁନିୟନର ୨୫ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶ୍ରୀଯୁକ୍ତ ତ୍ରିନାଥ ସାହୁଙ୍କ ସଭାପତିତ୍ୱରେ ଆଇବିଇଏଫର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ହରି ରାଓ ଖୋଲା ସମ୍ମିଳନୀର ଉଦ୍ଘାଟନ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ଏଓବିଇଏଫର ସଭାପତି ଶ୍ରୀଯୁକ୍ତ ପ୍ରକାଶ, ବିଇଏଫଆଇର ପୂର୍ବତନ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ ଷଡ଼ଙ୍ଗୀ, ବ୍ରହ୍ମପୁରର ଆଞ୍ଚଳକ ପ୍ରବନ୍ଧକ ଶ୍ରୀଯୁକ୍ତ ଉଚ୍ଛବ ଚରଣ ପାତ୍ର, ଶ୍ରୀଯୁକ୍ତ ପ୍ରଭାସ ଷଣ୍ଢ, ଶ୍ରୀଯୁକ୍ତ ଅଜୟ ମହାନ୍ତି, ହରିହର ଆଚାର୍ଯ୍ୟ ପ୍ରମୁଖ ଯୋଗଦାନ କରି ସଙ୍ଗଠନର ଅବଦାନକୁ ସ୍ମରଣ କରାଇ ଆଗାମୀ ଦିନରେ ସଂଗଠନର ସୁଦୃଢ଼ ଏବଂ ସୁସଂଗଠିତ କରିବାକୁ ଆହ୍ବାନ ଦେଇଥିଲେ। ସେହିପରି ସମ୍ମିଳନୀର ଦ୍ବିତୀୟ ଦିନର ସଭାକାର୍ଯ୍ୟରେ ବ୍ୟାଙ୍କ କର୍ମଚାରୀ ମାନଙ୍କ ସ୍ଵାର୍ଥ ପାଇଁ ନ୍ୟାର୍ଯ୍ୟ ପାଇଁ ୬ ଗୋଟି ଦାବି ରହିଥିଲା । ସଭାକାର୍ଯ୍ୟ ଶେଷରେ ସଭାପତି ଦେବାଶିଷ ଲେଙ୍କା ଏବଂ କାର୍ଯ୍ୟକାରୀ ସଭାପତି ହରିପ୍ରସାଦ ଦାଶଙ୍କ ନେତୃତ୍ବରେ ଏକ ୩୫ ଜଣିଆ କର୍ମକର୍ତ୍ତା କମିଟି ସର୍ବସମ୍ମତିରେ ନିର୍ବାଚିତ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ବ୍ରହ୍ମପୁର ବ୍ୟାଙ୍କ୍ କର୍ମଚାରୀ ସମନ୍ବୟ ସଙ୍ଘ ସଙ୍ଗଠନର ସୁନେଜ୍ ପାଣିଗ୍ରାହୀ ଏବଂ ଶିବ ପ୍ରାସାଦ ମହାପାତ୍ରଙ୍କ ନେତୃତ୍ୱରେ ସମ୍ମିଳନୀର ପରିଚାଳନା କରାଯାଇଥିବା ବେଳେ, ସଂଗଠନର ସାଧାରଣ ସମ୍ପାଦକ ମନୋଜ କୁମାର ମୁଦୁଲିଙ୍କ ସମେତ ନୂତନ ନିର୍ବାଚିତ ସାଧାରଣ ସମ୍ପାଦକ ଲଲାଟେନ୍ଦୁ ବାରିକ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
