October 23, 2025
Home » ଇଫକୋର ସହଯୋଗୀ କୋର୍ଡେଟ ର ୪୮ତମ ପ୍ରତିଷ୍ଠା ଦିବସ ଓ ଆଲୋଚନାଚକ୍ର ଆୟୋଜିତ

ଇଫକୋର ସହଯୋଗୀ କୋର୍ଡେଟ ର ୪୮ତମ ପ୍ରତିଷ୍ଠା ଦିବସ ଓ ଆଲୋଚନାଚକ୍ର ଆୟୋଜିତ

0
WhatsApp Image 2025-10-10 at 8.08.50 PM

 

ପାରାଦୀପ – ଇଫକୋର ସହଯୋଗୀ କୃଷି ସମ୍ପର୍କିତ ସଚେତନତା ଧର୍ମୀ ଅନୁଷ୍ଠାନ କୋଅପରେଟିଭ ରୁରାଲ ଡେଭଲପମେଣ୍ଟ ଟ୍ରଷ୍ଟ (କୋର୍ଡେଟ) ର ୪୮ତମ ପ୍ରତିଷ୍ଠା ଦିବସ ଓ କୃଷି ସମ୍ପର୍କିତ ଆଲୋଚନାଚକ୍ର ଗୁରୁବାର ଦିନ ଇଫକୋ ପାରାଦୀପ ପରିସରରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି l ଇଫକୋ ଓ କୋର୍ଡେଟ ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଫକୋ ପାରାଦୀପ ୟୁନିଟ ମୂଖ୍ୟ ପି.କେ.ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ l ନିଜ ବକ୍ତବ୍ୟରେ ଶ୍ରୀ ମହାପାତ୍ର ନାନୋ ସାରର ଭୂମିକା ଓ କୃଷିରେ ଆଶାଜନକ ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରିଥିଲେ l ନାନୋ ସାର କିପରି ମୃତ୍ତିକା ର ଉର୍ବରତା ବୃଦ୍ଧି କରେ ଏବଂ ଉତ୍ପାଦକତାରେ ଉନ୍ନତି ଆଣେ ଏବଂ ଚାଷୀ ମାନଙ୍କୁ ଆର୍ଥିକ ଓ ପରିବେଶଗତ ଭାବରେ ଲାଭ ପହଞ୍ଚାଇଥାଏ ସେ ସମ୍ପର୍କରେ ଶ୍ରୀ ମହାପାତ୍ର ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଓୟୁଏଟିର ପ୍ରଫେସର ଡ଼ଃ.ଆର.କେ.ନାୟକ, କଟକ ସିଆରଆରଆଇ ବରିଷ୍ଠ ମୃତ୍ତିକା ବିଜ୍ଞାନୀ ଡ଼ଃ.ସଂଗୀତା ମହାନ୍ତି, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ର କୃଷି ଅଧିକାରୀ ପ୍ରଦୋଷ କୁମାର ବେହେରା, କୁଜଙ୍ଗ ବ୍ଲକ କୃଷି ଅଧିକାରୀ ସୀତାରତ୍ନମାଳି ଦାସ, ଇଫକୋ ଅଧିକାରୀ ସନ୍ଧ୍ୟାରାଣୀ ବେହେରା ପ୍ରମୁଖ ଯୋଗଦେଇ କୃଷି ଉତ୍ପାଦନ ବୃଦ୍ଧି ପାଇଁ ରସାୟନିକ ସାର ପରିବର୍ତ୍ତେ ପରିବେଶ ଉପଯୋଗୀ ଇଫକୋ ର ନାନୋ ସାର ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ lଏହି ଅବସରରେ କୋର୍ଡେଟ ର ଅଧ୍ୟକ୍ଷ କୁଳମଣି ମାଝି ସମସ୍ତଙ୍କୁ ସ୍ୱାଗତ କରି ଚାଷୀ ସମ୍ପ୍ରଦାୟର କଲ୍ୟାଣ ପାଇଁ କୋର୍ଡେଟ ର ନିରନ୍ତର ପ୍ରୟାସ ଓ ଯାତ୍ରା ବିଷୟରେ ବିବରଣୀ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଇଫକୋର ଜୟନ୍ତ ଜେନା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ନାନୋର ମହାପ୍ରବନ୍ଧକ ଏସ.ପି.ରଥ, ପରିବହନ ଯୁଗ୍ମ ମହାପ୍ରବନ୍ଧକ ବି.କେ.ମିଶ୍ର,ସୁରକ୍ଷା ମୂଖ୍ୟ ପରିଚାଳକ ରାକେଶ ପାଣ୍ଡେ, ଇଫକୋ ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ଏବଂ ଇଫକୋ ଅଫିସର୍ସ ସଂଘର ସଭାପତି ସୁଶାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ୨୫୦ ରୁ ଉର୍ଦ୍ଧ ପ୍ରଗତିଶୀଳ କୃଷକ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବା ବେଳେ ଉପସ୍ଥିତ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକଙ୍କୁ ୫୦୦ ଏମଏଲ ନାନୋ ସାର ବୋତଲ ପ୍ରଦାନ କରାଯାଇଥିଲା l ତେବେ କୃଷିରେ ନବସୃଜନ ଉପରେ ଗୁରୁତ୍ୱ ଏବଂ ଓଡ଼ିଶାରେ ଚାଷୀ ମାନଙ୍କୁ ସଶକ୍ତ କରିବା ଓ ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ପ୍ରତି ଇଫକୋ ଓ କୋର୍ଡେଟ ର ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦିଷ୍ଟ କରିଛି l

Leave a Reply

Your email address will not be published. Required fields are marked *