ଇଫକୋ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ଉତ୍ସାହ ଉଦ୍ଦୀପନା ସହ ପାଳିତ

ପାରାଦୀପ – ଭାରତୀୟ କୃଷକ ସାର ସମବାୟ (ଇଫକୋ) କମ୍ପାନୀ ପରିସରରେ ଆୟୋଜିତ ୭୯ତମ ସ୍ବାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନା ସହ ଅଗଷ୍ଟ ୧୫ ତାରିଖ ଶୁକ୍ରବାର ଦିନ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ୟୁନିଟ୍ ମୁଖ୍ୟ ପ୍ରଦୀପ କୁମାର ମହାପାତ୍ର ଯୋଗ ଦେଇ ଜନସାଧାରଣ ଙ୍କ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟରେ ସମସ୍ତ କର୍ମଚାରୀ ଓ ଶ୍ରମିକ ମାନଙ୍କ ସହଯୋଗ ଅତ୍ୟନ୍ତ ସ୍ମରଣୀୟ ବୋଲି ଉଲ୍ଲେଖ କରିଥିଲେ l ଶ୍ରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିବା ପରେ ଇଫକୋ ପାଇଁ ଅନେକ ଗୁଡ଼ିଏ ସଫଳତା ଆଣି ଦେଇଛନ୍ତି। ଏଥିସହ ଚଳିତବର୍ଷ ଆୟୋଜିତ ହୋଇଥିବା ଆଇୟୁସିଏଫ କାର୍ଯ୍ୟକ୍ରମରେ ପାରାଦୀପ ୟୁନିଟ୍ ଶ୍ରେଷ୍ଠ ପୁରସ୍କାର ହାସଲ କରିଥିଲା । ତାସହିତ ଇଫକୋ ପାରାଦୀପ ୟୁନିଟ୍ ରାଜ୍ୟର କ୍ଷୁଦ୍ର ତଥା ଲଘୁ ଉଦ୍ୟୋଗ ମାନଙ୍କୁ ସହଯୋଗର ହାତ ବଢ଼ାଇଥିବାରୁ ସେଥିପାଇଁ ରାଜ୍ୟ ଶିଳ୍ପ ବିଭାଗ ପକ୍ଷରୁ ଇଫକୋ ପାରାଦୀପ ୟୁନିଟ୍ କୁ ଶ୍ରେଷ୍ଠ ପ୍ଲାଣ୍ଟ୍ ଆୱ୍ବାର୍ଡରେ ସମ୍ମାନିତ କରାଯାଇଥିଲା ।ବିଗତ ଦିନରେ ପାରାଦୀପ ୟୁନିଟର ମୁଖ୍ୟ ଭାବେ ଦାୟିତ୍ଵ ନିର୍ବାହ କରିଥିବା ଶ୍ରୀ କେ.ଜେ.ପଟେଲ୍ ବର୍ତ୍ତମାନ ଇଫକୋ ର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଗ୍ରହଣ କରିଥିବାରୁ ସେ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ଆନ୍ତରିକତାର ସହ ସାଧୁବାଦ ଜଣାଇଥିଲେ । ଏଥିପାଇଁ ଶ୍ରୀ ମହାପାତ୍ର ଏହାର ଶ୍ରେୟ କମ୍ପାନୀ ର ଅଧିକାରୀ, କର୍ମଚାରୀ ଓ ଶ୍ରମିକ ମାନଙ୍କୁ ସଦା ସର୍ବଦା ପ୍ରଦାନ କରିଛନ୍ତି। ତେବେ ଏଥିରେ ଆଗାମୀ ଦିନରେ ଇଫକୋ ନାନୋ ତରଳ ସାର ଉତ୍ପାଦନ କରି ବିଶ୍ବରେ ଏକ ବିରଳ ଇତିହାସ ରଚିବାକୁ ଯାଉଛି । ଏଥିପାଇଁ ଶ୍ରୀ ମହାପାତ୍ର ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରିଛନ୍ତି ।
ତେବେ ଇଫ୍କୋରେ ଏହି ୭୯ ତମ ସ୍ବାଧିନତା ଦିବସ ପାଳନ କରାଯିବା ଅବସରରେ, ସମସ୍ତ ବରିଷ୍ଠ ଅଧିକାରୀ, କର୍ମଚାରୀ, ୟୁନିଅନ୍ ଏବଂ ଆସୋସିଏସନ୍ ର ସଦସ୍ୟ ଏବଂ ଇଫ୍କୋ ଟାଉନସିପ୍ର ବାସିନ୍ଦାମାନେ ପିଲାମାନଙ୍କ ଗହଣରେ ପାଳନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପି.କେ.ମହାପାତ୍ର ଙ୍କୁ ବିଭିନ୍ନ ପଦାଧିକାରୀ ଓ କର୍ମଚାରୀ ମାନେ ଭବ୍ୟ ସ୍ଵାଗତ ଜଣାଇ ଥିଲେ । ଏହାପରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରି ସାମୁହିକ ଭାବେ ଜାତୀୟ ସଙ୍ଗୀତ ଜନ ଗଣ ମନ ଅଧିନାୟକ ଗାନ କରିଥିଲେ । ପରେ ଆୟୋଜିତ ଚିତ୍ତାକର୍ଷକ ପ୍ୟାରେଡ୍ ସୋ କୁ ଦେଖିବା ପାଇଁ ଶତାଧିକ ଲୋକେ ଏକତ୍ରିତ ହୋଇ ଭରପୁର ଉପଭୋଗ କରିଥିଲେ। ଇଫକୋ କମ୍ପାନୀ ର ସୁରକ୍ଷା କର୍ମଚାରୀ, ଏସଆଇଏସ ସୁରକ୍ଷା କର୍ମୀ,ଇଫକୋ ଡିଏଭି ସ୍କୁଲର ଛାତ୍ରଛାତ୍ରୀ ମାନେ ଚମତ୍କାର ପ୍ୟାରେଡ୍ ରେ ଅଂଶଗ୍ରହଣ କରି ମୁଖ୍ୟ ଅତିଥି ଙ୍କୁ ଅଭିଭାଦନ ଜଣାଇଥିଲେ । ଏହାପରେ ଆୟୋଜିତ ଭବ୍ୟ ସମାବେଶକୁ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ, ଶ୍ରୀ ପି.କେ.ମହାପାତ୍ର ‘ସ୍ବାଧୀନତା ଦିବସ ପାଳନର ଗୁରୁତ୍ୱ ଏବଂ ଏଥିରେ ଭାରତର ନାଗରିକଙ୍କ କର୍ତ୍ତବ୍ୟ’ ଉପରେ ଗୁରୁତ୍ୱାରୋପ କରିଥିଲେ। ଏକ ସ୍ବାଧୀନ ଭାରତର ମୂଲ୍ୟବୋଧକୁ ସୁରକ୍ଷା ଓ ନିରାପତ୍ତା ଦେବାରେ ଭାରତୀୟ ନାଗରିକ ମାନଙ୍କର କର୍ତ୍ତବ୍ୟ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆହୁରି ବିସ୍ତାର ଭାବେ ବର୍ଣ୍ଣନା କରି କହିଥିଲେ ଏବଂ ପ୍ରତ୍ୟେକ କର୍ମଚାରୀଙ୍କୁ ଦେଶ ପ୍ରତି ସମର୍ପିତ ଭାବରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ଇଫ୍କୋର ଅଭିବୃଦ୍ଧି ପାଇଁ ଇଫ୍କୋ କର୍ମଚାରୀଙ୍କ ‘ଜାତୀୟ ସଫଳତା ଏବଂ ଅବଦାନ’କୁ ସ୍ୱୀକାର କରି ଏହାକୁ ଆହୁରି ଦ୍ଵିଗୁଣିତ କରିବା ପାଇଁ ଆହ୍ବାନ ଦେଇଥିଲେ। ସେ ଆହୁରି ସୂଚନା ଦେଇଥିଲେ ଯେ ଇଫକୋ ସମାଜ ପ୍ରତି ଏହାର ପ୍ରତିବଦ୍ଧତାରେ ବିଶ୍ୱାସ କରେ – କାରଣ ଏହା ଏକ ସମବାୟ ସମାଜ ଯାହା ଦେଶର କୃଷକମାନଙ୍କୁ ସାହାଯ୍ୟ ଏବଂ ଉନ୍ନତି କରିବା ପାଇଁ ଉଦ୍ଦିଷ୍ଟ। ତା ସହିତ ଦେଶର ପ୍ରାୟ ୪୦ ପ୍ରତିଶତ ସାର ଏକମାତ୍ର ଇଫକୋ ହିଁ ଯୋଗାଇବାରେ ସକ୍ଷମ ହେଉଛି । ଏହି ଅବସରରେ,ଡିଏଭି ପବ୍ଲିକ୍ ସ୍କୁଲ ର ଛାତ୍ରଛାତ୍ରୀ ଏବଂ ଜ୍ୟୋତି ଲେଡିଜ୍ କ୍ଲବ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଦର୍ଶକମାନେ ମାନେ ଇଫକୋ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଓ ପ୍ରଦର୍ଶନକୁ ବେଶ୍ ପ୍ରଶଂସା କରିଥିଲେ l
paradeep ru prasant das nka report epa news