March 14, 2025
Home » ଉତ୍କଳ ତେଲୁଗୁ ସାମିକ୍ଷା ତରଫରୁ “ଉଗାଧି ୨୦୨୫” ଉତ୍ସବ ପ୍ରସ୍ତୁତି ସକାଶେ ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହ

ଉତ୍କଳ ତେଲୁଗୁ ସାମିକ୍ଷା ତରଫରୁ “ଉଗାଧି ୨୦୨୫” ଉତ୍ସବ ପ୍ରସ୍ତୁତି ସକାଶେ ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହ

0

ଉତ୍କଳ ତେଲୁଗୁ ସମାଖିଆ ତରଫରୁ ୧୪/୦୩/୨୦୨୫ ତାରିଖ ସକାଳ ୧୦ ଘଣ୍ଟିକ ସମୟରେ ରାୟଗଡ଼ା ସହର ନିକଟସ୍ଥ ଖଲିଗୁଡା ପଡିଆ ଠାରେ ଉଗାଧି ୨୦୨୫ ଉତ୍ସବ ପ୍ରସ୍ତୁତି ସକାଶେ ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ଚଳିତ ମାସ ମାର୍ଚ୍ଚ ୩୦ ତାରିଖରେ ହେବାକୁ ଥିବା ଉଗାଧି ଉତ୍ସବ ଉପଲକ୍ଷେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ ସମାରୋହଟି ତେଲୁଗୁ ସମ୍ପ୍ରଦାୟଙ୍କ ବର୍ଷ ୨୦୨୫ର ଆରମ୍ଭ ଯାହାକି ଏକ ନୂତନ ଅଧ୍ୟାୟର ଏକ ଉତ୍ସବ ରୂପେ ପାଳିତ ହୋଇଥାଏ ଯାହାକି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକର ଅନ୍ୟତମ ମହୋତ୍ସବ ଅଟେ । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ ସହରରେ ଥିବା ଉତ୍କଳ ତେଲୁଗୁ ସମିକ୍ଷାର ନେତୃତ୍ୱ ବୃନ୍ଦ,ସଦସ୍ୟ ତଥା ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *