ଉତ୍କେଲା ପ୍ରାଣୀ ସଂପଦ ସହାୟକ କେନ୍ଦ୍ର ରେ ତାଲା
ବର୍ଷ ବର୍ଷ ଧରି ଅଧିକାରୀଙ୍କୁ ଦେଖି ନାହାନ୍ତି ଗ୍ରାମବାସୀ..
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ପ୍ରାଣୀ ସଂପଦ ସହାୟକ କେନ୍ଦ୍ର ରେ ଦୀର୍ଘ ଦିନ ହେଲା ତାଲା ପଡ଼ିଥିବା ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି କେନ୍ଦ୍ରରେ ନିୟୋଜିତ ଥିବା ଏଲ୍ ଆଇ ମହାଶୟ ସହାୟକ କେନ୍ଦ୍ରକୁ ଆସିବା କେହି କେବେ ବି ଦେଖି ନ ଥିବା ଗ୍ରାମବାସୀ ଙ୍କ ଠାରୁ ପ୍ରକାଶ। ଆବଶ୍ୟକ ବେଳେ ଏହି କେନ୍ଦ୍ରରେ ନିଯୁକ୍ତ ଥିବା ପିଅନ ନିଜ ଇଚ୍ଛାରେ ଆସି ଗାଁ ଗାଁ ବୁଲି ଚିକିତ୍ସା କରିଥାନ୍ତି ।କେନ୍ଦ୍ର ସହାୟକ ଅନୁପସ୍ଥିତ ରହିବା ଓ ପିଅନ ନିଜ ମର୍ଜି ରେ ସହାୟକ କେନ୍ଦ୍ରକୁ ଆସୁଥିବାରୁ ଚାଷୀ ମାନଙ୍କ ଗାଈ ଗୋରୁ, ଛେଳି ମେଣ୍ଢା ଚିକିତ୍ସା ନ ପାଇ ଅକାଳରେ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀ ମାନେ ତାଙ୍କର ଗୃହ ପାଳିତ ପଶୁଙ୍କୁ ହରାଇ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ଯ କାର୍ଯ୍ୟନୁଷ୍ଠାନ ହେଉନାହିଁ। ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।
ଇପିଏ ଉଇକ୍ଲି ର ରିପୋର୍ଟ….
