December 3, 2025
Home » ଉତ୍ସବ ମୁଖର ନୟାଗଡର ବୋଇତ ବନ୍ଦାଣ ଉତ୍ସବ ଉଦଯାପିତ

ଉତ୍ସବ ମୁଖର ନୟାଗଡର ବୋଇତ ବନ୍ଦାଣ ଉତ୍ସବ ଉଦଯାପିତ

0
1000792375
ନୟାଗଡ : ନୟାଗଡର ବୋଇତ ବନ୍ଦାଣ ଉତ୍ସବ , ଉତ୍କଳୀୟ ପରମ୍ପରା ତଥା ଐତିହାସିକ ବୋଇତ ବନ୍ଦାଣର ସ୍ମୃତି ଉଦ୍ଦେଶ୍ୟରେ ନୟାଗଡ଼ ପୁରୁଣା ସହରର ମା’ଦକ୍ଷିଣକାଳୀ ଯାତ୍ରା ପଡ଼ିଆରେ (ମଣ୍ଡବାଗନ ପଡିଆ)୧/୧୧ ଠାରୁ ୫/୧୧ ତାରିଖ ୫ଦିନ ବ୍ୟାପୀ ଚାଲୁ ରହିଥିବା ବୋଇତ ବନ୍ଦାଣ ଉତ୍ସବ ବୁଧବାର ଉଦଯାପିତ ହୋଇଯାଇଛି।
ପବିତ୍ର ‘କାର୍ତ୍ତିକ ପୂର୍ଣ୍ଣିମା’ ଉପଲକ୍ଷେ କଳିଙ୍ଗର ସମୃଦ୍ଧ ଇତିହାସ ଓ ନୌବାଣିଜ୍ୟ ପରମ୍ପରାର ଗୌରବମୟ ଗାଥାକୁ ମନେପକାଇ ଦକ୍ଷିଣକାଳୀ ମନ୍ଦିର ପରିସର ସାଗର ପୋଖରୀ ବେଳାଭୂମିରେ ଅନୁଷ୍ଠିତ ହେଉଥିବା “କଳିଙ୍ଗ ବାଲିଯାତ୍ରା – ୨୦୨୫”ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବାଚସ୍ପତି ସୁରମା ପାଢ଼ୀ ଓ ସମ୍ମାନୀତ ଅତିଥି ଭାବେ ଭାଜପାର ରାଷ୍ଟ୍ରୀୟ ପରିଷଦ ସଦସ୍ୟା ତଥା କନ୍ଧମାଳ ପୂର୍ବତନ ସାଂସଦ ପ୍ରତ୍ୟୁଷା ରଜେଶ୍ୱରୀ ସିଂ, ବୋଇତ ବନ୍ଦାଣ ଉତ୍ସବ ପ୍ରତିଷ୍ଠାତା ସତ୍ୟନାରାୟଣ ପ୍ରଧାନ ,ଜିଲ୍ଲାପାଳ ସୁନିଲ ଅଗ୍ରୱାଲ ,ଯୋଗଦେଇଥିବା ବେଳେ ମଞ୍ଚ ପରିଚାଳନା କର୍ଥିଲେ କିସାନ ଦାସ ।
ପ୍ରାୟ ୨୫ ହଜାର ଜନସମାଗମ ମଧ୍ୟରେ “ବୋଇତ ବନ୍ଦାଣ ୨୦୨୫” କାର୍ଯ୍ୟକ୍ରମକୁ ତଥା ଐତିହ୍ୟ ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ସହ ଓଡିଆ ଜାତିର କଳା, ସଂସ୍କୃତି ଓ ଲୋକାଚାରର ନିଚ୍ଛକ ଚିତ୍ର ବହନ ପୂର୍ବକ ସାଗର ପୋଖରୀରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା, ସାଂସ୍କୃତିକ ଭାବଧାରାର ବିକାଶ, ସଭ୍ୟତାର ଆଦାନ ପ୍ରଦାନ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ର ତଥା ନୟାଗଡ଼ରେ ଭାଇଚାରା ପ୍ରତିଷ୍ଠା ଉଦ୍ଦେଶ୍ୟର ନିଜ ନିଜର ବକ୍ତବ୍ୟ ରଖିଥିଲେ।ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଏହିଭଳି ବୋଇତ ବନ୍ଦାଣ ଯାତ୍ରା ଦେଖିଖୁସି ହେବା ସହିତ ଏହି ଯାତ୍ରାକୁ ୧୦ଦିନ କରିବାକୁ ପ୍ରସ୍ତାବ ଦେଇଥିଲେ ।।ଏହି  ଉତ୍ସବରେ ୨୫ ହଜାରରୁ ଉର୍ଦ୍ଧ୍ଵ ଦର୍ଶକଙ୍କ ଭିଡରେ ଚଳଚିତ୍ର ଅଭିନେତ୍ରୀ ଶୀତଳଙ୍କ ନୃତ୍ୟର ତାଳେ ତାଳେ ଦର୍ଶକ ଝୁମିଥିଲେ । ତେବେ ଏହି ଯାତ୍ରା ଉତ୍ସବକୁ ବିଧାୟକ ଡଃ ଅରୁଣ କୁମାର ସାହୁ ଉଦଘାଟନ କରିଥିଲାବେଳେ ଏହାର ବିଭିନ୍ନ ସନ୍ଧ୍ୟାରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଭୁବନେଶ୍ଵରର ମେଲୋଡି ନାଇଟ୍, ଶିଳ୍ପୀକା ଡ୍ୟାନ୍ସ ଗ୍ରୁପ୍,ମେଲୋଡି ସୁରତରଙ୍ଗ, ସୂର୍ଯ୍ୟ ଡ୍ୟାନ୍ସ ଗ୍ରୁପ୍ ଓ କଟକର ମେଲୋଡି ବାଦଶାହର ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ହାଲକା ଶୀତରେ ଦର୍ଶକ ମନଭରି ଉପଭୋଗ କରିଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *