February 22, 2026
Home » ଉପଖଣ୍ଡ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ-୨୦୨୬  ପାଳିତ

ଉପଖଣ୍ଡ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ-୨୦୨୬  ପାଳିତ

0
WhatsApp Image 2026-01-28 at 1.56.02 PM
 ଜୟପୁର ଉପଖଣ୍ଡରେ ୭୭ତମ  ସାଧାରଣତନ୍ତ୍ର  ଦିବସ ମହୋତ୍ସବ ଜୟପୁର ଦଶହରା ପଢିଆ ଠାରେ ବହୁ ଆଡମ୍ବରରେ ପାଳନ କରାଯାଇଛି । ଏହି ପବିତ୍ର ଦିବସ ଉପଲକ୍ଷେ ଉପଜିଲ୍ଲାପାଳ କୁମାରୀ ଆକବରମ୍  ସସ୍ୟା ରେଡ୍ଡୀ ମହୋଦୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବାହ୍ନ ୮.୩୦ମି ସମୟରେ ଜାତୀୟ ପତାକା ଉନ୍ମୋଚନ  କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।  ତତ୍ ପରେ ଉପସ୍ଥିତ ଥିବା ୪0  ପ୍ଲାଟୁନ ଟୃପକୁ  ପରିଦର୍ଶନ କରି ଥିଲେ। “ଆଜିର ଏହି ଦିନରେ ଦେଶର ସମ୍ଭିଧାନକୁ ସମ୍ମାନ ଦେବା ଓ ଦେଶର ଅଖଣ୍ଡତା ଓ ଏକତାକୁ ରକ୍ଷା କରିବା । ସତ୍ୟତା, ଲୋକ ସେବା ଓ ସଂସ୍କାରର ଚ।ଦରରେ ଦେଶକୁ ଘଡାଇ ରଖିବା ଏବଂ ଆମ ଦେଶକୁ ସର୍ବୋତ୍ତମ ଦେଶ ରୂପେ ଗଢିବା” ବୋଲି ଉପଜିଲ୍ଲାପାଳ ତଥା ମୁଖ୍ୟ ଅତିଥି ମହୋଦୟା ଜୟପୁର ସହରବାସୀଙ୍କୁ  ବାର୍ତ୍ତା  ଦେଇଥିଲେ । ତତ୍ ପରେ ଶାରୀରିକ କ୍ରିଡା କୌଶଳ ପ୍ରତିଯୋଗିତା, କୌତୁକ ପୋଷାକ ପ୍ରତିଯୋଗିତା ଓ ନୂତନ ଭାବରେ ବିଏସଏଫ କୋରାପୁଟ ଙ୍କ ଦ୍ୱାରା  କୁକୁର  ପ୍ରଦର୍ଶନୀର  ଆୟୋଜନ ହୋଇଥିଲା । ଏହା ପରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଛାତ୍ର ଛାତ୍ରୀ   ଓ ପ୍ୟାରେଡରେ ଭାଗ ନେଇ ଥିବା ବିଜେତା  ଟୃପ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ବିତରଣ  ହୋଇ ଥିଲା ।  ପ୍ୟାରେଡ ପଡିଆର କାର୍ଯ୍ୟକ୍ରମ ପରେ ଉତ୍କଳ ବାଳାଶ୍ରମରେ ଥିବା ଅନ୍ତେବାସୀ ଓ ଉପଖଣ୍ଡ କାରାଗାର ଜୟପୁରର କଏଦୀ (ପ୍ରଦତ୍ତ ଜିଲ୍ଲା ଯୋଗାଣ ବିଭାଗ ଓ ନିୟନ୍ତ୍ରିତ ବଜାର କମିଟି ଜୟପୁର )ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ମିଷ୍ଟାନ ବଣ୍ଟନ କରାଯାଇଥିଲା । ସନ୍ଧ୍ୟା ୬.୩୦ ସମୟରେ ଏକ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ମାନେ ଦେଶାତ୍ମବଦ୍ଧ ସଙ୍ଗୀତ, ଓଡିଶୀ ନୃତ୍ୟ ଓ ଆଦିବାସୀ ନୃତ୍ୟ ମାନ ପରିବେଷଣ କରିଥିଲେ ।
ଏହି ଉତ୍ସବରେ ଜୟପୁର ଉପଖଣ୍ଡ ଅରକ୍ଷୀ ଅଧିକ୍ଷକ ଶ୍ରୀ ପାର୍ଥ ଜଗଦୀଶ କଶ୍ୟପ, ଜୟପୁର,  ଜୟପୁର ତହସିଲଦାର ଶ୍ରୀ ସବ୍ୟସାଚୀ ଜେନା, ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟନାୟକ, ଅଗ୍ନିଶମ ଅଧିକାରୀ ସୁରେଶ କୁମାର ବାରିକ, ଜୟପୁର ଟାଉନ ଥାନା  ଅଧିକାରୀ, ଶ୍ରୀ ଉଳାଶ ଚନ୍ଦ୍ର ରାଉତ, ଜୟପୁର ସଦର ଥାନା ଅଧିକାରୀ ଶ୍ରୀ ଶଚିନ୍ଦ୍ର ପ୍ରଧାନ, ଜୟପୁର ମହିଳା ଥାନା ଅଧିକାରୀ ଶ୍ରୀମତୀ ଅଶ୍ରିତା ଖାଲକୋ ଓ ବିଭିନ୍ନ ସରକରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ସରକରୀ ବିଭାଗର ପଦାଧିକାରୀ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ  ଉପସ୍ଥିତ ଥିଲେ । ଏହି ଉତ୍ସବକୁ  ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ପରିଚାଳନା କରିଥିଲେ।  ଏହି ଉତ୍ସବରେ CPT ଡ଼ ଲକ୍ଷ୍ମଣ ପାତ୍ର, ଏନସିସି ଅଧିକାରୀ, LT ସନ୍ତୋଷିଣୀ ମୁଣ୍ଡ ଏନସିସି , ନିରଞ୍ଜନ ପାଣିଗ୍ରାହୀ, ପୀତବାସ ବିଶ୍ବାଳ,ଜୟପୁର  ଅଶୋକ ବିଶ୍ଵାଳ,ସହକାରୀ ଶିକ୍ଷକ, ଜୟପୁର, ରାମ ହରିଜନ ଜିଲ୍ଲା ସଂଗ୍ରହାଳୟ କାର୍ଯ୍ୟ।ଳୟ ଜୟପୁର   ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *