March 18, 2026
Home » ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଅଷ୍ଟ୍ରେଲିଆର କନସୁଲ୍ ଜେନେରାଲ୍

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଅଷ୍ଟ୍ରେଲିଆର କନସୁଲ୍ ଜେନେରାଲ୍

0
WhatsApp Image 2026-03-17 at 6.55.19 PM

ଭୁବନେଶ୍ୱର:  ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଅଷ୍ଟ୍ରେଲିଆର କନସୁଲ୍ ଜେନେରାଲ୍ ବର୍ଣ୍ଣାଡ଼ ଲିଞ୍ଚ। ଓଡ଼ିଶାର ଶକ୍ତି କ୍ଷେତ୍ର ଓ କୃଷି କ୍ଷେତ୍ରରେ ନିଆଯାଇଥିବା ବିଶେଷ ପଦକ୍ଷେପ ଗୁଡ଼ିକୁ ପ୍ରଶଂସା କରିଥିଲେ କନସୁଲ୍ ଜେନେରାଲ୍ ଲିଞ୍ଚ। କୃଷି କ୍ଷେତ୍ରରେ ଦ୍ରୁତ ଉତ୍ପାଦନ ହାର, ବିଦ୍ୟୁତ ଉତ୍ପାଦନ ଓ ଏହାର ପରିବହନ କ୍ଷମତା ଅଧିକ ବ୍ୟାପକ ହୋଇ ପାରିଛି ଏବଂ ବର୍ତ୍ତମାନ ଓଡ଼ିଶା ଏକ ସ୍ଥାୟୀ ଓ ସୁରକ୍ଷିତ ଶକ୍ତି ଭବିଷ୍ୟତ ଆଡ଼କୁ ଗତି କରୁଛି ବୋଲି ମତବ୍ୟକ୍ତ କରିଥିଲେ।ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ଓଡ଼ିଶା ନିଜର ନବୀକରଣୀୟ ଶକ୍ତିର ବ୍ୟବହାର ଓ ଉତ୍ପାଦନକୁ ଗୁରୁତ୍ୱ ଦେଇ ନିକଟରେ ବହୁ ପ୍ରକଳ୍ପମାନ କାର୍ଯ୍ୟକାରୀ କରିଛି ଏବଂ ଏଥିପାଇଁ ଆବଶ୍ୟକୀୟ ନୀତିର ପ୍ରଣୟନ ମଧ୍ୟ କରିଛି। ଏହା ନବୀକରଣୀୟ ଶକ୍ତିର ଶୃଙ୍ଖଳକୁ ଆହୁରି ସୁଦୃଢ଼ କରିବ। ସେହିପରି କୃଷି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଚାଷୀଙ୍କ ଆୟକୁ ବହୁଗୁଣିତ କରିପାରିଛି। ଏହି ସାକ୍ଷାତକାର ଆଗାମୀ ଦିନରେ ଅଷ୍ଟ୍ରେଲିଆ-ଭାରତ-ଓଡ଼ିଶା ସମ୍ପର୍କକୁ ଆହୁରି ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବା ସହିତ ବିକଶିତ ଭାରତ ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣରେ ସହାୟକ ହେବ। ବିଶେଷକରି ଓଡ଼ିଶା ସହ ସହଭାଗିତାରେ କାର୍ଯ୍ୟ କରିବାକୁ ଅଷ୍ଟ୍ରେଲିଆ ନିଜର ଇଚ୍ଛା ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *