December 30, 2025
Home » ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ

0
WhatsApp Image 2025-03-09 at 3.12.18 PM

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୨ଟା ସମୟରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। କୁହାଯାଉଛି ଯେ ରାତିରେ ଶୋଇବା ସମୟରେ ସେ ଅସ୍ଥିରତା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ରିପୋର୍ଟ ଅନୁଯାୟୀ, ହସ୍ପିଟାଲ ସୂତ୍ରରୁ ପ୍ରକାଶ ଯେ ୭୩ ବର୍ଷୀୟ ଉପରାଷ୍ଟ୍ରପତିଙ୍କୁ ଏମ୍ସର ହୃଦରୋଗ ବିଭାଗରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ନଜରରେ ରଖାଯାଇଛି।

Leave a Reply

Your email address will not be published. Required fields are marked *