July 27, 2025
Home » ଉଲୁଣ୍ଡାରେ ଆର୍ନ୍ତଜାତିକ ବୟସ୍କ ବ୍ୟକ୍ତି ଦିବସ ପାଳିତ l

ଉଲୁଣ୍ଡାରେ ଆର୍ନ୍ତଜାତିକ ବୟସ୍କ ବ୍ୟକ୍ତି ଦିବସ ପାଳିତ l

0
WhatsApp Image 2024-10-01 at 12.38.39 PM

 

ସୁବର୍ଣ୍ଣପୁର –ସନ୍ତୁଳିତ ଖାଦ୍ୟ, ପରିଷ୍କାର ପରିଚ୍ଛନ୍ନତା , ଶାରୀରିକ ବ୍ୟାୟାମ, ସକାରାତ୍ମକ ମନୋଭାବ ଆପଣାଇବା ଦ୍ୱାରା ଏବଂ ଧୂମପାନ, ତମାଖୁ ସେବନ, ମଦ୍ୟପାନ ପରି କୁଅଭ୍ୟାସ ତ୍ୟାଗ ଦ୍ୱାରା ଏକ ସୁସ୍ଥ ଓ ନିରାମୟ ବାର୍ଦ୍ଧକ୍ୟ ହାସଲ କରାଯାଇ ପାରିବ ବୋଲି ଆଜି ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ବ୍ଲକସ୍ତରୀୟ ଆର୍ନ୍ତଜାତିକ ବୟସ୍କ ବ୍ୟକ୍ତି ଦିବସ ପାଳନ ଅବସରରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି I ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ସମୀର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଳନୋତ୍ସବରେ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରିଷ୍ଠ ନାଗରିକମାନଙ୍କ ଅଭିଜ୍ଞତା ସମାଜ ପାଇଁ ବହୁମୂଲ୍ୟ ସମ୍ପଦ ବୋଲି କହିବା ସହ ସମସ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନଶୀଳ ହେବା ଉଚ଼ିତ ବୋଲି ଉଲ୍ଲେଖ କରିଥିଲେ l ସଭାରେ ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରୁ ବରିଷ୍ଠ ନାଗରିକମାନେ ଯୋଗଦେଇଥିବା ବେଳେ କିଛି ବରିଷ୍ଠ ନାଗରିକ ତାଙ୍କର ଅଭିଜ୍ଞତା ଉପସ୍ଥାପିତ କରିଥିଲେ। ଆୟୁଷ ଡ଼ାକ୍ତର ବିଶ୍ଵନାଥ ମେହେର ଉପସ୍ଥିତ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ସୁଧାଂଶୁ ଶେଖର ସେଠୀ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିବା ସହ ସ୍ୱାଗତ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ପରିତୋଷ ହୋତା କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ l

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *