ଏଏନଏମ ସୁପର ଭାଇଜର ହତ୍ୟା ଘଟଣାରେ ଧର୍ମଗଡ ଥାନା ପୁଲିସ ର ସଫଳତା
ଜଣେ ନାବାଳକ ସହ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ, ଜଣେ ଫେରାର…
ଗତ ୨୨ ତାରିଖ ଦିନ ଧର୍ମଗଡ ଥାନା ଅନ୍ତର୍ଗତ ଗଡ଼ିଆଯୋର ଗାଁ ରେ ଜଣେ ଅବସର ପ୍ରାପ୍ତ ଏ ଏନ ଏମ ସୁପର ଭାଇଜର ଙ୍କ ହତ୍ୟା ହୋଇଥିଲା।ଘଟଣା କୁ ଧର୍ମଗଡ ପୋଲିସ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଥିଲା।ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କୁ ତୀବ୍ର କରିଥିଲେ।ଏପରିକି କଳାହାଣ୍ଡି ଏସପି ଘଟଣା ସ୍ଥଳ କୁ ଆସି ସରଜମିନ ତଦନ୍ତ କରିଥିଲେ।ଶେଷରେ ଦୀର୍ଘ ୪-୫ ଦିନ ପରେ ପୋଲିସ ହତ୍ୟାକାରୀ ଙ୍କୁ ଠାବ କରିବାରେ ସକ୍ଷମ ହୋଇପାରିଛି।ଏହି ଘଟଣା ରେ ଜଣେ ନାବାଳକ ସମେତ ଅଭିଯୁକ୍ତ କାହ୍ନୁ ଚରଣ କର ଓ ସ୍ଵର୍ଣ୍ଣକାର ମହେନ୍ଦ୍ର ମେହର ଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ହତ୍ୟା ଘଟଣାରେ ସଂଶ୍ଲିଷ୍ଟ ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସୂଚନା ଯେ ଏ ଏନ ଏମ ସୁପର ଭାଇଜର ସୁଚିତ୍ରା ଖୁଣ୍ଟିଆ ଅବସର ଗ୍ରହଣ ପରେ ଗଡ଼ିଆଯୋର ର ଏକ ଘରକରି ରହି ଆସୁଥିଲେ।୨୨ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ ମାନେ ଘର ଭିତରେ ପଶି ସୁନା ଅଳଙ୍କାର ଲୁଟ କରିବା ସହ ଧରା ପଡ଼ିଯିବା ଭୟରେ ମହିଳା ଙ୍କୁ ହତ୍ୟାକରି ତାଙ୍କର ସ୍କୁଟି ନେଇ ଫେରାର ହୋଇ ଯାଇଥିଲେ। ହେଲେ ପେଟ୍ରୋଲ ସରିଯିବା ଯୋଗୁଁ ସ୍କୁଟି କୁ ବାଟରେ ଛାଡି ଦେଇଥିଲେ।ଏନେଇ ଧର୍ମଗଡ ଥାନା ରେ କେଶ ନମ୍ବର ୩୮୭/୨୦୨୫ରେ କେଶ ରୁଜୁ ହୋଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଥାନା ଅଧିକାରୀ ସୁଦର୍ଶନ ନାୟକ ଓ ଥାନା ପୁଲିସ ର ତ୍ଵରିତ ପଦକ୍ଷେପ ଯୋଗୁଁ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ପାରିଛି। ଫେରାର ଥିବା ଜଣେ ଅଭିଯୁକ୍ତ କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ପୁଲିସ କହିଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
