ଦ୍ଵିତୀୟ ଏଡ଼ିଜେ କୋର୍ଟ ସ୍ଥାପନ ପାଇଁ ଆଇନ ମନ୍ତ୍ରୀଙ୍କୁ ଧର୍ମଗଡ ଓକିଲ ସଂଘର ଦାବିପତ୍ର ପ୍ରଦାନ

ଆଜି ଭୁବନେଶ୍ୱର ଠାରେ ଧର୍ମଗଡ଼ ବାର୍ ଆସୋସିଏସନ୍ ସଦସ୍ୟମାନେ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ , ମାନ୍ୟବର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ଧର୍ମଗଡ଼ରେ ଦ୍ଵିତୀୟ ଏଡ଼ିଜେ କୋର୍ଟ ସ୍ଥାପନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଧର୍ମଗଡ ବିଧାୟକ ପଟ୍ଟଯୋଷୀଙ୍କ ସହ ଧର୍ମଗଡ ବାର୍ ଆସୋସିଏସନ୍ର ସଭାପତି କୃପାସିନ୍ଦୁ ପଣ୍ଡା, ବରିଷ୍ଠ ବାର୍ ସଦସ୍ୟ ସୁବାଷ ପାଣିଗ୍ରାହି, ହରି ପ୍ରସାଦ ଭାରତୀ ,ଭବାନୀ ଦାସ, ସୁମନ୍ତ ପଣ୍ଡା ଏବଂ ବସନ୍ତ ଠାକୁର ଉପସ୍ଥିତ ଥିଲେ ।
ଦ୍ଵିତୀୟ ଏଡ଼ିଜେ କୋର୍ଟ ସ୍ଥାପନ ହେଲେ ଧର୍ମଗଡ଼ ଅଞ୍ଚଳର ଲୋକଙ୍କ ପାଇଁ ନ୍ୟାୟ ପ୍ରାପ୍ତି ଆହୁରି ତ୍ଵରାନିତ ହେବ ବୋଲି ବିଧାୟକ ଶ୍ରୀ ପଟ୍ଟଯୋଷୀ ପ୍ରକାଶ କରିଛନ୍ତି । ପୁନଶ୍ଚ,ଧର୍ମଗଡ଼ ବାର ସଦସ୍ୟମାନେ କଟକରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ଶଶିକାନ୍ତ ମିଶ୍ରଙ୍କୁ ଭେଟି ଧର୍ମଗଡ଼ରେ ବର୍ତ୍ତମାନର କୋର୍ଟ କୋଠା ଭିତରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ଏବଂ କୋର୍ଟ କୋଠା
ନିର୍ମାଣ ସ୍ଥଳ ୭ କିମି ଦୂରରେ ଚି଼ଣ୍ଣିତ କରାଯାଇଥିବାରୁ ଏହାକୁ ସହର ନିକଟରେ ନିର୍ମାଣ ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ଏହି ଅବସରରେ ବାର କାଉନସିଲ ର ଫାଇନାନ୍ସ ଚେୟାରମେନ ମାନସ ଚାନ୍ଦ ମଧ୍ୟ ଉପସ୍ଥିତ ଥିଲେ ଓ ଧର୍ମଗଡ଼ ବାରର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ