March 20, 2026
Home » ଏପ୍ରିଲ 2025 କୁ “ଗ୍ରାହକ ସେବା ମାସ” ଭାବେ ଘୋଷଣା କରି ଗର୍ବିତ:ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବି. ଏସ୍. ଏନ୍. ଏଲ୍.)

ଏପ୍ରିଲ 2025 କୁ “ଗ୍ରାହକ ସେବା ମାସ” ଭାବେ ଘୋଷଣା କରି ଗର୍ବିତ:ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବି. ଏସ୍. ଏନ୍. ଏଲ୍.)

0
63076680334b2

ରାଷ୍ଟ୍ରାୟତ୍ତ ଟେଲିକମ୍ ପ୍ରଦାନକାରୀ ସଂସ୍ଥା – ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବି. ଏସ୍. ଏନ୍. ଏଲ୍.) ଏପ୍ରିଲ 2025 କୁ “ଗ୍ରାହକ ସେବା ମାସ” ଭାବେ ଘୋଷଣା କରି ଗର୍ବିତ । ଏହା ଏକ ଦେଶବ୍ୟାପୀ ପଦକ୍ଷେପ, ଯାହା ଗ୍ରାହକଙ୍କ ଅଭିଜ୍ଞତାକୁ ବୃଦ୍ଧି କରିବା ଏବଂ ବ୍ୟବହାରି ଙ୍କ ସହିତ ଦୃଢ଼ ସଂଯୋଗ ସ୍ଥାପନ ପାଇଁ ଉତ୍ସର୍ଗୀକୃତ । ସେବା ଉତ୍କର୍ଷତା ଉପରେ ବି. ଏସ୍. ଏନ୍. ଏଲ୍. ର ନୂତନ ଅଭିଯ଼ାନ ଏବଂ “ଗ୍ରାହକ ପ୍ରଥମେ” ପ୍ରତି ଏହାର ଦୀର୍ଘ ଦିନର ପ୍ରତିବଦ୍ଧତାର ଅଂଶ ଭାବରେ, ବି. ଏସ୍. ଏନ୍. ଏଲ୍. ର ସମସ୍ତ ସର୍କଲ, ବ୍ୟବସାୟୀ କ୍ଷେତ୍ର ଏବଂ ଯ଼ୁନିଟ୍ ଏହି ମାସବ୍ୟାପୀ ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ । ଏହି ପଦକ୍ଷେପର ଉଦ୍ଦେଶ୍ଯ ହେଉଛି ଗ୍ରାମାଞ୍ଚଳ, ସହରାଞ୍ଚଳ, ଉଦ୍ୟୋଗ ତଥା ସମସ୍ତ କ୍ଷେତ୍ରରେ ଗ୍ରାହକମାନଙ୍କୁ ପୁନଃସଂଯୁକ୍ତ କରିବା । ଏହି ମାସରେ ବି. ଏସ୍. ଏନ୍. ଏଲ୍. ଏହାର ସମସ୍ତ ମୋବାଇଲ୍ ଗ୍ରାହକ, ଏଫ୍. ଟି. ଟି. ଏଚ୍., ବ୍ରଡବ୍ୟାଣ୍ଡ୍, ଲ୍ୟାଣ୍ଡଲାଇନ୍ ଏବଂ EB ଗ୍ରାହକମାନଙ୍କୁ ସେମାନଙ୍କର ମତାମତ, ଅଭିଜ୍ଞତା ଏବଂ ପରାମର୍ଶ BSNL ଗ୍ରାହକ ସେବା କେନ୍ଦ୍ର, ବି. ଏସ୍. ଏନ୍. ଏଲ୍. ୱେବ୍ ସାଇଟ୍, ସୋସିଆଲ ମିଡିଆ ଚ୍ୟାନେଲ, ସ୍ଵତନ୍ତ୍ର ଗ୍ରାହକ ପୋର୍ଟାଲ ଜରିଆରେ ଦେବାପାଇଁ ଅନୁରୋଧ କରାଯାଇଛି

Leave a Reply

Your email address will not be published. Required fields are marked *