July 18, 2025
Home » ଏବିଭିପି ଧର୍ମଗଡ଼ ତରଫରୁ ସୌମ୍ୟାଶ୍ରୀ ଙ୍କ ହତ୍ୟାକାରୀ କୁ ଫାଶୀଦଣ୍ଡ ଦାବି

ଏବିଭିପି ଧର୍ମଗଡ଼ ତରଫରୁ ସୌମ୍ୟାଶ୍ରୀ ଙ୍କ ହତ୍ୟାକାରୀ କୁ ଫାଶୀଦଣ୍ଡ ଦାବି

0
WhatsApp Image 2025-07-17 at 1.45.01 PM

ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ଧର୍ମଗଡ ତରଫରୁ ବାଲେଶ୍ଵର ସ୍ଥିତ ଫକୀର ମୋହନ ସେନାପତି ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଘଟିଥିବା ଘଟଣା କୁ କେନ୍ଦ୍ର କରି ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଶାଳ ଶୋଭାଯାତ୍ରା ଆୟାଜନ କରିଥିଲେ ।

ଏହି ବିକ୍ଷୋଭ ରେ ଜିଲ୍ଲା ସଂଯୋଜକ ସାଇ ଦର୍ଶନ ଠାକୁର କହିଥିଲେ ବାଲେଶ୍ଵର ରେ ଘଟିଥିବା ଜଣେ ଭଉଣୀ ତଥା ଏବିଭିପି ଦାୟିତ୍ୱବାନ କାର୍ଯ୍ୟକର୍ତ୍ତା ଙ୍କୁ ତାଙ୍କ ବିଭାଗୀୟମୁଖ୍ୟ ସମୀର ସାହୁ କଲେଜ ପ୍ରଶାସନ ଏବଂ ଛାତ୍ର କଂଗ୍ରେସ ର କାର୍ଯ୍ୟକର୍ତ୍ତା ମାନେ ଯେଉଁପରି ମାନସିକ ଚାପ ଦେଇ ଭଉଣୀ ଙ୍କୁ ଆତ୍ମହତ୍ୟା କରିବା ଭଳି ଏକ ନିର୍ମମ ପଦକ୍ଷେପ ନେବା କୁ ବାଧ୍ୟ କରିଥିଲେ ତାଙ୍କୁ କଠୋର ଦଣ୍ଡ ଦିଆଯାଉ ଏବଂ ଅତି ଦୁଃଖ ର କଥା ଯେ ଛାତ୍ର କଂଗ୍ରେସ ଏବଂ ବିଜୁ ଛାତ୍ର ଜନତା ଦଳ ଏହି ମର୍ମାହତ ଘଟଣା ରେ ନିଜ ଦୋଷ କୁ ଲୁଚାଇବା ପାଇଁ ଏହି ଘଟଣା କୁ ଏକ ରାଜନୈତିକ ମୋଡ୍ ଦେଇଛନ୍ତି

ଯଦିଓ ଏହି ସମୟ ରେ କୌଣସି ରାଜନୀତି କୁ ନ ପୁରେଇ ଭଉଣୀ ଙ୍କ ନ୍ୟାୟ ପାଇଁ ସମଗ୍ର ଛାତ୍ର ସମାଜ ଏକତ୍ର ହୋଇ ଲଢ଼ିବା କଥା ଏହି ବିଷୟ ରେ ସେ ସମସ୍ତ ଙ୍କୁ ଅନୁରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏବଂ ସମସ୍ତ ଛାତ୍ର ଛାତ୍ରୀ ଦୋଷୀ କୁ ଫାଶୀ ଦେବା ପାଇଁ ସରକାରଙ୍କ ଠାରେ ଅନୁରୋଧ କରିଥିଲେ ଓ ଛାତ୍ର ର ଶକ୍ତି ପ୍ରଦର୍ଶନ କରି ସମାଜ ଆଗରେ ଦୋଷୀ ମାନଙ୍କୁ କଠୋର ରୁ କଠୋର ଦଣ୍ଡ ମିଳୁ ବୋଲି ଗର୍ଜନ କରିବା ସହ ସରକାରଙ୍କୁ ଚେତାବନୀ ଦେଇଥିଲେ ଏବଂ ଭଉଣୀ ଙ୍କ ଆତ୍ମା ର ସଦଗତି ନିମନ୍ତେ ଶୋକସଭା ଅନୁଷ୍ଠିତ କରିଥିଲେ।

kalahandi epa ru bidyadhara sahu nka report

Leave a Reply

Your email address will not be published. Required fields are marked *