February 10, 2026
Home » ଏମ ଏସ ଏକାଡେମୀ ତିର୍ତୋଲ ୭୭ବ୍ୟାଚ ର ବନ୍ଧୁ ମିଳନ

ଏମ ଏସ ଏକାଡେମୀ ତିର୍ତୋଲ ୭୭ବ୍ୟାଚ ର ବନ୍ଧୁ ମିଳନ

0
WhatsApp Image 2025-02-09 at 6.02.55 PM

ତିର୍ତୋଲ:ତିର୍ତୋଲ ଠାରେ ଥିବା ବହୁ ପୁରାତନ ବିଦ୍ୟାଳୟ ମଣିଚରଣ ସାରଦା ଏକାଡେମୀର ୧୯୭୭ମସିହା ମାଟ୍ରିକି ବ୍ୟାଚ ର ବନ୍ଧୁ ମିଳନ ଉତ୍ସବ ମଣିଜଙ୍ଗା ସ୍ଥିତ ମହାନଦୀ ପଠା ଠାରେ ଅନୁଷ୍ଠିତ ହୋଇ ଯାଇଛି,ଉକ୍ତ ବ୍ୟାଚ ର ବହୁ ସହ ପାଠୀ ସହ ପାଠୀନି ଉପସ୍ଥିତ ହୋଇ ପର ସ୍ପର କୁ ଅଭିନନ୍ଦନ ଜଣାଇ ଥିଲେ,

ଏନେଇ ଏକ ବନ୍ଧୁମିଳନ ସଭା ଆଡ଼ଭୋକେଟ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଥିଲା, ମୁଖ୍ୟ ଅତିଥି ଭାବେ ମାଣିଚରଣ ସାରଦା ଏକାଡେମୀର ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟା ମହାନ୍ତି, ମୁଖ୍ୟ ଵକ୍ତା ଭାବେ ଜଗନ୍ନାଥ ନନ୍ଦ ଓ ସଙ୍ଘମିତ୍ରା ଶତପଥି ପ୍ରିୟ ଛାତ୍ର ଛାତ୍ରୀ ମାନଙ୍କୁ ଏଭଳି ବନ୍ଧୁ ମିଳନ ଆୟୋଜନ କରି ଥିବାରୁ ଧନ୍ୟବାଦ ଓ ସାଧୁ ବାଦ ଜଣାଇ ଥିଲେ, ୧୯୭୨ବ୍ୟାଚ ତରଫରୁ ନିଜ ପ୍ରିୟ ଶିକ୍ଷୟତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରି ଥିଲେ, ଶ୍ରୀ କ୍ଷୀରୋଦ କୁମାର ସ୍ୱାଇଁ, ଅଭୟ ସ୍ୱାଇଁ, ବସନ୍ତ ଦାସ, ଶୁକଦେବ ମଲ୍ଲିକ, ହେମନ୍ତ ସାହୁ, ପ୍ରଶନ ପରିଜା ସୁବାସ ପରିଜା, ପ୍ରଦୀପ୍ତ ମୁଖାର୍ଜୀ, ନିମାଇଁ ଦାସ ପ୍ରମୁଖ ୬୦ ଜଣ ସହପାଠି ଯୋଗ ଦେଇଥିଲେ, ଏହି ବନ୍ଧୁ ମିଳନକୁ ଅଶୋକ କୁମାର ମହାପତ୍ର (ବୁଲୁ ) ଙ୍କ ଉଦ୍ୟମ ରେ ସଫଳ ହୋଇ ଥିବାରୁ ସହପାଠୀ ମାନେ ଧନ୍ୟବାଦ ଅର୍ପଣ କରି ଥିଲେ,

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ

Leave a Reply

Your email address will not be published. Required fields are marked *