ଏସଓଜି ଯବାନ ଙ୍କ ଦ୍ୱାରା ମାଓ କ୍ୟାମ୍ପ ଠାବ
ବୌଦ୍ଧ — ବୌଦ୍ଧ – କନ୍ଧମାଳ ଜିଲ୍ଲାର ସୀମାନ୍ତ ଘଣ୍ଟାପଡା ଥାନା ଉମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟୁଦିବାହାଲ ଜଙ୍ଗଲ ରେ ଏସଓଜି ଯବାନ ଙ୍କ ଦ୍ୱାରା ମାଓ କ୍ୟାମ୍ପ ଠାବ ହୋଇଥିବା ସୂଚନା ମିଳିଛି l ଏସଓଜି ଯବାନ ଙ୍କ ଦ୍ୱାରା ଏଠାରେ ସର୍ଚ୍ଚ ଅପରେସନ ଚାଲିଥିଲା l ସର୍ଚ୍ଚ ଅପରେସନ ଚାଲିଥିବାବେଳେ ମାଓ କ୍ୟାମ୍ପ ଠାବ କରିଥିଲେ ଏସଓଜି ଯବାନ l ମାଓ କ୍ୟାମ୍ପ ରୁ ମାଓବାଦୀଙ୍କ ପୋଷାକ, ଔଷଧ, ସାଲାଇନ, ବିସ୍ପୋରକ ଦ୍ରବ୍ୟ ଓ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି l
ବୌଦ୍ଧ-କନ୍ଧମାଳ ଜିଲ୍ଲାର ସୀମାନ୍ତ ଘଣ୍ଟାପଡ଼ା ଥାନାର ଉମା ପଞ୍ଚାୟତ ଅନ୍ତର୍ଗତ ଟୁଡିବାହାଲ ଜଙ୍ଗଲରେ ଏସ୍ଓଜି ଜବାନଙ୍କ ଦ୍ଵାରା ମାଓ କ୍ୟାମ୍ପ ଠାବ ହୋଇଛି । ଏସ୍ଓଜି ଯବାନ ଙ୍କ ଦ୍ଵାରା ଚାଲିଥିଲା ସର୍ଚ୍ଚ ଅପରେସନ । ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ କରିଥିଲେ । ଏନେଇ ଘଣ୍ଟାପଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ସୂଚନାମୁତାବକ ବୌଦ୍ଧ-କନ୍ଧମାଳ ଜିଲ୍ଲାର ସିମାନ୍ତ ଘଣ୍ଟାପଡ଼ା ଥାନାର ଉମା ପଞ୍ଚାୟତ ଅନ୍ତର୍ଗତ ଟୁଡିବାହାଲ ଜଙ୍ଗଲରେ ଏସ୍ଓଜି ଜବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଏକ ଗୁପ୍ତ ମାଓ କ୍ୟାମ୍ପ ଠାବ ହୋଇଥିଲା ଯାହାକୁ ପୂର୍ବରୁ ମାଓବାଦୀ ମାନେ ନିଜ ଅତ୍ୟାବଶ୍ୟକ ସାମଗ୍ରୀ ଲୁଚାଇ ରଖିଥିଲେ । ଏହି କ୍ୟାମ୍ପ ରୁ ମାଓବାଦୀଙ୍କ ପୋଷକ , ଔଷଧ, ସାଲାଇନ, ବିସ୍ଫୋରକ ଦ୍ରବ୍ୟ ଜବତ ହୋଇଛି । ଯାହା କୁ ନେଇ ଘଣ୍ଟାପଡା ଥାନା ରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟପଟେ ପୂର୍ବରୁ ଏହି ସାମଗ୍ରୀ ମାଓବାଦୀ ଲୁଚାଇ ରଖିଲେ ଯାହାକୁ ଯବାନ ମାନେ ଠାବ କରିବାରେ ସଫଳ ହୋଇଛନ୍ତି । ଏବେ ଜିଲ୍ଲାରେ ମାଓ ଗତିବିଧି କମି ଥିବା ବେଳେ ବିଭିନ୍ନ ଜଙ୍ଗଲ ରେ ସର୍ଚ୍ଚ ଅପରେସନ କରାଯାଉଛି ବୋଲି ବୌଦ୍ଧ ଏସପି ସୂଚନା ଦେଇଛନ୍ତି l
ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ