ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ।

ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ହୋଇଯାଇଅଛି। ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା କରି ଆସୁଥିବା ବେଳେ ଭବାନିପାଟଣା ବ୍ଲକ ନାଗଝୁରି ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ରେ ଅଙ୍ଗନବାଡି କର୍ମୀ ଏବଂ ଆଶା ଙ୍କ ଉପସ୍ଥିତି ରେ ରାମକି ଫାଉଣ୍ଡେସନ ର ଡାକ୍ତର ବିମଳ ଚରଣ ଷଡଙ୍ଗୀ ଭେଷଜ ବିତରକ ଜ୍ୟୋଷ୍ଣାମୟୀ ବେହେରା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ର ଉପାଦେୟତା ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଯାଇଥିଲା।
ପିତା ଓ ମାତା ମାନେ ନିଜ ଶିଶୁଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ କେମିତି ଧ୍ୟାନ ରଖିବେ ତାହା ପ୍ରାଞ୍ଜଳ ଭାବେ ବୁଝା ଯାଇଥିଲା।ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ପି ସି, ଷ୍ଟାଫ ନର୍ସ ପଙ୍କଜିନି ରଣା, ଏଲ ଟି ନିତୁ ନାୟକ ପାଇଲଟ ନିରଞ୍ଜନ ହାତୀ ଉପସ୍ଥିତ ଥିଲେ ।ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ପରିବେଶ ସଫା ସୁତୁରା ରଖିବା ପାଇଁ ନିରନ୍ତର ଉଦ୍ୟମ ସହ ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା କରି ଆସୁଛି।ନାଗଝୁରି ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ଲୋକ ମାନଙ୍କୁ ସଚେତନତା ପାଇଁ ଏସ ବି ଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନର ଟିମ୍ କୁ ଅଙ୍ଗନବାଡ଼ି କର୍ମୀ ତଥା ସ୍ଥାନୀୟ ବାସିନ୍ଦା ଧନ୍ୟବାଦ ଅର୍ପଣ କରିଥିଲେ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ