December 24, 2025
Home » ଏସଭିନିର୍ତ୍ତାର ଓଲଟପୁର ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ।

ଏସଭିନିର୍ତ୍ତାର ଓଲଟପୁର ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ।

0
WhatsApp Image 2025-12-05 at 4.54.39 PM

 

ଓଲଟପୁର ସ୍ୱାମୀ ବିବେକାନନ୍ଦ ଜାତୀୟ ପ୍ରଶିକ୍ଷଣ ପୁନର୍ବାସ ଓ ଅନୁସଂନ୍ଧାନ କେନ୍ଦ୍ର ଠାରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଜନ ଦିବସ ନିର୍ଦ୍ଦେଶକ ଡଃ ପତିତପାବନ ମହାନ୍ତି ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶକ ଡଃ ସି ଆର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଜଣେ ନିଜକୁ ଭିନ୍ନକ୍ଷମ ଭାବେ ଅଭିହିତ କରିବା ସହ ନିଜର ଦୃଢ ମନୋବଳ  ଭଗବତ ବିଶ୍ୱାସୀ ହେବାକୁ କହିଥିଲେ।ଏକ ସଡକ ଦୁର୍ଘଟଣା ପରେ ୧୨ଥର ଅପରେସନ କରାଯାଇଥିବା ପରେ ସେ ସଧାରଣ ଜୀବନ ବିତାଉଥିବା କହିଥିଲେ।ଏବଂ ଏସଭିନିର୍ତ୍ତାରରେ ଫିଜୋଥେରାପି କରି ସକ୍ଷମ ହୋଇ ପୁନଃ ଜନସେବା କରୁଥିବାର ଉଦାହରଣ ଦେଇଥିଲେ। ଅନୁଷ୍ଠାନ ର ନିର୍ଦ୍ଦେଶକ ଡଃ ମହାନ୍ତି ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ବକ୍ତବ୍ୟ ରଖିଥିଲେ।। ତୁରନ୍ତ ଚିହ୍ନଟ କରିବା,ୟୁଡିଆଇଡି କାର୍ଡ ପ୍ରଦାନ କରିବ ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ପୁନର୍ବାସ ପାଇଁ ସରକାର ଗୁରୁତ୍ୱ ଦେଉଥିଲା ବେଳେ ଏସଭିନିର୍ତ୍ତାର ଆପ୍ରାଣେ ଉଦ୍ୟମ ଜାରି ରଖିଛି ବୋଲି କହିଥିଲେ। ଦିବ୍ୟାଙ୍ଗ ଭାଇ ଭଉଣୀମାନେ ବିଭିନ୍ନ ଜାତୀୟ, ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ସୁନାମ ଅର୍ଜନ କରିଥିବା ରୁ କୃତିପ୍ରତିଯୋଗୀଙ୍କୁ ମଞ୍ଚରେ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ କୃତ୍ରିମ ଉପକରଣ ହିତାଧିକାରୀ ମାନଙ୍କୁ ଅତିଥି ମାନେ ପ୍ରଦାନ କରିଥିଲେ। ଉପ ନିର୍ଦ୍ଦେଶକ ଡଃ କିଶୋର ମହାପାତ୍ର ଅତିଥି ପରିଚୟ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଦିବ୍ୟାଙ୍ଗ ମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞନର ଷ୍ଟଲ ଖୋଲାଯାଇଥିଲା।ଅନୁଷ୍ଠାନର ପର୍ସୋନେଲ ଓ ପ୍ରଶାସନିକ ଉପନିର୍ଦୈଶକ ଶ୍ରୀ ସତ୍ୟଜିତ ପଟନାୟକ ଧନ୍ୟବାଦ ପ୍ରଦାନ ଅବସରରେ ଅଭିଭାବକ ମାନେ ଦିବ୍ୟାଙ୍ଗ ମାନଙ୍କୁ ଅବହେଳା ନକରି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଥିଲେ।ସମାଜରେ ସାଧାରଣ ମଣିଷ ଭଳି ଜୀବନଯାପନ କରିବାକୁ ବିଭିନ୍ନ ସରକାରୀ ଯୋଜନାର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନ ସମସ୍ତ ଡାକ୍ତର ଓ କର୍ମଚାରୀ ନିଷ୍ଠାପର ଭାବେ ସେବା ଯୋଗାଇ ଦେଇ ଆସୁଥିବା ବେଳେ ସମସ୍ତଙ୍କ ସହଯୋଗରେolatapur ଦିବସ ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *