ଏ ଏସ ସୌମ୍ୟକାନ୍ତ ଙ୍କୁ ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା
ସୌମ୍ୟକାନ୍ତ ୨୩୫ ନମ୍ବର ରେଙ୍କ ରେ ସଫଳ ହୋଇ ଜନ୍ମ ମାଟି କଳାହାଣ୍ଡି ଜିଲ୍ଲା ସମେତ ସୁବର୍ଣ୍ଣପୁର ଜିଲ୍ଲାର ମଧ୍ୟ ସୁନାମ ଅର୍ଜନ କରି ଗୌରବ ବଢାଇଛନ୍ତି। ସେ ଭବିଷ୍ୟତ ରେ ଜଣେ ଦକ୍ଷ ଆଇଏ ଏସ ଅଧିକାରୀ ହୋଇ ତଳ ସ୍ତର ର ଅପହଞ୍ଚ ଅଞ୍ଚଳ ର ଲୋକ ଙ୍କୁ ଉତ୍ତମ ସେବା ଦେବାକୁ ଲକ୍ଷ୍ୟ ରଖି ନିଃସ୍ଵାର୍ଥପର ଭାବେ ରାଜ୍ୟ ତଥା ଦେଶ ର ସେବା କରିବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ବାସ ଭବନ ରେ ସେ ଆଜି ଗଣମାଧ୍ୟମ ପ୍ରତିନିଧି ଙ୍କୁ ପ୍ରତିକ୍ରିୟା ଦେଇଛନ୍ତି l ମା ମାଣିକେଶ୍ଵରୀ ଓ ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ଓ ବାପା ମାଆ ଭଉଣୀ ମାନଙ୍କ ପ୍ରେରଣା ରେ ଆଜି ଏ ସଫଳତା ଆଣି ଦେଇଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି ସୌମ୍ୟ l ଶ୍ରୀମାନ ସୌମ୍ୟକାନ୍ତ ଙ୍କ ବାପା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ କହିଛନ୍ତି ଯେ ସେ ବହୁତ ପରିଶ୍ରମ କରିଥିଲା। ତାହାର କଠିନ ଅଧ୍ୟବସାୟ ଯୋଗୁଁ ତାକୁ ଏହି ସଫଳତା ମିଳିଛି। ଗାଁ ର ଗରିବ ନିଷ୍ପେସିତ ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ସହ ଏକ ଦରଦୀ ମନ ନେଇ ଜନସାଧାରଣ ଙ୍କୁ ସେବା ଯୋଗାଇ ଦେବାକୁ ମୋର ପରାମର୍ଶ ରହିବ ବୋଲି ସେ ପ୍ରକାଶ କରିଛନ୍ତି ଓ ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ନେଇ ଏ ଜିଲ୍ଲା ରେ ଦାୟିତ୍ଵ ନେବା ପରେ ମା ଙ୍କ ଏହା ଚମତ୍କାର ବୋଲି କହି ଜିଲ୍ଲା ର ଦୃତ ବିକାଶ ଦିଗରେ କାର୍ଯ୍ୟ ଜାରି ରଖି ମା ଙ୍କ ଠାରେ କୃତଜ୍ଞ ବୋଲି କହିଥିଲେ l ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ସୌମ୍ୟକାନ୍ତ ଙ୍କୁ ଆଜି ଜିଲ୍ଲାପାଳ ଙ୍କ ବାସ ଭବନ ରେ ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରି ଶୁଭ କାମନା କରି ଥିଲେ l ସଂଘ ର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଦିଲ୍ଲୀପ ପାତ୍ର, ଜିଲ୍ଲା ଶାଖା ସଭାପତି ମନୋରଂଜନ ତ୍ରିପାଠୀ, ସମ୍ପାଦକ ମହାଦେବ ମଲ୍ଲିକ, ରାଜ୍ୟ ସାଂଗଠାନିକ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ଉପ ସଭାପତି ବିବେକା ନନ୍ଦ ମିଶ୍ର ଙ୍କ ସମେତ ଜିଲ୍ଲା ର କିଛି ଗଣ ମାଧ୍ୟମ ପ୍ରତିନିଧି ସହ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଅର୍ଜୁନ ମାଝୀ ଏହି କାର୍ଯ୍ୟ କ୍ରମ ରେ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
