February 23, 2026
Home » ଓଏଏସ ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଜ୍ୟୋତି ଓ ସମୁଦ୍ରଙ୍କୁ ସୋନପୁରରେ ସମ୍ବର୍ଦ୍ଧନା l

ଓଏଏସ ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଜ୍ୟୋତି ଓ ସମୁଦ୍ରଙ୍କୁ ସୋନପୁରରେ ସମ୍ବର୍ଦ୍ଧନା l

0
WhatsApp Image 2024-10-21 at 5.11.26 PM

ସୁବର୍ଣ୍ଣପୁର –ଓପିଏସସି ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ସୋନପୁରର ଜ୍ୟୋତି ରଂଜନ ଭୋଇଙ୍କୁ ସୋମବାର ଦିନ ସାନଝିଙ୍କି ବାସ ଭବନରେ ପରିବାର, ଆତ୍ମୀୟ ସ୍ଵଜନ ଓ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସୋନପୁର ବ୍ଲକରେ କିରାଣୀ ଭାବେ କାର୍ଯ୍ୟରତ ଥିବା ବାପା ଦୈତ୍ୟଦେବ ଭୋଇ ଓ ମାତା ଜୟଶ୍ରୀ ଭୋଇଙ୍କ ସୁପୁତ୍ର ଅଟନ୍ତି ଜ୍ୟୋତି। ପ୍ରଥମେ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ, ମା ରାମଚଣ୍ଡୀ, ମା ମାଉଳି ଏବଂ ଅଜା ସମେତ ବାପା ଓ ମାଙ୍କୁ ଏହି ସଫଳତାର ଶ୍ରେୟ ଦେବି ବୋଲି ସୋମବାର ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଜ୍ୟୋତି। ପ୍ରଥମ ଥର ଓଏଏସ ପରୀକ୍ଷାରେ ୩୭୨ ନମ୍ୱର୍ ରେଙ୍କ ରେ ଓ ଜନ ସୂଚିତ ଜାତି ଭାବେ ୪ ନମ୍ୱର୍ ରେଙ୍କରେ ସଫଳ ହୋଇଥିବା ଜ୍ୟୋତି ପ୍ରଥମେ ବୃଦ୍ଧ ବୃଦ୍ଧା, ତଳସ୍ତର ର ସଧାରଣ ଜନତାଙ୍କୁ ଉତ୍ତମ ସେବା ଦେବାକୁ ଓ ବିଶେଷ କରି ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ଲକ୍ଷ୍ୟ ରଖିଛି ବୋଲି କହି ଭାବ ପ୍ରବଣ ହୋଇ ଯାଇଥିଲେ। ପୁଅ ଆଗକୁ ଜଣେ ଆଇଏଫ୍ଏସ ଅଫିସର ହୋଇ ଜଙ୍ଗଲ ପରିବେଶ ସୁରକ୍ଷାର ଗୁରୁ ଦାୟିତ୍ୱ ବହନ କରିବାକୁ ଶୁଭ କାମନା ଜଣାଇଛନ୍ତି ବାପା ଦୈତ୍ୟଦେବ। ପୁଅର ସଫଳତା ଖବର ପରେ ଶ୍ରୀ ଭୋଇଙ୍କ ପରିବାର ଓ ସାନ ଝିଙ୍କି ଗାଁ ଗତକାଲି ଠୁଁ ଉତ୍ସବ ମୁଖର ହୋଇ ଉଠିଛି। ସେହିପରି ବୌଦ୍ଧ ଜିଲ୍ଲା ମୂଳ ନିବାସୀ ସୋନପୁର ଗ୍ରୀଡ଼କୋ ଅଞ୍ଚଳରେ ରହୁଥିବା ସୁରଥ ମିଶ୍ର ଓ ବେବିଙ୍କ ସୁପୁତ୍ର ସମୁଦ୍ର ମିଶ୍ର ୩୩ ନମ୍ବର ରେଙ୍କ ହାସଲ କରି ବୌଦ୍ଧ ଜିଲ୍ଲାର ତଥା ବର୍ତ୍ତମାନ ବାସ କରୁଥିବା ସୁବର୍ଣ୍ଣପୁର ଜିଲ୍ଲାର ଗୌରବ ବଢାଇଛନ୍ତି। ମୋର ପ୍ରଥମ ଚେଷ୍ଟାରେ ଏ ସଫଳତା ହାସଲ କରିଥିବା ଓ ଏହାର ଶ୍ରେୟ ମୋ ବାପା ମାଆ କାକା ଖୁଡି ସାଙ୍ଗ ସାଥି ଓ ସିନିଅରଙ୍କୁ ଦେବି ବୋଲି ସମୁଦ୍ର ମିଡ଼ିଆ ଙ୍କୁ କହିଥିଲେ। ସୋନପୁର ସେଣ୍ଟ ଆନି ସ୍କୁଲ୍ ରେ ମେଟ୍ରିକରେ ଟପ୍ପର ହୋଇଥିବା ସମୁଦ୍ର ଯେଉଁଠି ଦାୟିତ୍ୱ ମିଳିବ ମୁଁ ଭଲରେ ଓ ଉତ୍ସର୍ଗୀ କୃତ ସର୍ଭିସ୍ ଦେବି ବୋଲି କହିଥିଲେ। ସେ ମଧ୍ୟ ସ୍ଵତନ୍ତ୍ର ଭାବେ ଶିକ୍ଷା ବିଭାଗର ସଂସ୍କାର ଆଣି ଏହାକୁ ଗୁରୁତ୍ଵ ଦେବାକୁ ସଂକଳ୍ପ ନେଇଥିବା ମିଡ଼ିଆଙ୍କୁ ମତ ଦେଇଥିଲେ । ଏ ଫଳାଫଳ ଓ ଭବିଷ୍ୟତ ଉଜ୍ବଳ ଥିବା କଥା ପୁଅ ଉପରେ ଆମ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ଓ ଆହୁରି ରହିବ ବୋଲି ପ୍ରେରଣା ଦାୟୀ ସମୁଦ୍ରଙ୍କ ଖୁଡି ପ୍ରଭାସିନୀ କହିଥିଲେ। ଓଏଏସ ପାଇବା ଖବର ପରେ ଶ୍ରୀମାନ ମିଶ୍ର ଓ ଶ୍ରୀମାନ ଭୋଇଙ୍କୁ ଜିଲ୍ଲା ତଥା ରାଜ୍ୟର ସମଗ୍ର ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟୁଛି l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।