November 20, 2025
Home » ଓଡ଼ଗାଁ ବ୍ଲକ ଆଙ୍ଗିସିଙ୍ଗି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ଓଡ଼ଗାଁ ବ୍ଲକ ଆଙ୍ଗିସିଙ୍ଗି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

0
WhatsApp Image 2025-10-15 at 1.46.56 PM

ନୟାଗଡ଼:ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଆଙ୍ଗିସିଙ୍ଗି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଦଧି ବାମନ ଜୀଉ ଉଚ୍ଚ ବିଦ୍ୟାଳୟ ଶିଖରପୁର ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ଆଙ୍ଗିସିଙ୍ଗି ସି.ଆର.ସି.ସି ରାଜେଶ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ମହୋତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଜ କିଶୋର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମହୋତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ ।

ଶିଶୁର ସୃଜନଶୀଳତାର ବିକାଶରେ ଶିଶୁ ମହୋତ୍ସବ ସୁରଭି ଛାତ୍ର/ଛାତ୍ରୀ ମାନଙ୍କର ସଂପୃକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ l ଏହି ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ପନ୍ଦରଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ର/ଛାତ୍ରୀ ମାନେ ସୁରଭି କାର୍ଯ୍ୟ କ୍ରମରେ ଯୋଗଦେଇ ନିଜନିଜର ଶିକ୍ଷା / କଳା ନୈପୁଣ୍ୟତା ପ୍ରଦର୍ଶିତ କରି ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିଲେ ।ଆଜିର ଏହି ସୁରଭି କାର୍ଯ୍ୟକ୍ରମରେ ବରିଷ୍ଠ ଓ କନିଷ୍ଠ ଦୁଇଟି ବିଭାଗରେ , କଣ୍ଠ ସଙ୍ଗୀତ, ଚିତ୍ରାଙ୍କନ, ରଚନା, ସୁନ୍ଦର ହସ୍ତାକ୍ଷର, ଇଲୋକେସନ,କୁଇଜ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ହୋଇଥିଲା l

ଅପରାହ୍ଣରେ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଗାୟକ କଳାନିଧି ପଣ୍ଡିତ ମନୋଜ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଶିଖରପୁର ସମିତି ସଭ୍ୟ ତଥା ସ୍କୁଲ ପରିଚାଳନା କମିଟି ସଭାପତି ଭାଗବତ ସେଠି, କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶ, କଣ୍ଠଶିଳ୍ପୀ ରବୀନ୍ଦ୍ର କୁମାର ଦାଶ, ମୋ ସ୍କୁଲ ସଭାପତି ମାନସ ବାରିକ ପ୍ରମୁଖ ଅତିଥି ରୂପେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ l ଶିକ୍ଷକ ନିରାକାର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ । ସି.ଆର.ସି.ସି ରାଜେଶ କୁମାର ଷଡ଼ଙ୍ଗୀ ସମସ୍ତ ପ୍ରତିଯୋଗିତା ଗୁଡିକର ବିଚାରକ ମାନଙ୍କୁନେଇ ସୁଚାରରୂପେ ପରିଚାଳନା କରିଥିଲେ l ଏଥିରେ ଆଙ୍ଗିଶୀଙ୍ଗି ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ବିଦ୍ୟାଳୟର ଶିକ୍ଷକ / ଶିକ୍ଷୟିତ୍ରୀ ମାନେ ସହଯୋଗ କରି ଆଜିର ସୁରଭି କାର୍ଯ୍ୟକ୍ରମକୁ ସଫଳତାରେ ପହଞ୍ଚାଇଥିଲେ । ପ୍ରକାଶ ଥାଉକି ଶ୍ରେଷ୍ଠ ବିବେଚିତ ଛାତ୍ର /ଛାତ୍ରୀ ମାନେ ଜିଲ୍ଲାସ୍ତରୀୟ ସୁରଭି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ପରମୁର୍ହୂରେ ତାରିଖ ,ସ୍ଥାନ ଓ ସମୟ ଜଣାଇଦିଆଯିବ ବୋଲି ସି ଆର ସି ସି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ ।

ଇପିଏରୁ ଗୋକୁଳ କୁମାର ଷଡ଼ଙ୍ଗୀ, ଜିଲ୍ଲା ପ୍ରତିନିଧି, ନୟାଗଡ଼ ।

Leave a Reply

Your email address will not be published. Required fields are marked *