April 22, 2025
Home » ଓଡ଼ିଆ ପକ୍ଷ ପାଳନର ଚତୁର୍ଦ୍ଧଶ ଦିବସ ଦିବସରେ ଓଡ଼ିଆ ନବବର୍ଷ ୨୦୨୫ ପାଳିତ

ଓଡ଼ିଆ ପକ୍ଷ ପାଳନର ଚତୁର୍ଦ୍ଧଶ ଦିବସ ଦିବସରେ ଓଡ଼ିଆ ନବବର୍ଷ ୨୦୨୫ ପାଳିତ

0

ଓଡ଼ିଆ ପକ୍ଷ ପାଳନର ଚତୁର୍ଦ୍ଧଶ ଦିବସ ଦିବସରେ ଓଡ଼ିଆ ନବବର୍ଷ ୨୦୨୫ ପାଳିତ ହୋଇଯାଇଛି l ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମନ୍ଵୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଶ୍ଵଜିତ ବର୍ମନ ଯୋଗଦେଇ ଓଡ଼ିଆ ନବବର୍ଷ ପାଳନ ଏବଂ ଓଡ଼ିଆ ପରମ୍ପରାରେ ହୁଳହୁଳି, ଝୋଟି ଓ ପାରମ୍ପରିକ ପିଠାପଣାର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ପାତ୍ର ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଦ୍ରୌପଦୀ କହଁର ଯୋଗଦେଇ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ମହିଳା ମାନଙ୍କ ମଧ୍ୟରେ ହୁଳହୁଳି,ଝୋଟି ଓ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ହୁଳହୁଳି ଓ ପିଠା ପ୍ରତିଯୋଗିତାରେ ଶ୍ରୀମତୀ ପ୍ରଭାତୀ ବିଶୋୟୀ ଓ ଝୋଟି ପ୍ରତିଯୋଗିତାରେ କୁମାରୀ ସଶ୍ମିତା ରାୟ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ହୁଳହୁଳି, ଝୋଟି ଓ ପିଠା ପ୍ରତିଯୋଗିତାରେ ରେବତୀ ଶିରା, ହୀରାମଣି ଚୌଧୁରୀ ଓ ପ୍ରୀତି ବାଘ ଦ୍ଵିତୀୟ ଏବଂ ମଞ୍ଜୁଲତା ଦାଶ, ଅନ୍ବେଷା ପାଢୀ ଓ ହିମାନ ଗଉଡ ଯଥାକ୍ରମେ ତୃତୀୟ ସ୍ଥାନ ହାସଲ କରିଥିଲେ । ଏହି କୃତୀ ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଅତିଥି ମାନେ ସଂସ୍କୃତିକୁ ବଜାୟ ରଖିବା ପାଇଁ ପରାମର୍ଶ ଦେବା ସହିତ ପ୍ରସଂଶା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାସିଆ ହରିଜନ ପରିଚାଳନା କରିଥିବା ବେଳେ ଜିଲ୍ଲା ସାମାଜ କଲ୍ଯାଣ ବିଭାଗ ଅଧିନସ୍ଥ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ବିଭାଗ କର୍ମଚାରୀମାନେ ସହୋଯାଗ କରିଥିଲେ ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *