July 7, 2025
Home » ଓଡ଼ିଆ ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ ପାଳନ ଅନୁଷ୍ଠିତ l

ଓଡ଼ିଆ ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ ପାଳନ ଅନୁଷ୍ଠିତ l

0
WhatsApp Image 2025-04-14 at 5.03.26 PM

ସୁବର୍ଣ୍ଣପୁର –ଖାଦ୍ୟ ପରମ୍ପରା ହେଉଛି ଆମ ଓଡ଼ିଆ ସଂସ୍କୃତି ର ଅବିଚ୍ଛେଦ୍ୟ ଅଂଶ l ଏହି ପରମ୍ପରା କୁ ବଜାୟ ରଖିବା ପାଇଁ ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ ଆଜି ସୁବର୍ଣ୍ଣପୁର ପୌର ପରିଷଦ ଠାରେ ମହା ସମାରୋହରେ ପାଳିତ ହୋଇଛି l ରାଜ୍ୟ ସରକାର ଙ୍କ ପଞ୍ଚାୟତି ରାଜ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅବସର ରେ ଆୟୋଜିତ ଏହି ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ ଆମ ରୂଚି ଆମ ଖାଦ୍ୟ ପାଳନ କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ, ଉପଜିଲ୍ଲାପାଳ ଡ. ସୌମ୍ୟା ରୁପା ରଥ ଅତିଥି ଭାବରେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ l ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ ଙ୍କ ତତ୍ତ୍ଵl ବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସ୍ୱଚ୍ଛ ଭାରତ ସଂଗଠନଙ୍କ ସମେତ ସହର ର ସମସ୍ତ ମିଡ଼ିଆ ଓ ବୁଦ୍ଧିଜୀବୀ , ପ୍ରଶାସନିକ ଅଧିକାରୀ କର୍ମଚାରୀ ଉପସ୍ଥିତ ରହି ସ୍ଵଂୟ ସହାୟିକା ଗୋଷ୍ଠୀ ମହିଳାଙ୍କ ପ୍ରସ୍ତୁତି ସୁ ସ୍ବାଦୁ ଖାଦ୍ୟର ସ୍ଵାଦ ପରଖି ଥିଲେ l ସତ୍ୟସାଇ ମହିଳା ଗୋଷ୍ଠୀ ନୂଆପଡ଼ା, ଜୟ ମା ବନ ଦୁର୍ଗା ସ୍ପିନିଂ ମିଲ ଡି କଲୋନୀ ମହିଳା ଗୋଷ୍ଠୀ, ନରସିଂହ ବାବା ଗ୍ରୁପ୍ ମହିଳା, ଶୁଭ ଲକ୍ଷ୍ମୀ ଗ୍ରୁପ ମହିଳା ତରିଆ ପଡ଼ା, ମା ମଙ୍ଗଳା ଓ ଜୟ ଜଗନ୍ନାଥ ଗୋଷ୍ଠୀ ମହିଳା ମଝି ପଡ଼ା, ସମ୍ପୂର୍ଣ୍ଣl ଗ୍ରୁପ ମହିଳା ଶାନ୍ତି ନଗର, ଗଙ୍ଗା ଯମୁନା ଗୋଷ୍ଠୀ ଖଦାଳ ପଡ଼ା ପ୍ରମୁଖ ସମସ୍ତ ମହିଳା ମାନେ ପାରମ୍ପାରିକ ସୁ ସ୍ଵlଦୁ ଖାଦ୍ୟ ଚାଉଳ ପୋଡ ପିଠା, ଆରିସା ପିତା, ଚକୁଳି, ସିଝା ମଣ୍ଡା, ମୁଗ, ଚାଉଳ, ସୁଜି ମଣ୍ଡା, ଇଟିଲି, ଗଇଁଠା ପିଠା, ମୁଗ ବରା, ଫେଣି, କାକରା, ଦୁଦୁରା, ମାଣ୍ଡିଆ ପିଠା, କରୁଟ, ଚାଉଳ ବରା ପ୍ରଭୁତିର ଖାଦ୍ୟ ପ୍ରସ୍ତୁତ କରିଥିଲେ।

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *