April 13, 2026
Home » ଓଡ଼ିଆ ପକ୍ଷ ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଦିବସ ପାଳିତ

ଓଡ଼ିଆ ପକ୍ଷ ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଦିବସ ପାଳିତ

0
WhatsApp Image 2026-04-12 at 2.18.30 PM

 

ଆୟୋଜିତ ହେଲା ସ୍ୱତନ୍ତ୍ର କବିତା ପାଠତ୍ସବ ଏବଂ ଫ୍ୟାନ୍ସି ପୋଶାକ ପ୍ରତିଯୋଗିତା

ବରଗଡ଼:ସବୁ କ୍ଷେତ୍ରରେ ଓଡ଼ିଶାକୁ ଆଗେଇ ନେବାରେ ଅନେକ ବରପୁତ୍ରଙ୍କ ରହିଛି ଅତୁଳନୀୟ ଅବଦାନ । ସେମାନଙ୍କ ତ୍ୟାଗ, ନିଷ୍ଠା ଓ ସମର୍ପଣରେ ଓଡ଼ିଶା ହୋଇଛି ସମୃଦ୍ଧ ଓ ଗୌରବାନ୍ଵିତ। ସେମାନଙ୍କ ଅବଦାନକୁ ସ୍ମରଣ କରିବା ଏବଂ ସମ୍ମାନ ଜଣାଇବା ଉଦ୍ୟେଶରେ ସ୍ଥାନୀୟ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ‘ବନ୍ଦନୀୟ ବରପୁତ୍ର’ ଦିବସ ମହାଡମ୍ବର ସହକାରେ ପାଳିତ ହୋଇଯାଇଛି।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ସାଂସ୍କୃତି ଅଧିକାରୀ ତାହିର ହୁସେନ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ସୁନା ଏବଂ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷକ ଅଶୋକ କୁମାର ପୁଝାରୀ ଯୋଗ ଦେଇ ଓଡ଼ିଶାର ସମସ୍ତ ବନ୍ଦନୀୟ ବରପୁତ୍ରଙ୍କୁ ଶ୍ରଦ୍ଧାଶୁମନ ଅର୍ପଣ କରି ଆମ ପୂର୍ବଜଙ୍କ ବୀରଗାଥା ଓ ତ୍ୟାଗକୁ ମନେ ପକାଇବା ସହ ତାଙ୍କ ପ୍ରଦର୍ଶିତ ମାର୍ଗକୁ ସମସ୍ତେ ଅନୁକରଣ କରି ଓଡ଼ିଶାର ସାହିତ୍ୟ, କଳା, ସଂସ୍କୃତି ଆଦିର ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ।ଏହାପରେ ଆୟୋଜିତ ହୋଇଥିବା ଫେନ୍ସି ପୋଷାକ ପରିଧାନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ଓଡ଼ିଶାର ବରପୁତ୍ରମାନଙ୍କ ଅବଦାନକୁ ସମ୍ମାନ ଜଣାଇ ସେମାନଙ୍କ ଭଳି ପୋଷାକ ପରିଧାନ କରିବା ସହ ତାଙ୍କର ମହତବାଣୀ ଗୁଡିକୁ ପରିପ୍ରକାଶ କରିବା ପରେ ଜିଲ୍ଲାର ପ୍ରମୁଖ କବି ଏବଂ କବିୟିତ୍ରୀ ଓଡିଶା ତଥା ବରଗଡ଼ ଜିଲ୍ଲାର ବରପୁତ୍ର ମାନଙ୍କ ଅତୁଳନୀୟ ଅବଦାନ ବିଷୟରେ ନିଜ କବିତା ମାଧ୍ୟମରେ ଉପସ୍ଥାପନା କରିଥିଲେ। ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ଓ କବିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ କରାଯାଇଥିଲା।

 

ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ) ରିପୋର୍ଟ,

Leave a Reply

Your email address will not be published. Required fields are marked *