February 10, 2026
Home » ଓଡ଼ିଆ ପକ୍ଷ ପାଳନ ନେଇ ପାରମ୍ପରିକ ପୋଷାକ ପରିଧାନ କାର୍ଯ୍ୟକ୍ରମ ହସ୍ତତନ୍ତ ବସ୍ତ୍ର ପରିଧାନ ଦ୍ୱାରା ସମୃଦ୍ଧ ହେବ ଆମ ଅର୍ଥନୀତି

ଓଡ଼ିଆ ପକ୍ଷ ପାଳନ ନେଇ ପାରମ୍ପରିକ ପୋଷାକ ପରିଧାନ କାର୍ଯ୍ୟକ୍ରମ ହସ୍ତତନ୍ତ ବସ୍ତ୍ର ପରିଧାନ ଦ୍ୱାରା ସମୃଦ୍ଧ ହେବ ଆମ ଅର୍ଥନୀତି

0
WhatsApp Image 2025-04-05 at 6.10.30 PM

ଓଡ଼ିଆ ପକ୍ଷ ପାଳନର ତୃତୀୟ ଦିନରେ ଆମ ପୋଷାକ ଆମ ପରିଚୟ ଅଭିଯାନରେ ତା:୩/୪/୨୫ ରିଖ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ପାରମ୍ପରିକ ବସ୍ତ୍ର ପରିଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏହି ଅବସରରେ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରିଥିଲେ। ସେ କହିଛନ୍ତି ଆମ ବସ୍ତ୍ର ଆମ ସ୍ବାଭିମାନ ଓ ପରିଚୟ ହେବା ଉଚିତ୍। ଆମ ଓଡ଼ିଶାର ହସ୍ତତନ୍ତ ସମଗ୍ର ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ପ୍ରତ୍ୟେକ ହସ୍ତତନ୍ତ ବସ୍ତ୍ର ସହିତ ଏହାର ଐତିହ୍ୟ ଓ ଅଞ୍ଚଳର କାହାଣୀ ଜଡ଼ିତ ହୋଇ ରହିଛି। ହସ୍ତତନ୍ତ ମାଧ୍ୟମରେ ବୁଣାକାର ମାନଙ୍କ ସୃଜନାତ୍ମକ କୌଶଳ ପୀଢ଼ି ପରେ ପୀଢ଼ି ପ୍ରସାରିତ ହୋଇ ଆସୁଛି। ହସ୍ତତନ୍ତ ବସ୍ତ୍ର ପରିଧାନ ଦ୍ୱାରା ଆମ ଅର୍ଥନୀତି ମଧ୍ଯ ସମୃଦ୍ଧ ହୋଇଥାଏ।

ସବୁଦିନ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରିବା ଉଚିତ୍ ବୋଲି ସେ କହିଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବରଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *