March 20, 2026
Home » ଓଡ଼ିଆ ସାହିତ୍ୟରେ ଜନଜାତି ଜୀବନ ଓ ଚରିତ୍ରର ଚିତ୍ରଣ” ଶୀର୍ଷକ ଏକ ଦିନିକିଆ ଆଲୋଚନାଚକ୍ର

ଓଡ଼ିଆ ସାହିତ୍ୟରେ ଜନଜାତି ଜୀବନ ଓ ଚରିତ୍ରର ଚିତ୍ରଣ” ଶୀର୍ଷକ ଏକ ଦିନିକିଆ ଆଲୋଚନାଚକ୍ର

0
WhatsApp Image 2026-03-19 at 6.02.01 PM

 

ଭବାନୀପାଟଣା:କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ “ଓଡ଼ିଆ ସାହିତ୍ୟରେ ଜନଜାତି ଜୀବନ ଓ ଚରିତ୍ରର ଚିତ୍ରଣ” ଶୀର୍ଷକ ଏକ ଦିନିକିଆ ଆଲୋଚନାଚକ୍ର ଏମ.ଏମ. ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।​ଏହାର ଉଦ୍‌ଘାଟନୀ ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ନିବେଦିତା ନାଥ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ପରାମର୍ଶଦାତା ସମିତିର ଆହ୍ୱାୟକ ଗୌରହରି ଦାସ, ପରାମର୍ଶଦାତା ସମିତି ସଦସ୍ୟ ମନୋଜ ପଣ୍ଡା, କେନ୍ଦ୍ର ସାହିତ୍ୟ ଏକାଡେମୀ କଲିକତା ଆଞ୍ଚଳିକ କାର୍ଯ୍ୟାଳୟର ସହକାରୀ ସମ୍ପାଦକ ପଲ୍ଲୀଶ୍ରୀ ପଟ୍ଟନାୟକ ଏବଂ ପରମେଶ୍ୱର ମୁଣ୍ଡ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଭିଡିଓ ମୋଡ୍‌ରେ ଯୋଗ ଦେଇ ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ ତଥା ପଦ୍ମଶ୍ରୀ ସମ୍ମାନିତ ମହେନ୍ଦ୍ର ମିଶ୍ର କହିଲେ ଯେ, ଓଡ଼ିଆ ସାହିତ୍ୟ ଜନଜାତି ଜୀବନ, ସଂସ୍କୃତି ଓ ପରମ୍ପରାରେ ସମୃଦ୍ଧ ହୋଇଥିଲେ ହେଁ, କ୍ଷେତ୍ର ଭିତ୍ତିକ ଗବେଷଣା ମାଧ୍ୟମରେ ଏଦିଗରେ ଆହୁରି ଅନେକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ଜନଜାତି ଗବେଷକମାନେ ହିଁ ଜନଜାତିଙ୍କ ଜୀବନ ସହିତ ନ୍ୟାୟ କରିପାରିବେ ଏବଂ ସେମାନଙ୍କର ଆତ୍ମା ଓ ମନସ୍ତତ୍ତ୍ୱକୁ ଅତି ନିବିଡ଼ ଭାବେ ଉପସ୍ଥାପନ କରିପାରିବେ।​ଏହା ପରେ ଅନୁଷ୍ଠିତ ଦୁଇଟି ବୈଷୟିକ ଅଧିବେଶନରେ ଗବେଷକ ରାଜେନ୍ଦ୍ର ପାଢ଼ୀ, କୌତୁକ ପାଣ୍ଡରା, ପ୍ରତ୍ୟାଶା ଢାଲ, ଡୋଲାମଣି ଧରୁଆ, ସାଇମନ ବିଡ଼ିକା ଏବଂ ସୁରେଶ୍ୱରୀ ବାଘ ନିଜର ପ୍ରବନ୍ଧ ଉପସ୍ଥାପନ କରିଥିଲେ। ବିଷୟ ବିଶେଷଜ୍ଞ ଭାବେ ଗବେଷକ ଉମାଶଙ୍କର କର ଏବଂ ଗୋପୀନାଥ ବାଗ ଏହି ଅଧିବେଶନଗୁଡ଼ିକରେ ଅଧ୍ୟକ୍ଷତା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *