December 22, 2024
Home » ଓଡ଼ିଶାର ରାଜ୍ୟପାଳ ସାମ୍ବିଧାନିକ ପଦରେ ଥାଇ ରାଜନୀତି କରୁଛନ୍ତି: ଜୟଦେବ ଜେନା

ଓଡ଼ିଶାର ରାଜ୍ୟପାଳ ସାମ୍ବିଧାନିକ ପଦରେ ଥାଇ ରାଜନୀତି କରୁଛନ୍ତି: ଜୟଦେବ ଜେନା

0

ଭୁବନେଶ୍ବର : ସାମ୍ବିଧାନିକ ପଦରେ ଥାଇ ରାଜନୀତି କରୁଛନ୍ତି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଏପରି ଅଭିଯୋଗ ଆଣିବା ସହ ରାଜ୍ୟପାଳଙ୍କୁ ରାଜନୀତିରୁ ଦୂରେଇ ରହିବାକୁ ଚେତାଇ ଦେଇଛି କଂଗ୍ରେସ। ରାଜ୍ୟପାଳ ରାଜନୀତିରୁ ଦୂରେଇ ରହନ୍ତୁ । ଝାଡ଼ଖଣ୍ଡ ରାଜନୀତିରେ ମାତନ୍ତୁ ନାହିଁ । ନ ହେଲେ ସାରା ଦେଶରେ କଂଗ୍ରେସ ଆନ୍ଦୋଳନ କରିବ।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି, ରଘୁବର ଦାସ ଝାଡ଼ଖଣ୍ଡ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି । ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଛନ୍ତି ।ତେଣୁ ଓଡ଼ିଶାର ରାଜ୍ୟପାଳ ଝାଡ଼ଖଣ୍ଡ ରାଜନୀତିରୁ ଦୂରେଇ ରୁହନ୍ତୁ । ରାଜଭବନରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ଶର୍ମା ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ । ରାଜଭବନରେ ବସି ନିର୍ବାଚନ ପରିଚାଳନା କଲେ । ଶୁକ୍ରବାର ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପି ଷ୍ଟାର କ୍ୟାମ୍ପେନର ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନା ରହିଛି । ଏହା ରାଜନୀତି ନୁହେଁ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ପୂର୍ବରୁ ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସହଯୋଗୀ ଓଡ଼ିଆ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ । ଓଡ଼ିଶାରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ଓ ପ୍ରତିବାଦ କରାଯାଇଛି । ରାଷ୍ଟ୍ରପତିଙ୍କୁ ମଧ୍ୟ ସ୍ମାରକପତ୍ର ଦିଆଯାଇଛି । ଯେଉଁ ବିଜେପି ଓଡ଼ିଆ ଅସ୍ମିତା କଥା କହି ଶାସନକୁ ଆସିଲା, ଜଣେ ଓଡିଆ ଅଧିକାରୀ ମାଡ଼ ଖାଇଲେ, ଆଜି ଯାଏଁ ନ୍ୟାୟ ଦେଇପାରିଲାନି । ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ଜୟଦେବ ଜେନ ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *

You may have missed