January 1, 2026
Home » ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଆଲୋଚନା ଚକ୍ର

ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଆଲୋଚନା ଚକ୍ର

0
WhatsApp Image 2025-12-31 at 6.36.42 PM

କଳାହାଣ୍ଡି ଜିଲ୍ଳା ଧର୍ମଗଡ ବ୍ଲକ ଅନ୍ତର୍ଗତ ସନ୍ଦି କୁଲିହାରି ଗ୍ରାମ ଠାରେ ଓଡ଼ିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ଆଲୋଚନା ଚକ୍ର ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ଧର୍ମଗଡ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଶ୍ରୀ କବିରାଜ ଦୁର୍ଗାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସଂଘର ସାଧାରଣ ସଂପାଦକ ରାଜେନ୍ଦ୍ର ଭୋଇ, ସହ ସଂପାଦକ ଧରଣୀ ଧର ଧଙ୍ଗଡା ମାଝୀ, କୋଷାଧ୍ୟକ୍ଷ ପ୍ରତାପ କିଶୋର ଆଚାର୍ଯ୍ୟ,ଅବସର ପ୍ରାପ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ କିଶୋର କୁମାର ଖମାରୀ, ହରି ସୁନ୍ଦର ପଣ୍ଡା, ଫୁଲେଶ୍ୱର୍ ସେନାପତି, ଜବାହର ଲାଲ ବାଗ, ତ୍ରିଲୋଚନ ବାଗ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ୮୦ ବର୍ଷ ବୟସରେ ପାଦ ଦେଇଥିବା ସଂଘର ବରିଷ୍ଠ ସଦସ୍ୟ ଧନେଶ୍ୱର ଗୋପାଳ, ହେତୁରାମ ମେହେର,ହୃଷିକେଶ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରୁଣା ବର୍ଷ କୁ ସ୍ମୃତିକୁ ଆଧାର କରି ଆଗାମୀ ନୂତନ ବର୍ଷ ୨୦୨୬ ରେ ସଂଘର ନୂତନ ଭବନ ନିର୍ମାଣ କରାଯିବା ପାଇଁ ଉଦ୍ୟମ କରାଯିବା ସହ ସଂଘର ସଦସ୍ୟ ମାନଙ୍କ ନିମନ୍ତେ ବହୁବିଧ ଉନ୍ନତି ପାଇଁ ବଦ୍ଧ ପରିକର ହେବା ପାଇଁ ଆହ୍ଵାନ ଦିଆଯାଇଥିଲା। ଅବସରପ୍ରାପ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଲୋକନାଥ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *