November 24, 2025
Home » ଓଡ଼ିଶା ସାମ୍ବାଦିକ ୟୁନିୟନ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ କଟକ ଜିଲ୍ଲା ଶାଖା ର ୨୩ ତମ ଦୁଇ ବାର୍ଷିକ ସମ୍ମିଳନୀ

ଓଡ଼ିଶା ସାମ୍ବାଦିକ ୟୁନିୟନ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ କଟକ ଜିଲ୍ଲା ଶାଖା ର ୨୩ ତମ ଦୁଇ ବାର୍ଷିକ ସମ୍ମିଳନୀ

0
WhatsApp Image 2025-11-24 at 11.19.31 AM

 

କଟକ:  ସରକାର ତାଙ୍କ ନିଜ କଥାକୁ ରଖନ୍ତୁ । ସାମ୍ବାଦିକଙ୍କୁ ପେନ୍‌ସନ୍, ସ୍ବୀକୃତି ଏବଂ ସୁରକ୍ଷା ଦେବାଲାଗି ସରକାର ବିଭିନ୍ନ ଫୋରମ୍‌ରେ କହି ଆସୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସାମ୍ବାଦିକମାନଙ୍କ ଏହି ସର୍ବନିମ୍ନ ଦାବି ପୂରଣ ହୋଇପାରି ନାହିଁ। ଆଗାମୀ ବିଧାନସଭାରେ ରାଜ୍ୟ ସରକାର ସାମ୍ବାଦିକଙ୍କ ଏହି ଦାବି ପ୍ରତି ଧ୍ୟାନ ଦେବେ ବୋଲି ଓଡ଼ିଶା ରାଜ୍ୟ ସାମ୍ବାଦିକ union ଆଶା ରଖୁଛି ବୋଲି କଟକରେ ଶନିବାର ଦିନଆୟୋଜିତ ରାଜ୍ୟସ୍ତରୀୟ ବୈଠକରେ ୟୁନିୟନ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ଏହା କହିଛନ୍ତି।ଓଡ଼ିଶା ସାମ୍ବାଦିକ ୟୁନିୟନ ର ରାଜ୍ୟକାର୍ଯ୍ୟକାରିଣି ବୈଠକ ଓ କଟକ ଜିଲ୍ଲା ସାମ୍ବାଦିକ ୟୁନିୟନ ର ୨୩ ତମ ଦ୍ଵି ବାର୍ଷିକ ସମ୍ମିଳନୀ ମହାନଦୀ ବିହାର ସ୍ଥିତ ରିଦ୍ଧି ଶିଦ୍ଧି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟକ ଭାବେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇ ସାମ୍ବାଦିକ ମାନଙ୍କର ଯଥାର୍ଥ ଦାବିକୁ ସମର୍ଥନ କରିଥିଲେ ‌। ଅଭ୍ୟର୍ଥନା କମିଟି ଅଧକ୍ଷ ତଥା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇ ସାମ୍ବାଦିକ ମାନଙ୍କର ଦାବି ପେନ୍‌ସନ, ପ୍ରୋଟେକସନ ଓ ଆକ୍ରିଡେସନକୁ ସମର୍ଥନ ଜଣାଇବା ସହ ଆନ୍ଦୋଳନ ଜରିଆରେ ସମ୍ଭବ ହୋଇପାରିବ ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ ବାଙ୍କୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନେତା ପ୍ରଭାତ କୁମାର ତ୍ରୀପାଠୀ ସାମ୍ବାଦିକମାନଙ୍କ ଦାବି ସ‌ହ ପୂର୍ଣ ସମର୍ଥନ ରହିଛି ବୋଲି କହିଥିଲେ।ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ କଟକଜିଲ୍ଲା ସଭାପତି ପ୍ରଫୁଲ୍ଲ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜାତୀୟ କାର୍ଯ୍ୟକାରିଣି ସଦସ୍ୟ ଅକ୍ଷୟ କୁମାର ସାହୁ, ଉପ ସଭାପତି ରାଜୀବ କୁମାର ମହାନ୍ତି ଯୋଗଦେଇ ସରକାର ସାମ୍ବାଦିକମାନଙ୍କ ନ୍ୟାର୍ଯ୍ୟଦାବିକୁ ଅଣଦେଖା କଲେ ୩୦ ଜିଲ୍ଲାରେ ଆନ୍ଦୋଳନ ଜୋର୍‌ଦାର କରା‌ଯିବ ବୋଲି କହିଥିଲେ। ଏହି ଅବସରରେ କଟକ ଜିଲ୍ଲା ସାମ୍ବାଦିକ ୟୁନିୟନର ମୁଖପତ୍ର ‘ମସୀ’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଓୟୁଜେର ଦ୍ବିବାର୍ଷିକ ସମ୍ମିଳନୀ ୨୦୨୬ ଜାନୁୟାରୀ ୯ତାରିଖ ଜୟଦେବଭବନରେ ହେବାକୁ ଘୋଷଣା କରାଗଲା I ଆସନ୍ତା ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଭାବେ ଅଜୟ କୁମାର ଦାସଓ ସହ ଅଧିକାରୀ ଭାବେ ସୁଧାଂଶୁ ପରିଡ଼ା ଙ୍କୁଚୟନ କରାଗଲା । ଏହି ଅବସରରେ ସମାଜର ବିଶିଷ୍ଟ ବ୍ୟକ୍ତି ସଂଜୟ ଜେନା, କଳ୍ପତରୁ ଖୁଣ୍ଟିଆ, ପ୍ରଫେସର ତ୍ରୀଦେବ ବେହେରାଙ୍କୁ ସମ୍ବଦ୍ଧିତ କରାଯାଇଥିଲା ।ରାଜ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ପରିକ୍ଷିତ ବିଶ୍ବାଳ, ପ୍ରସନ୍ନ ପାଇକରାୟ, ଅଭୟ ପତି,କିଶନ ରାଉତଙ୍କ ସମେତ ୩୦ଜିଲ୍ଲାର ପ୍ରତିନିଧ ମାନେ ବକ୍ତବ୍ୟ ରଖିଥିଲେ କଟକ ଜିଲ୍ଲା ସାମ୍ବାଦିକ ୟୁନିୟନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ସାଧାରଣ ସମ୍ପାଦକ ଅଜୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

 

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *