March 18, 2026
Home » ଓଡିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
WhatsApp Image 2026-03-17 at 7.04.39 PM

ପୁରୀ :  ପୁରୀ ଜିଲ୍ଲା ସ୍ତରୀୟ ୯୧ ତମ ଓଡିଶା ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ପରାମର୍ଶ କ୍ରମେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ ଓ କାର୍ଯ୍ୟସୂଚୀ ଅନୁସାରେ ଆଲୋଚନା କରିଥିଲେ।ଓଡିଶା ଦିବସ ଅର୍ଥାତ ଅପ୍ରେଲ ୧ ତାରିଖ ପ୍ରତ୍ୟୁଷ ୫ ଘଟିକା ରୁ ପୁରୀ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯିବ।ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁରୀ ପୌର ପାଳିକା ଓ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ମାଲ୍ୟାର୍ପଣ ପାଇଁ ବ୍ୟବସ୍ଥା କରାଯିବ।ସେହିପରି ପୁରୀ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳ ଓ ସହରାଞ୍ଚଳ ରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ସମ୍ପୃକ୍ତ ବିଡ଼ିଓ ଓ ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କ ରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ସମ୍ପୃକ୍ତ ଅନୁଷ୍ଠାନର ମୁଖ୍ୟ ମାନେ ମାଲ୍ୟାର୍ପଣ ପାଇଁ ଅନୁରୋଧ କରାଗଲା।ଓଡିଶା ଦିବସ ଅବସରରେ ଅପ୍ରେଲ ୧ ତାରିଖ ପୂର୍ବାହ୍ନ ୮ ଘଟିକା ସମୟରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ରକ୍ତଦାନ ଶିବିର ଓ ସମ୍ପର୍କ ସାମାଜିକ ଅନୁଷ୍ଠାନ ସହଯୋଗ ରେ ଆୟୁର୍ବେଦ ଭିତ୍ତିକ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେବ।ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବ୍ଲଡ ବ୍ୟାଙ୍କ ଅଧିକାରୀ, ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ଆୟୋଜିତ ହେବ ଓ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସମ୍ମିଳନୀ କକ୍ଷ ପ୍ରଦାନ ସହ ସମସ୍ତ ସହଯୋଗ କରିବାକୁ ଅନୁରୋଧ କରାଗଲା।ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିବିଧ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ସଂସ୍କୃତି ଭବନରେ ଆୟୋଜିତ ଉତ୍ସବ ରେ ସମ୍ବର୍ଦ୍ଧିତ କରାଯିବାକୁ ସ୍ଥିର ହେଲା।ବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଏସସିଏସ ମହାବିଦ୍ୟାଳୟ ପରିଚାଳନା କରିବେ।ସଂସ୍କୃତି ଭବନ ଠାରେ ଆୟୋଜିତ ଉତ୍ସବରେ ଓଡ଼ିଆ ସଂସ୍କୃତି, ଐତିହ୍ୟ, ଓ ଓଡିଶା ଦିବସ ପାଳନ ସମ୍ପର୍କରେ ଆଲୋଚନା କରାଯିବା ସହ ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଆଇନ ଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ସେବା, ପରିଷ୍କାର ପରିଛନ୍ନତା,ଅଗ୍ନି ନିର୍ବାପକ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ କରାଯାଇଥିଲା।ଓଡିଶା ଦିବସ ଆମ ଓଡ଼ିଶା ର ଗର୍ବ ଓ ସ୍ବାଭିମାନ ର ପ୍ରତୀକ।ଏହାକୁ ଆନନ୍ଦର ସହ ପାଳନ କରିବା ଆବଶ୍ୟକ।ତେଣୁ ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବିଭିନ୍ନ ଉଦ୍ୟୋଗ,ବ୍ୟବସାୟିକ ପ୍ରତିଷ୍ଠାନ, ସାଧାରଣ ଜନତା ପ୍ରମୁଖ ନିଜସ୍ୱ ବ୍ୟୟରେ ତୋରଣ ନିର୍ମାଣ, ଆଲୋକ ମାଳାରେ ସଜ୍ଜିତ କରିବାକୁ ଅନୁରୋଧ କରାଯାଇଥିଲା।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଚନ୍ଦ୍ର ମୋହନ ଚାନ୍ଦ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଦୁର୍ଗା ମାଧବ କର,ସମାଜସେବୀ ଚକ୍ରଧର ମହାପାତ୍ର, ବଦ୍ରି ମିଶ୍ର, ଅନାମ ଚନ୍ଦ୍ର ସାହୁ,ସମ୍ପର୍କ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ,ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ,ଗଣମାଧ୍ୟମ ପ୍ରତିନିଧି ବୃନ୍ଦ,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ବୈଠକରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପଖଣ୍ଡ ଅଧିକାରୀ ପ୍ରଦୀପ୍ତ ସେନାପତି, ସହକାରୀ ସୂଚନା ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *