December 3, 2025
Home » ଓଡିଶା ବନ୍ଦ ଡାକରାରେ ପାରାଦୀପ ବନ୍ଦ ସଫଳ

ଓଡିଶା ବନ୍ଦ ଡାକରାରେ ପାରାଦୀପ ବନ୍ଦ ସଫଳ

0
WhatsApp Image 2025-07-17 at 6.52.24 PM

ପାରାଦୀପ-୧୭ା୦୭- ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୂତୀ ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ନ୍ୟାୟ ପାଇବା ପାଇଁ ସୌମ୍ୟାଶ୍ରୀ ବିଭିନ୍ନ ମହଲରେ ନିବେଦନ କରି ବିଫଳ ହେବା ପରେ ଆତ୍ମାହୂତୀ ଭଳି ଚରମ ନିଷ୍ପି ନେଇଥିଲେ । ଏହି ଘଟଣାରେ ସୌମ୍ୟାଶ୍ରୀଙ୍କର ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ହୋଇଥିଲା । ଏହି ଆତ୍ମାହୂତୀ ଘଟଣାରେ ରାଜ୍ୟ ସରକାର ରାଜ୍ୟରେ ମହିଳମାନଙ୍କୁ ସୁରକ୍ଷା ଦେବାରେ ବିଫଳ ଏବଂ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, ବାଲେଶ୍ୱର ବିଧାୟକ, ସାଂସଦଙ୍କ ଇସ୍ତଫା ଦାବୀରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ଦିନ ଓଡିଶା ବନ୍ଦ ଡାକରା ଦେଇଥିଲା । ଏହି ବନ୍ଦ ଡାକରାକୁ କମ୍ୟୁନିଷ୍ଟ ପାର୍ଟି ସମେତ ୭ଗୋଟି ଦଳ ସମର୍ଥନ ଦେଇଥିଲେ । ଏହିକ୍ରମରେ ପାରାଦୀପ କଂଗ୍ରେସ୍ ପକ୍ଷରୁ ଗୁରୁବାର ଦିନ ପାରାଦୀପ ବନ୍ଦ ଡାକରା ଦିଆଯାଇଥିଲା ।

ସକାଳୁ ପାରାଦୀପର ମହିଳା,ଛାତ୍ରଯୁବ କଂଗ୍ରେସ୍ କର୍ମୀମାନେ ପାରାଦୀପ କଂଗ୍ରେସ୍ ନେତା ନିରଂଜନ ନାୟକ, ନଗର କଂଗ୍ରେସ୍ ସଭାପତି କେଦାର ବିଶ୍ୱାଳଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ବନ୍ଦ କରିବାକୁ ଯାଇଥିଲେ । ସୌମ୍ୟାଶ୍ରୀଙ୍କୁ ସମର୍ଥନ ଜଣାଇ ପାରାଦୀପର ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ପେଟ୍ରୋଲ ପମ୍ପ, ବ୍ୟବସାୟିକ ଅନୁଷ୍ଠାନ, ରେଳ ଚଳାଚଳ, ବସ୍ ସେବା, ଶିକ୍ଷାନୁଷ୍ଠାନ ସ୍ୱତପ୍ରବୃତ ଭାବେ ବନ୍ଦ ହୋଇଯାଇଥିଲା । ପାରାଦୀପର ସମସ୍ତ ଶିକ୍ଷାନୁଷ୍ଠାନ ଅନୁଷ୍ଠାନିକ ଭାବେ ବନ୍ଦ କରିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଖୋଲାଯାଉଥିବା ବେଳେ ଅଭିଭାବକ ଓ କଂଗ୍ରେସ୍ କର୍ମୀମାନେ ତୀବ୍ର ବିରୋଧ କରିବା ପରେ ଶିକ୍ଷାଦାନ ପ୍ରକ୍ରିୟା ବନ୍ଦ ହୋଇଥିଲା ବୋଲି ପାରାଦୀପ କଂଗ୍ରେସ୍ ନେତା ନିରଂଜନ ନାୟକ କହିଛନ୍ତି । ମୃତା ଛାତ୍ରୀ ଜଣକ ସମସ୍ତଙ୍କର ଝିଅ ଏଭଳି ସମୟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତାଙ୍କ ପ୍ରତି ସମବେଦନା ନଜଣେଇ ବନ୍ଦ ପ୍ରକ୍ରିୟାରେ ସାମିଲ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ପାରାଦୀପ କଂଗ୍ରେସ୍ ନେତା ନିରଂଜନ ନାୟକ । ପାରାଦୀପ ବିଭିନ୍ନ ସ୍ଥାନରେ କଂଗ୍ରେସ୍ ନେତାମାନଙ୍କ ସହିତ କମ୍ୟୁନିଷ୍ଟ ପାର୍ଟିର ନେତାମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ସକାଳ ଛଅଟାରୁ ସଂନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଦିଆଯାଇଥିବା ବନ୍ଦ ଡାକରା ପାରାଦୀପ ଅଂଚଳ ସମେତ ଅଠରବାଙ୍କୀ, ଦୋଛକି. କୁଜଙ୍ଗ ପ୍ରଭୃତି ଅଂଚଳରେ ବନ୍ଦ ସଫଳ ହୋଇଥିବା ଦେଖିବାକୁ ମିଳିଥିଲା । ବରିଷ୍ଠ କଂଗ୍ରେସ୍ ନେତା କାଳନ୍ଦି ଚନ୍ଦ୍ର ଦାସ, ତ୍ରିନାଥ ମହାନ୍ତି,ଜ୍ୟୋତିରଂଜନ ଦାସ, ପଦ୍ମସମ୍ଭୁତ ମହାନ୍ତି, କୃପାସିନ୍ଧୁ ଦାସ,ଚନ୍ଦ୍ରଶେଖର ମହାପାତ୍ର, ସୁନାକର ବାରିକ, ସୁଶାନ୍ତ ବାରିକ, ମହିଳା କଂଗ୍ରେସ୍ ନେତ୍ରୀ ବିନତି ପଢିଆରୀ, ଖୁଲଣା ଜେନା,କୌଶଲ୍ୟା ମହାନ୍ତି, ପୁଷ୍ପା ଦାସ, ଧରିତ୍ରୀ ସାମଲ, ଛାତ୍ର କଂଗ୍ରେସ୍ ନେତା ରାକେଶ ମହାପାତ୍ର, ଜନ୍ମେଜୟ ମଲ୍ଲିକ ପ୍ରମୁଖ ଏହି ବନ୍ଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ

paradeep ru prasant das nka report epa news

Leave a Reply

Your email address will not be published. Required fields are marked *