ଓଡିଶା ସାମ୍ବାଦିକ ସଂଘ ଜଗତସିଂହପୁର ଜିଲା ପକ୍ଷରୁ ସାଧାରଣ ପରିଷଦ ବୈଠକ
ଜଗତସିଂହପୁର::ଓଡିଶା ସାମ୍ବାଦିକ ସଂଘ ଜଗତସିଂହପୁର ଜିଲା ସାଧାରଣ ପରିଷଦ ବୈଠକ ଧଳତଙ୍ଗଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସଂଘର ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଜେୟ ର ରାଜ୍ୟ ସାଧାରଣ ସଂପାଦକ ଦୁର୍ଯ୍ୟୋଧନ ମହାରଣା ଯୋଗଦେଇ ଜିଲାରେ ସଂଘର ସମସ୍ତ ଏକତ୍ରିତ ହୋଇ କାର୍ଯ୍ୟକରିବା ସହିତ ଆଗାମୀ ଦିନରେ ସଂଘକୁ ଜିଲାରେ ସୁଦୃଢ କରିବାକୁ ପରାମର୍ଶ ଦେବା ସହିତ ଶପଥପାଠ କରାଇଥିଲେ ।ଏହି ବୈଠକରେ ଜିଲା ସଂପାଦକ ସରୋଜକାନ୍ତ ସାହୁ ଯୋଗଦେଇ ବାର୍ଷିକ ବିରଣୀ ପାଠ କରିବା ସହିତ ଜିଲାର ଆଠଟି ବ୍ଳକ ଓ ୨ଟି ମୁନିସିପାଲଟିରେ ଥିବା ଓଜେୟ ସଂଘର କର୍ମକର୍ତା ତଥା ସମସ୍ତ ସଦସ୍ୟ ସଦସ୍ୟା ମାନେ ନିଜ ଭିତରେ ସମନ୍ଵୟ ରଖି କାର୍ଯ୍ୟକରିବାକୁ ଦିଗଦର୍ଶନ ଦେଇଥିଲେ ।ରାଜ୍ୟ ସାଧାରଣ ସଂପାଦକ ଜିଲ୍ଲାର ନୂତନ ଭାବେ କାର୍ଯ୍ୟକାରୀ ସଭାପତି ଡକ୍ଟର ମାନସ ମହାନ୍ତି ଓ କୋଷାଧ୍ୟକ୍ଷ ଗୟାଧର ମହାରଣାଙ୍କ ନାମ ଘୋଷଣା କରିବା ସହିତ ତାଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବୈଠରେ ପାରାଦୀପ ଶାଖାର ସଭାପତି କର୍ମେଶ୍ବର ସ୍ଵାଇଁ,ସଂପାଦକସମୀର କୁମାର ମହାନ୍ତି, ଉପଦେଷ୍ଟା ଚିତରଂଜନ ସ୍ଵାଇଁ, ଉପସଭାପତି ପ୍ରଶାନ୍ତ ଦାଶ,ରାଜଦ୍ଵୀପ ବିଶ୍ବାସ,ଏରସମା ବ୍ଳକର ସଭାପତି ହିସ୍ତୀରଂଜନ ଖଣ୍ଡୁଆଳ,କୁଜଙ୍ଗ ବ୍ଲକର ସଭାସପତି ସୁବ୍ରତ ମଲ୍ଲିକ,ଜିଲାର ମଖ୍ୟ ସଂଯୋଜକ ଗିରିଜାପ୍ରସାଦ ମହାନ୍ତି, ସହ ସଂଯୋଜକ ସନ୍ତୋଷ ବେହେରା,ବିଚିତ୍ରାନନ୍ଦ ପ୍ରଧାନ ସହ ସଂପାଦକ,ସଂଗଠନ ସଂପାଦକ ବିପିନ ସେଠୀ, ପବିତ୍ର ମଙ୍ଗରାଜ, ମନୋଜ ସାହୁ,ସଦସ୍ୟ ରୀତା ସାହୁ, ବିରିଡିର ସୁବାଷ ସ୍ୱାଇଁ, ରଘୁନାଥପୁର ଅମୂଲ୍ୟ ମହାପାତ୍ର, ମିଲନ ଜେନା ପ୍ରମୁଖ ବହୁ ସଦସ୍ୟ ଯୋଗଦେଇଥିଲେ । ଏହି ଅବସରରେ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଜିଲା ସଂଘ ପକ୍ଷରୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସଂଘର ଜ଼ିଲ୍ଲା ଉପସଭାପତି ରଂଜନ ଖୁଣ୍ଟିଆ ସମସ୍ତଙ୍କୁ ଧନ୍ୟ ବାଦ ଦେଇଥିଲେ।
