ଓଡିଶା ସାମ୍ବାଦିକ ସଙ୍ଘ ପାରାଦୀପ ଶାଖାର କାର୍ଯ୍ୟକାରିଣୀ ବୈଠକ

ପାରାଦୀପ: ଓଡିଶା ସାମ୍ବାଦିକ ସଙ୍ଘ ପାରାଦୀପ ଶାଖାର କାର୍ଯ୍ୟକାରିଣୀ ବୈଠକ ନୂଆବଜାର ସଙ୍ଘ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି।ଓଜେୟୁ ପାରାଦୀପ ଶାଖାର ସଭାପତି କରମେଶ୍ବର ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଓଜେୟୁ ର ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର କୁମାର ବିଶ୍ବାଳ ଯୋଗ ଦେଇଥଲେ।ସାମ୍ବାଦିକ ମାନଙ୍କର ବୃତ୍ତିଗତ, ଅର୍ଥନୈତିକ, ପାରିବାରିକ, ସାମାଜିକ ଆଦି ସମସ୍ୟା ଗୁଡିକର ସମାଧାନ ପାଇଁ ଆଲୋଚନା କରିବା ସହ ସମସ୍ତ ସାମ୍ବାଦିକ ଏକଜୁଟ ହୋଇ ସରକାରଙ୍କ ନିକଟରର ଦାବି ପ୍ରଦାନ କରିବା ସହିତ ଚାପପ୍ରୟୋଗ କରି ଦାବି ହାସଲ କରିବା ସମ୍ପର୍କରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରହରାଜ ଆଲୋଚନା କରିଥିଲେ ।
ପାରାଦୀପ ସଙ୍ଗଠନ କୁ କିଭଳି ସୁଦୃଢ କରାଯିବ, ଆଗକୁ ପାରାଦୀପ ୟୁନିଟ୍ର ର ସମସ୍ତ ସାମ୍ବାଦିକ ଭାଇ ମାନଙ୍କର କିଭଳି ସହଯୋଗ ଜାରି ରହିବ ସେ ସମ୍ପର୍କରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମ କୁ ସାମ୍ବାଦିକ ଆଲୋକ ଚନ୍ଦ୍ର ମହାପାତ୍ର ପରିଚାଳନା କରିଥିବା ବେଳେ ସମୀର କୁନାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଓଜେୟୁ ପାରାଦୀପ ଶାଖାର ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଥିଲା।ସଭାପତି ଭାବେ କର୍ମେଶ୍ବର ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ଆଲୋକ ମହାପାତ୍ର, ଉପସଭାପତି ପ୍ରଶାନ୍ତ ଦାସ, ସାଧାରଣ ସମ୍ପାଦକ ସମୀର କୁମାର ମହାନ୍ତି, ସହ-ସମ୍ପାଦକ ସନ୍ତୋଷ କୁମାର ବେହେରା, ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଗୋବିନ୍ଦ ନାଥ, ସେହିପରି ଉପଦେଷ୍ଟା ମଣ୍ଡଳୀ ରେ ଅଜିତ କୁମାର ଦାସ, ଚିତ୍ତ ରଞ୍ଜନ ସ୍ୱାଇଁ, ବସନ୍ତ କୁମାର ସାହୁ, ବଟକୃଷ୍ଣ ଦାସ, ସୁଶୀଲ କୁମାର ପଟ୍ଟନାୟକ, ସେହିପରି କାର୍ଯ୍ୟକାରୀ କମିଟିରେ ଦେବଦତ୍ତ ସାମନ୍ତରାୟ, ନିରଞ୍ଜନ ଆଚାର୍ଯ୍ୟ, ପୁରୁଷୋତ୍ତମ ଶତପଥୀ, ତ୍ରିଲୋଚନ ସ୍ୱାଇଁ ଓ ପ୍ରଭାତ କୁମାର ମହାପାତ୍ର, ଆଇନି ଉପଦେଷ୍ଟା ଭାବେ ଅରୁଣ କୁମାର ସ୍ୱାଇଁ ଙ୍କ ନାମ ସ୍ଥାନ ପାଇଛି।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )