July 6, 2025
Home » କଂଗ୍ରେସ ପକ୍ଷରୁ ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ l

କଂଗ୍ରେସ ପକ୍ଷରୁ ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ l

0
WhatsApp Image 2025-04-16 at 2.51.20 PM (1)

ସୁବର୍ଣ୍ଣପୁର —ନେସନାଲ ହେରାଲ୍ଡ ଓ କଂଗ୍ରେସ ନେତୃମଣ୍ଡଳୀ ଙ୍କ ବିରୁଦ୍ଧରେ ଷଡଯନ୍ତ୍ର ଓ ମିଥ୍ୟା କେସ ଦାୟର ପ୍ରତିବାଦରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଦିନ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସୋନପୁର ର ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି। କଂଗ୍ରେସ ଅଭିଯୋଗ କରିଛି ଯେ ପୂର୍ବତନ କଂଗ୍ରେସ ଅଧ୍ଯକ୍ଷା ସୋନିଆ ଗାନ୍ଧୀ, ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃମଣ୍ଡଳୀଙ୍କ ବିରୁଦ୍ଧରେ ଏବେ ଯେଉଁ ଚାର୍ଜସିଟ୍ ଦାଖଲ ହୋଇଛି

ସେଥ‌ିରେ ସାଙ୍ଘାତିକ ଭାବେ ସରକାରୀ କ୍ଷମତାର ଅପବ୍ୟବହାର ହୋଇଛି। ଏହି ବିକ୍ଷୋଭ ସମାବେଶରେ ପୂର୍ବତନ ବିଧାୟକ ପ୍ରାର୍ଥୀ ଜିତେନ୍ଦ୍ର ପଟ୍ଟନାୟକ, ଚଳିତ ବର୍ଷ ବିଧାନସଭା ପ୍ରାର୍ଥି ପ୍ରିୟବ୍ରତ ସାହୁ, ଲବ କୁମାର ସାହୁ, ରାଜେଶ ମିଶ୍ର, ଲକ୍ଷ୍ମଣ ସୁନା, ଶେଷଦେବ ମେହେର, ସଚିତାନନ୍ଦ ସାହୁ, ସୁଶାନ୍ତ କାଣ୍ଡ, ଭାଗିରଥି ବଗର୍ତ୍ତି, ସଂଗ୍ରାମ କେଶରୀ ନାୟକ, ଭରତ ଜେନା, ମାଧବ କୁମ୍ଭାର, ବିଶ୍ଵନାଥ ନେଗୀ, ସାଗର ମେହେର, କର୍ଣ୍ଣରାଜ ପଧାନ ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *