କଂଗ୍ରେସ ସହିତ ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ରାଜ୍ୟ ବାସୀଙ୍କୁ ଆହ୍ୱାନ
ସୁବର୍ଣ୍ଣପୁର — ନ୍ୟାୟ ପାଇଁ ବାଲେଶ୍ୱର ଫକୀରମୋହନ ସ୍ଵୟଂଶାସିତ ( FM Auto. College ) ମହାବିଦ୍ୟାଳୟ ର ଅସହାୟ ଛାତ୍ରୀ ଜଣକ ଆତ୍ମାହୂତି ଉଦ୍ୟମ କରିଥିଲେ l ଦୁଇଦିନ କାଳ ଭୁବନେଶ୍ୱର AIIMS ରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ସେ ଆଖି ବୁଜିଛନ୍ତି l ତାଙ୍କ ସହ ବିଜେପି ସରକାର ର ମାନବିକତା ର ମୃତ୍ୟୁ ଘଟିଛି l ଜଣେ ଜଲ୍ଲାଦ ଅଧ୍ୟାପକ ଙ୍କ ଯୌନ ଆବେଦନ ଓ ନିର୍ଯ୍ୟାତନା ବିରୋଧ ରେ ଛାତ୍ରୀ ସୌମ୍ୟାଶ୍ରୀ 6 ମାସ କାଳ ବିଭିନ୍ନ ସମୟ ରେ କଲେଜ ଅଧ୍ୟକ୍ଷ, ଜିଲ୍ଲା ଓ ପୋଲିସ ପ୍ରଶାସନ, ବିଧାୟକ, ସାଂସଦ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ, ଗୃହ ବିଭାଗ ଦାୟିତ୍ୱ ରେ ଥିବା ମୁଖ୍ୟମନ୍ତ୍ରୀ, ଜାତୀୟ ମହିଳା ଆୟୋଗ ପ୍ରମୁଖ ଙ୍କୁ ନ୍ୟାୟ ପାଇଁ କାକୁତି ମିନତି କରିବା ସତ୍ତ୍ୱେ କେହି ହେଲେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ l ତେଣୁ ଏହା ଆତ୍ମାହୂତି ନୁହେଁ, ବରଂ ଉପରୋକ୍ତ ସମସ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଦ୍ୱାରା ଏକ ମିଳିତ ବର୍ବରୋଚିତ ହତ୍ୟାକାଣ୍ଡ l ଯେଉଁ ବିଜେପି ନିଜ ଛାମୁଆ ସଂଗଠନ ଏ ବି ଭି ପି ର ଜଣେ ମହିଳା କାର୍ଯ୍ୟକର୍ତ୍ତା ଙ୍କୁ ସୁରକ୍ଷା ଦେଇପାରୁନାହିଁ, ସେହି ଦଳର ସରକାର ରାଜ୍ୟ ରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଥିବା ପ୍ରମାଣିତ ହୋଇଛି ବୋଲି କଂଗ୍ରେସ ସହ ଅନ୍ୟ ସାତଟି ବିରୋଧୀ ଦଳ ପକ୍ଷରୁ ଏକ ପ୍ରେସ ବିବୃତି ରେ କୁହାଯାଇଛି l ଦିବଙ୍ଗତା ଛାତ୍ରୀ ଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ବିରୋଧ ରେ ଓ ସର୍ବୋପରି ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯ୍ୟାତନା ବିରୋଧ ରେ କଂଗ୍ରେସ ଓ ବାମପନ୍ଥୀ ଦଳ ସମେତ ସମସ୍ତ ସମଭାବାପନ୍ନ ଧର୍ମ ନିରପେକ୍ଷ ଦଳ ଗୁଡିକୁ ନେଇ ଗଠିତ ମିଳିତ ବିରୋଧୀ ଦଳ ଦ୍ୱାରା ଆସନ୍ତା 17 ଜୁଲାଇ ଗୁରୁବାର ଦିନ ସକାଳ 6 ଟା ଠାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ରାଜ୍ୟ ର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ଯାନବାହନ, ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ପାଇଁ ଆହ୍ୱାନ ଦେଇଛନ୍ତି l ଏହି ଅବସରରେ ସ୍ବର୍ଗତା ଛାତ୍ରୀ ଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଭବିଷ୍ୟତ ରେ ଯେପରି କେହି ମହିଳା ଙ୍କ ପ୍ରତି ଏପରି ଅମାନୁଷିକ କାଣ୍ଡ କରି ନ ପାରନ୍ତି, ଦୃଢ ସଂକଳ୍ପ ନିଆଯିବ l ଏଥିସହ ଦାବି ମୁତାବକ ଘଟଣା ର ବିଚାରବିଭାଗୀୟ ତଦନ୍ତ ନ ହେବା ପର୍ଯ୍ୟନ୍ତ ସରକାର ଙ୍କ ବିରୋଧ ରେ ଆନ୍ଦୋଳନ ଜାରି ରଖିବାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି, ସି ପି ଆଇ, ସିପିଆଇ ( ଏମ ), ସିପିଆଇ ( ଏମ – ଏଲ ), ଫରୱାର୍ଡ଼ ବ୍ଲକ, ଏନସିପି, ଏସ ପି ଓ ଆର ଜେଡି ପକ୍ଷରୁ ଏକ ବିବୃତି ରେ ଏହି ବନ୍ଦ ପାଳନ କୁ ସଫଳ କରାଇବାକୁ ଅନୁରୋଧ କରାଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
