February 24, 2025
Home » କଇ଼ଁଝର ଠାରେ ମା ପାଟ ଖଣ୍ଡା ଚୁମାଦେଇ ଅଗ୍ନି ଉତ୍ସବ

କଇ଼ଁଝର ଠାରେ ମା ପାଟ ଖଣ୍ଡା ଚୁମାଦେଇ ଅଗ୍ନି ଉତ୍ସବ

0

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ କଇ଼ଁଝର ପଞ୍ଚାୟତ କଇ଼ଁଝର ଠାରେ ମା ପାଟ ଖଣ୍ଡା ହୁମାଦେଇ ଅଗ୍ନି ଉତ୍ସବ ପାଳନ ଅବସରରେ ଗ୍ରାମ୍ୟ କମିଟି ତରଫରୁ ଶିଖା ଯାଇଥିବା ସାମାଜିକ ନାଟକ” ଲୁହରେ ଆରମ୍ଭ ଲୁହରେ ଶେଷ” ନାଟକକୁ ଆମନ୍ତ୍ରୀତ ମୂଖ୍ୟ ଅତିଥି ଭାବେ ମାନ୍ୟବର ପୂର୍ବତନ ବିଜେଡି ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଉଦଘାଟନ କରିଥିଲେ।ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୀଲିପ କହଁର, କଇ଼ଁଝର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୁନୁମା କହଁର, ପୂର୍ବତନ ସରପଞ୍ଚ ଶ୍ରୀ ପ୍ରକାଶ କହଁର,ନାଏବ ସରପଞ୍ଚ ଶ୍ରୀ ବିରୁପାକ୍ଷ ନାଏକ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ମନୋଜ ଦିଗାଲ, ଯାତ୍ରା କମିଟି ସଭାପତି ଶ୍ରୀ ବିଜୟ ବିଷୋୟୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରଦୀପ ଦିଗାଲ, ପୂର୍ବତନ ସରପଞ୍ଚ ଶ୍ରୀ ଯଶେଫ ମଲିକ, ନିଳାମ୍ବର ବିଷୋୟୀ,ବିପିନୀ ବିହାରି ପାତ୍ର,ଜିତୁ ସାହୁ, ବାବୁଲା ବିଷୋୟୀ,ରଙ୍କନୀଧି ବେହେରା, ରବିନ୍ଦ୍ର ବିଷୋୟୀ,ନାଟକରେ ବାବୁଲା ବିଷୋୟୀ ଶିଳ୍ପପତି ରୋଲ୍, କରିଥିଲେ ଓ ରଞ୍ଜିତ ବେହେରା ଭିଲିଆନ ରୋଲ୍ କରି ଦର୍ଶକମାନଙ୍କ ମନମୁଗଧ କରିଥିଲେ।ଏହି ସଭାକୁ କଇ଼ଁଝର ପଞ୍ଚାୟତ ବିଜେଡି ସଭାପତି ଶ୍ରୀ ସତ୍ୟବାନ୍ କହଁର ସଭାପରିଚାଳନା କରିଥିଲେ। କଇ଼ଁଝର ଠାରେ ମା ପାଟ ଖଣ୍ଡା ହୁମାଦେଇ ଅଗ୍ନି ଉତ୍ସବ ପାଳନ ଦ୍ଵୀତୀୟ ଦିବସ ରେ କଂଗ୍ରେସ ଦଳ ର ସାଂସଦ ପ୍ରତିନିଧି ଶ୍ରୀ ଅମିର ଚାନ୍ଦ ନାୟକ,ଅନାମ ନାୟକ,ଅନିଲ ଭୋଇ, ତୃତୀୟ ଦିନ ବିଜେପି ଦଳର ଏସି ସେଲ ର ରାଜ୍ୟ ଉପସଭାପତି ଶ୍ରୀ ରାମବିଶି ଦିଗାଳ, ପୂର୍ବତନ ଘୁଉଦୟଗିରି କଂଗ୍ରେସ ବିଧାୟିକା ଏବେ ବିଜେପି ନେତ୍ରୀ ଶ୍ରୀମତୀ ଅଜୟନ୍ତୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ସମସ୍ତ ପ୍ରକାର ବାଧାବିଘ୍ନ ଦେଇ ପ୍ରତିବର୍ଷ ଉତ୍ସବ ପାଳନ କରାଯାଏ, ଗାଁ ଗହଳି ରେ ନାହଁ ନଥିବା ଆନନ୍ଦ ଦେଖିବାକୁ ମିଳେ ଓ ଯାତ୍ରା ପଡ଼ିଆରେ ବିଭିନ୍ନ ପ୍ରକାରର ଖେଳ ନାଁ ଠାରୁ ବିଭିନ୍ନ ପ୍ରକାରର ଜିନିଷ ବିକ୍ରି ପାଇଁ ଆସିଥାଏ, ବିଶେଷ ସହଯୋଗରେ ମହାଆଡମ୍ବରରେ ପାଳିତ ହୋଇଯାଇଛି।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *