କଞ୍ଚନବିଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ଉଦଯାପିତ
ନୟାଗଡ଼ : ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତର କଞ୍ଚନବିଲି ବାଲୁଙ୍କେଶ୍ୱର ମନ୍ଦିର ଯାତ୍ରା ପଡ଼ିଆ ଠାରେ ତିନିଦିନ ଧରି ଚାଲିଥିବା କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ଉଦଯାପିତ ହୋଇଯାଇଛି।ଠାକୁରଙ୍କ ସମସ୍ତ ପୂଜାର୍ଚ୍ଚନା, ହୋମ ଓ ଦେବନୀତି ସମ୍ପନ୍ନ ପରେ ବିଧିମତେ ଯାତ୍ରା ଆରମ୍ଭ ହୋଇଥିଲା। ଠାକୁରଙ୍କୁ ଦୋଳ ବିମାନରେ ବିଭିନ୍ନ ଗ୍ରାମ ପରିକ୍ରମା କରାଯିବା ପରେ କଞ୍ଚନବିଲିର ବିଭିନ୍ନ ସାହି ପରିକ୍ରମା କରି ଦୁଆରେ ଭୋଗ ଲାଗୁ କରାଯାଇଥିଲା।

ରାସ୍ତା ମଧ୍ୟରେ ଆକର୍ଷଣୀୟ ସୁ ଉଚ୍ଚ ତୋରଣ ନିର୍ମାଣ ସହ ସୁସଜ୍ଜିତ ଆଲୋକମାଳାରେ ପରିବେଶ ବେଶ୍ ରଙ୍ଗାୟିତ ହୋଇଥିଲା।ଏହି ପରିପ୍ରେକ୍ଷୀରେ ନନ୍ଦିଘୋରର ମହାଭକ୍ତ ହନୁମାନ ଜନ୍ମ,ପ୍ରତାପପ୍ରସାଦର ନର୍କ କୁଣ୍ଡେ ନାରାୟଣ,ଶରଣକୁଳର ମହଦାନୀ କର୍ଣ୍ଣ ପରିବେଷଣ ହୋଇଥିଲା ବେଳେ ବାଲୁଙ୍କେଶ୍ୱର ଯୁବଜ୍ୟୋତି କ୍ଳବ ଆନୁକୁଲ୍ୟରେ ସାମାଜିକ ନାଟକ ଗୁହାରୀ ଶୁଣ ଦୀନବନ୍ଧୁ,ସବୁ ଅଙ୍କ ଭୁଲ ହୋଇଗଲା ଓ ‘ତୁ ବୋଧେ ମୋ ଭାଗ୍ୟରନାହୁଁ’, ହୃଦୟସ୍ପର୍ଶୀ ପାରିବାରିକ ନାଟକକୁ ଭରପୁର ଦର୍ଶକ ମନଭରି ମଜ୍ଜା ଉଠାଇଥିବା ସହିତ ଉପଭୋଗ କରିଥିଲେ ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
