କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟ।ଳୟ ଦ୍ଵାରା ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

କଟକ: ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟ।ଳୟ ଦ୍ଵାରା ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଆଜି ସ୍ଥାନୀୟ ସାରଳା ଭବନ ଠାରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଏକ ସଭାର ଆୟୋଜନ କରଯାଇଥିଲା। ଉକ୍ତ ସଭାରେ ମଇ ଦିବସ ର ତାତ୍ପର୍ଯ୍ୟ ସହ ଶ୍ରମିକ ମାନଙ୍କ ବିହିତ କଲ୍ୟାଣ ନିମନ୍ତେ ସରକାରଙ୍କ ଦ୍ଵାରା ନିଆଯାଉଥିବା ପଦକ୍ଷେପ, ଶ୍ରମିକ ଶ୍ରେଣୀର ଭାଇ ଭଉଣୀ ମାନଙ୍କର ସୁରକ୍ଷା ଏବଂ ଏଥି ସମ୍ବନ୍ଧୀୟ ସରକାରଙ୍କ ନିୟମାବଳୀ ସମ୍ପର୍କରେ ଆୟୋଜିତ ସଭାରେ ଅତିଥିମାନେ ଉପସ୍ଥିତ ରହି ଶ୍ରମିକ ଭାଇ ଭଉଣୀ ମାନଙ୍କ ଉଦ୍ଦେଶ୍ୟରେ ମତବ୍ୟକ୍ତ କରିଥିଲେ।
ବିଶିଷ୍ଟ ଅତିଥିଭାବେ ଯୋଗଦେଇ କଟକ ସଦର ବିଧାୟକ ଇଂ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ସ୍କିଲ ଇଣ୍ଡିଆ ଏବଂ ବିଶ୍ଵକର୍ମା ଯୋଜନା ସମ୍ପର୍କରେ ସୂଚନା ଦେଇ ଆଗାମୀ ଦିନରେ ଆମ ରାଜ୍ୟରେ ଅଧିକରୁ ଅଧିକ କୁଶଳୀ ଶ୍ରମିକ ସୃଷ୍ଟି କରାଯାଇପାରିବ ସେ ଦିଗରେ ଗୁରୁତ୍ଵାରୋପ କରିଥିଲେ।
ଅନ୍ୟତମ ବିଶିଷ୍ଟ ଅତିଥି ବଡମ୍ବା ବିଧାୟକ ଶ୍ରୀ ବିଜୟ କୁମାର ଦଳବେହେରା ଯୋଗଦେଇ କହିଲେ ଯେ ରାଜ୍ୟ ସରକାରଙ୍କ ଶ୍ରମିକ ଶ୍ରେଣୀର ସମସ୍ତ ଭାଇ ଭଉଣୀ ମାନଙ୍କର ମୌଳିକ ଅଧିକାର ଏବଂ ସେମାନଙ୍କୁ ସଶକ୍ତ କରିବା ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଅବସରରେ ରାଜ୍ୟ ସରକାର ନିକଟରେ ନେଇଥିବା ପଦାକ୍ଷେପ ସୂଚନା ଦେଇ ବିଧାୟକ କହିଲେ ଯେ ସ୍ଵାଭାବିକ ମୃତ୍ୟୁ କାଳୀନ ସହାୟତା ରାଶି ୨ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୩ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁକାଳୀନ ସହାୟତା ରାଶି ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରା ଯାଇଥିବା ସମ୍ପର୍କରେ ଉପସ୍ଥିତ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଅବଗତ କରାଇଥିଲେ।
ବାରବାଟୀ-କଟକ ବିଧାୟୀକ, ଇଂ ସୋଫିୟା ଫିରଦୌସ,ସମାଜର ପ୍ରତି କ୍ଷେତ୍ରରେ ଶ୍ରମିକ ମାଙ୍କର ବିଶେଷ ଭୂମିକା ଥିବା ଦର୍ଶାଇ ସେମାନଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ଗୁରୁତ୍ଵ ଦେବା ସହ ପ୍ରତି କାର୍ଯ୍ୟ କ୍ଷେତ୍ରରେ ଶ୍ରମିକମାନକୁ ମୌମୌଳିକ ସୁବିଧା ପ୍ରଦାନ କରିବା ଦିଗରେ ଗୁରୁତ୍ଵ ଦେଇଥିଲେ। ।
ଆୟୋଜିତ ସଭାର ଅଧ୍ୟକ୍ଷତା ପୂର୍ବକ ଅଭିଭାଷଣ ରଖି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଶିନ୍ଦେ ଶ୍ରମିକ ଶ୍ରେଣୀର ଭାଇ ଭଉଣୀ ମାନଙ୍କୁ ଅଭିନନ୍ଦନ କରି ସେମାନଙ୍କ ପାଇଁ ସମାଜର ବହୁ କାର୍ଯ୍ୟ ସାଧିତ ହୋଇପାରୁଛି ଏବଂ ବିକାଶର ଧାରାରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି। ଯଥାର୍ଥରେ ସେମାନଙ୍କର ସୁରକ୍ଷା ଓ ଅଧିକାର ସମ୍ପର୍କରେ ଜିଲ୍ଲାପାଳ ମତ ରଖି କହିଲେ ଯେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧିନସ୍ଥ ହିତାଧିକାରୀ ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିବା ବେଳେ ଶ୍ରମିକ ଭାଇ ଭଉଣୀ ମାନେ ଏଥିପ୍ରତି ଯଥା ସଚେତନ ରହି ଠିକ ସମୟରେ ନିଜ ନିଜର ପଞ୍ଜୀକରଣ କରାଉଥିବେ।
ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହାନ୍ତ ମଇ ଦିବସ ପାଳନ ସମ୍ବନ୍ଧରେ ଏବଂ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଉଥିବା ସମ୍ପର୍କରେ ଶ୍ରମିକ ଭାଇ ଭଉଣୀ ମାନଙ୍କ ଉଦ୍ଦେଶ୍ୟରେ ନିଜର ମତ ରଖିଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ୨୨୧୨ ଜଣ ବିଭିନ୍ନ ହିତାଧିକାରୀଙ୍କୁ ଯଥା ମୃତ୍ୟୁ ସହାୟତା, ବିବାହ ସହାୟତା, ଅନ୍ତେଷ୍ଟିକ୍ରିୟ ସହାୟତା ତଥା ଶିକ୍ଷା ସହାୟତା ଆଦି ରାଶି ମୋଟ ଟ/-୧୨,୪୭,୨୯,୨୦୦ ଙ୍କାର ସହାୟତା ରାଶି ଅତିଥି ମାନଙ୍କଦ୍ବାରା ପ୍ରଦାନ କରଯାଇଥିଲା।
ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀମତୀ କଲ୍ପନା ମିଶ୍ର ସ୍ଵାଗତ ଭାଷଣ ପୂର୍ବକ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ହରପ୍ରିୟା ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପ୍ରୀତିବନ୍ଧନ ଘଡାଇ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀମତୀ ସୁଶ୍ରୀ ସଂଗୀତା ସ୍ଵାଇଁ ସହକାରୀ ଶ୍ରମ ଅଧିକାରୀ ମଞ୍ଚ ପରିଚାଳନା କରିଥିଲେ। ବହୁ ସଂଖ୍ୟାରେ ଶ୍ରମିକ ଶ୍ରେଣୀର ଭାଇ ଭଉଣୀମାନେ ଉପସ୍ଥିତ ଥିଲେ।
କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )