October 23, 2025
Home » କଣ୍ଟାମାଳ ହାଇସ୍କୁଲରେ ବିଶ୍ଵ ହାତଧୁଆ ଦିବସ ପାଳିତ

କଣ୍ଟାମାଳ ହାଇସ୍କୁଲରେ ବିଶ୍ଵ ହାତଧୁଆ ଦିବସ ପାଳିତ

0
WhatsApp Image 2025-10-15 at 4.25.44 PM

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ହାତଧୁଆ ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଂଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜୁନିୟର ରେଡକ୍ରସ କାଉନସିଲର ତଥା ଶିକ୍ଷକ ବନମାଳୀ ମେହେର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଦାନ କରିଥିବା ନିୟମ ଅନୁଯାୟୀ ହାତଧୁଆର ଛଅ ସୋପାନ ଛାତ୍ରଛାତ୍ରୀ ତଥା ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ପ୍ରତିଦିନ ଖାଇବା ଓ ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଶିଶୁକୁ ଖୁଆଇବା ଓ ଶିଶୁର ଖାଦ୍ୟ ପ୍ରସ୍ତୁତି ପୂର୍ବରୁ ଏବଂ ଶୌଚହେବା ପରେ ଓ ଖାଦ୍ୟ ଖାଇ ସାରିବା ପରେ ଆମେ ଭଳ ଭାବରେ ସାବୁନ ମାଧ୍ୟମରେ ହାତକୁ ଧୋଇବା ଓ ପରିଷ୍କାର ରଖିବା। ନିଜ ଶରୀରର ସ୍ଵଚ୍ଛତା ନିଜ ହାତରେ ବୋଲି ମତବ୍ୟକ୍ତ କରିଥିଲେ ।କାର୍ଯ୍ୟକ୍ରମରେଶିକ୍ଷକ ସୁଜିତ୍ କୁମାର ତରିଆ ,ସତ୍ୟଜିତ ପଣ୍ଡା, ସରୋଜ ସାହୁ,ଶିକ୍ଷୟିତ୍ରୀ ମୀରାବାଇ ଧାରୁଆ ,ସୁଭଦ୍ରା ସାହୁ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ହାତ ଧୋଇବା ପ୍ରଣାଳୀ ଶିଖିଥିଲେ ।ପରିଶେଷରେ ଶିକ୍ଷକ ଆଲୋକ ପରଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *