କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମସ୍ଥାନକୁ ନେଇ ଗଞ୍ଜାମ ଜିଲ୍ଲାରେ ତେଜିଲା ବିବାଦ

କବିସୂର୍ଯ୍ୟନଗର : କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମ ସ୍ଥାନକୁ ନେଇ ଏବେ ଗଞ୍ଜାମ ଜିଲ୍ଲାରେ ତେଜିଲାଣି ବିବାଦ l ଦିଗପହଣ୍ଡି ଅଞ୍ଚଳ ବାସିନ୍ଦା କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମସ୍ଥାନ ତତ୍କାଳୀନ ବଡ଼ଖେମୁଣ୍ଡି ଅଞ୍ଚଳର ବିଜୟନଗର ଗଡ ବୋଲି ଦାବି କରୁଥିବା ବେଳେ କବିସୂର୍ଯ୍ୟନଗର ଅଞ୍ଚଳବାସୀ ବଳଦେବ ରଥ ଆଠଗଡ ପାଟଣା ରେ ଜନ୍ମ ବୋଲି ଦାବି କରୁଛନ୍ତି l ଉଭୟ ପକ୍ଷ ଙ୍କ ଆରୋପ ପ୍ରତ୍ୟାରୋପ କୁ ନେଇ ଏବେ ଜିଲ୍ଲାରେ ବଢୁଛି ବିବାଦ l
ପ୍ରଖ୍ୟାତ ଚମ୍ପୁ କବି ତଥା ଓଡ଼ିଆ ସାହିତ୍ୟ ର ମହାନ ଲେଖକ କିବସୂର୍ଯ୍ୟ ବଳଦେବ ରଥ ଙ୍କ ଜନ୍ମ ସ୍ଥାନ କେହୁଁଠି ? କେହୁଁଠି ସେ ଜୀବନ ଅତିବାହିତ କରିଥିଲେ l ତାହାକୁ ନେଇ ଏବେ ଗଞ୍ଜାମ ଜିଲ୍ଲା ର ଦିଗପହଣ୍ଡି ଓ କବିସୂର୍ଯ୍ୟନଗର ଅଞ୍ଚଳରେ ଉପୁଜିଲାଣି ବିବାଦ l କିଛି ଦିନ ପୂର୍ବେ ବିଭିନ୍ନ ଖବର କାଗଜରେ ପ୍ରକାଶିତ ଖବର ଓ ସୋସିଆଲ ମିଡିଆରେ ଗୋଟିଏ ଭିଡ଼ିଓ ଭାଇରାଲ ହୋଇଥିଲା l ଯେହୁଥିରେ ଦିଗପହଣ୍ଡି ଅଞ୍ଚଳର କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିବା ଏକ ସଭାରେ ସେଠାକାର ସାହିତ୍ୟିକ ଓ ବୁଦ୍ଧିଯିବି ମାନେ ବିଭିନ୍ନ ଯୁକ୍ତି ଦର୍ଶାଇ କିବସୂର୍ଯ୍ୟ ବଳଦେବ ରଥ ଦିଗପହଣ୍ଡି ଅଞ୍ଚଳ ବଡ଼ଖେମୁଣ୍ଡି ବିଜୟନଗର ର
ବୋଲି ଦାବି କରିଥିଲେ l ସେମାନେ କହିଥିଲେ ଯେ ମାମୁଁ ଘରକୁ କେବେବି ନିଜ ଘରବୋଲି କୁହାଯାଏନି l ମାମୁଁ ଘର ସବୁବେଳେ ମାମୁଁ ଘର ହୋଇଥାଏ l ତେଣୁ କବିସୂର୍ଯ୍ୟ ବଳଦେବ ରଥ କେବଳ ଦିଗପହଣ୍ଡି ଅଞ୍ଚଳ ବଡ଼ଖେମୁଣ୍ଡି ବିଜୟନଗର ର l କବିସୂର୍ଯ୍ୟବଳ ଦେବ ରଥଙ୍କୁ କବିସୂର୍ଯ୍ୟ ନଗର ବାସିନ୍ଦା ନିଜର କହିବା ଯୁକ୍ତିଯୁକ୍ତ ନୁହଁ l ଏହି ଖବର ସୋସିଆଲ ମିଡିଆରେ ପ୍ରସାରିତ ହେବାପରେ କବିସୂର୍ଯ୍ୟନଗର ଅଞ୍ଚଳରେ ଏହାକୁ କରାଯାଇଛି ଖଣ୍ଡନ l ତେବେ ପ୍ରକାଶିତ ଖବର କୁ ବିରୋଧ କରି ବୁଧବାର କବିସୂର୍ଯ୍ୟନଗର ଡାକ ବଙ୍ଗଳା ଠାରେ କବିସୂର୍ଯ୍ୟ ବଳଦେବ ସ୍ମୁତି ସଂସଦ ଓ ବହୁ ଅଞ୍ଚଳବାସୀ,ସାହିତ୍ୟକ, ବୁଦ୍ଧିଜୀବୀ ଓ ଆଠଗଡ଼ ପାଟଣା ର ବର୍ତମାନ ରାଜା ଉପସ୍ଥିତିରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଛି l କବିସୂର୍ଯ୍ୟ ବଳଦେବଙ୍କ ବାଲ୍ୟ ଜୀବନ ଠାରୁ ଆରମ୍ଭ କରି ବିବାହ ଓ କର୍ମମୟ ଜୀବନର ସମସ୍ତ ସ୍ମୁତି କବିସୂର୍ଯ୍ୟନଗର ନିକଟ ଆଠଗଡ ପାଟଣା ରେ ରହିଥିବା ପ୍ରମାଣ ରହିଛି l
ଏମିତିକି ଆଠଗଡ ପାଟଣା ରେ ତାଙ୍କ ସମାଧି ସ୍ଥଳ ରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି l କବିସୂର୍ଯ୍ୟ ବଳଦେବଙ୍କ ନାମରେ କବିସୂର୍ଯ୍ୟ ନଗର ସହର ଓ ନିର୍ବାଚନ ମଣ୍ଡଳୀ ନାମିତ ହୋଇଛି l କେବଳ ସେତିକି ନୁହଁ କବିସୂର୍ଯ୍ୟନଗରରେ କବିସୂର୍ଯ୍ୟ ବଳଦେବ ରଥଙ୍କ ନାମରେ ଅନେକ ସ୍କୁଲ, କଲେଜ ଓ ଅନେକ ଅନୁଷ୍ଠାନ ରହିଛି l ତାଙ୍କ ସ୍ମୁତିକୁ କାଳଜୟୀ ଓ ଅମର ରଖିବା ପାଇଁ ଅନେକ ଷ୍ଟେଚୁ ଠାରୁ ସାହିତ୍ୟ ସଦନ ଗଢାହୋଇଛି l ଯଦି କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମ ବଡ଼ଖେମୁଣ୍ଡି ଅଞ୍ଚଳର ବିଜୟନଗର ଥିଲା ତାହେଲେ ଏତେ ଦିନ ଧରି ଦିଗପହଣ୍ଡି ବାସିନ୍ଦା ନିରିବ ଥିଲେ କାହିଁକି l ଆଗାମୀ ଦିନରେ କିଛି ସରକାରୀ ଅନୁଦାନ ଆସିବାର ଅଛି l ତାହାକୁ ହାତେଇବାକୁ ଏହିଭଳି ମିଛ ପ୍ରଚାର କରାଯାଉଥିବା ଅଭିଯୋଗ କରିଛନ୍ତି କବିସୂର୍ଯ୍ୟନଗର ଅଞ୍ଚଳର କିଛି ବୃଦ୍ଧିଯିବି l ଏହି ଆରୋପ ପ୍ରତ୍ୟାରୋପ ଭିତରେ ଆଠଗଡ଼ପାଟଣା ର ବର୍ତମାନ ରାଜା କହିଛନ୍ତି କବିସୂର୍ଯ୍ୟ ବଳଦେବ ରଥ ଅଞ୍ଚଳର ଗର୍ଵ ଓ ଗୌରବ l ତାଙ୍କ ଜୀବନୀ କୁ ନେଇ ଅନେକ ଲେଖନୀ ରହିଛି l ଆବଶ୍ୟକ ପଡିଲେ ସରକାର ଙ୍କ ନିକଟରେ ସମସ୍ତ ତଥ୍ୟ ଉପସ୍ଥାପନା କରାଯିବ l ଏହାକୁ ବିବାଦ ଭିତର କୁ ନନେବା ଉଚିତ l ସହ ସହ ବର୍ଷ ପରେ ହଠାତ କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମ ସ୍ଥାନକୁ ନେଇ ଗଞ୍ଜାମ ଜିଲ୍ଲାର ଦୁଇ ଅଞ୍ଚଳ ଭିତରେ ଦେଖା ଦେଇଥିବା ବାଦ ବିବାଦ କୁ ନେଇ ଜିଲ୍ଲାସାରା ପଡିଛି ଚର୍ଚ୍ଚା l ତେବେ ଏହି ବିବାଦ କେବେ ସମାଧାନ ହେଉଛି ତାହା ସମୟ କହିବ l