July 27, 2025
Home » କରେଣ୍ଟ ନୋ ଗ୍ୟାରେଣ୍ଟ : ଦପଲା ଅଞ୍ଚଳରେ ଟାଟା ପାୱାର କମ୍ପାନୀର ଲୁଚକାଳି ଖେଳ, ଗ୍ରାହକ ହନ୍ତସନ୍ତ

କରେଣ୍ଟ ନୋ ଗ୍ୟାରେଣ୍ଟ : ଦପଲା ଅଞ୍ଚଳରେ ଟାଟା ପାୱାର କମ୍ପାନୀର ଲୁଚକାଳି ଖେଳ, ଗ୍ରାହକ ହନ୍ତସନ୍ତ

0
WhatsApp Image 2025-06-20 at 3.19.09 PM

ସୁବର୍ଣ୍ଣପୁର– ବୌଦ୍ଧ ଜିଲ୍ଲା ମନମୁଣ୍ଡା ବିଦ୍ୟୁତ୍ ବିଭାଗ ଅଞ୍ଚଳରେ ଥିବା ଦପଲା ଫିଡର ର ଲୋକଙ୍କ ଦୁଃଖ କହିଲେ ନ ସରେ। ସତେ ଯେମିତି ଟାଟା ପାୱାର ବିଜୁଳି ବିତରଣ କମ୍ପାନୀ ଲୋକଙ୍କ ସହିତ ଲୁଚକାଳି ଖେଳୁଛି। ଏମିତି ଦିନ ନାହିଁ ଯେଉଁ ଦିନ କି ୧ ଘଣ୍ଟା ନିରନ୍ତର ବିଜୁଳି ରହୁଥିବ । ମରାମତି ନାଁ ରେ ସବୁଦିନ ଖାଲି ବିଜୁଳି ସରବରାହ କାଟିବାରେ ଲାଗିଛନ୍ତି। ଯେଉଁ ଦିନରୁ ଟାଟା ପାୱାର କମ୍ପାନୀ ବିଜୁଳି ବିତରଣ ପାଇଛି ସେହି ଦିନଠାରୁ ଦପଲା ଅଞ୍ଚଳରେ ଏଭଳି ବିଜୁଳି ବିଭ୍ରାଟ ନିତିଦିନିଆ ଘଟଣା ପାଲଟିଛି। କମ୍ପାନୀ ଆସିବା ଆଗରୁ ଅଞ୍ଚଳରେ କେବଳ ଜଣେ ସ୍ଥାନୀୟ ଅସ୍ଥାୟୀ କର୍ମଚାରୀ ସବୁ ଗାଁ କୁ ବିଜୁଳି ସରବରାହ କିଞ୍ଚିତ ପ୍ରୟାସ ରେ ଯୋଗାଇ ପାରୁଥିଲେ କିନ୍ତୁ ଅତି ଦୁଃଖର କଥା ବର୍ତ୍ତମାନ ଟାଟା ପାୱାର କମ୍ପାନୀ ର ଏକାଧିକ କର୍ମଚାରୀ ବୋଲେରୋ ଗାଡ଼ି ମାଧ୍ୟମରେ ଯାତାୟାତ କରି ମଧ୍ୟ ଠିକ୍ ସମାନ ଅଞ୍ଚଳକୁ ବିଜୁଳି ଯୋଗାଇ ପାରୁନାହାନ୍ତି। ପୂର୍ବରୁ ଉପଭୋକ୍ତାମାନେ ପୁରା ବିଜୁଳି ବ୍ୟବହାର କରୁଥିଲେ କିନ୍ତୁ ବହୁତ୍ ଅଳ୍ପ ଦେୟ ଦେବାକୁ ପଡୁଥିଲା । ହେଲେ ବର୍ତ୍ତମାନ ୧୦ ଗୁଣା କମ୍ ସମୟ ବିଜୁଳି ପାଇ ମଧ୍ୟ ପୂର୍ବ ଅପେକ୍ଷା ୧୦ ଗୁଣା ଅଧିକ ଦେୟ ଦେବାକୁ ପଡ଼ୁଛି। ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ କୁ ନେଇ ବିଭାଗୀୟ ଯନ୍ତ୍ରୀ ଙ୍କୁ ଜଣାଇଲେ ମଧ୍ୟ କିଛି ବାହାନା ଦେଖାଇ ଚୁପଚାପ୍ ରହୁଛନ୍ତି। ତେଣୁ ଉଚ୍ଚ ପଡସ୍ତ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ତାଙ୍କ ଫୋନ୍ ରିସିଭ କରୁନାହାନ୍ତି। ଜରୁରୀକାଳୀନ ବିଦ୍ୟୁତ୍ ଟିମ୍ ବିଳମ୍ବ ରେ ଆସି ସଜାଡ଼ିବା ବାହାନା ଦେଖାଇ ଅଭିନୟ କରି ରାସ୍ତା ରେ ଅଫିସ କୁ ପଳାଉଛନ୍ତି। ଆଗାମୀ ଦିନରେ ଯଦି ଏମିତି ବିଦ୍ୟୁତ୍ କାଟ ଜାରି ରହେ ତେବେ ଲୋକେ ବାଧ୍ୟ ହୋଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.

Leave a Reply

Your email address will not be published. Required fields are marked *