କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ଗଣଦୌଡ ପ୍ରତଯୋଗୀତା
ଧର୍ମଗଡ:ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଉପଲକ୍ଷେ ପୁରୁଷ ଓ ମହିଳା ଙ୍କ ଗଣଦୌଡ ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି।
ପୁରୁଷ ଙ୍କ ପାଇଁ ଜୁନାଗଡ ବ୍ଲକ ଅନ୍ତର୍ଗତ ବଣ୍ଡାକୁଟୁରା ଗ୍ରାମ କର୍ତ୍ତବ୍ୟ ଅନୁଷ୍ଠାନ ଖେଳ ପଡିଆ ଠାରୁ ଧର୍ମଗଡ ଉତ୍ସଵ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପ୍ରାୟ ୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଧର୍ମଗଡ ସହ ଜିଲ୍ଲାପାଳ ଅଜୟ ତିର୍କି, ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, କର୍ତ୍ତବ୍ୟ ଅନୁଷ୍ଠାନ ମୂଖ୍ୟ ଅଶୋକ ପଟ୍ଟନାୟକ ଏଥିରେ ଅତିଥି ଭାବେ ଯୋଗ ଦେଇ ପତକା ଦେଖାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥଲେ। ମାଧବ ଲହଜଲ, ଖେଳ ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ଏହି ଅବସରରେ ଉପସ୍ଥିତ ଥିଲେ।

ପ୍ରତିଯୋଗିତାରେ ୧୦ କିମି ରାସ୍ତା କୁ ୩୨ ମିନିଟ ରେ ଅତିକ୍ରମ କରି କେସିଙ୍ଗା ବ୍ଲକ ଦେଓଗାଁ ଗ୍ରାମର ନେତ୍ରମଣି ଶବର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୩୩ ମିନିଟରେ କଲମପୁର ମଣ୍ଡଳ ଗ୍ରାମର ଗିରିଧାରୀ ବାଗ ଦ୍ବିତୀୟ ଏବଂ ଜୁନାଗଡ ବ୍ଲକ କୁଲିହାରି ଗ୍ରାମ ର ଦୂତି ନାରାୟଣ ତାଣ୍ଡି ୪୦ ମିନିଟ ରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହି ପରି ମହିଳା ଙ୍କ ମଧ୍ୟ ରେ ସ୍ଥାନୀୟ ବଡବସୁଲ ଖେଳ ପଡିଆ ଠାରୁ ଉତ୍ସବ ପଡ଼ିଆ ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ରେ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଥିଲା ଧର୍ମଗଡ ବ୍ଲକ ର ଝାର କୁଣ୍ଡା ମାଲ ଗ୍ରାମ ର ଯୁଗମଣି ଶବର ୩୩ମିନିଟ ସମୟ ନେଇ ପ୍ରଥମ, ବଡବସୁଲ ଗ୍ରାମ ର ପ୍ରୀତି ଶବର (୩୬ମି) ଦ୍ବିତୀୟ ଏବଂ ସରଧା ପୁର ଗ୍ରାମ ର ଚୁମନ୍ତି ମାଝୀ (୩୭ମି) ତୃତୀୟ ସ୍ଥାନ ଅଧିକାର କରିଥିଲେ ।ବିଜୟୀ ପ୍ରତିଯୋଗୀ ମାନଙ୍କୁ ଧର୍ମଗଡ ଉତ୍ସଵ ପଡିଆ ମଞ୍ଚ ରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଆସନ୍ତା ଦିନ ମୁଖ୍ୟ ମଞ୍ଚରେ ପୁରସ୍କୃତ କରାଯିବ। କ୍ରୀଡା କମିଟି ଅଧ୍ୟକ୍ଷ ସନ୍ତୋଷ ପାଣିଗ୍ରାହୀ, ଅଭୟ ବାଗ ଓ ଅନ୍ୟମାନେ ଖେଳ ପରିଚାଳନା କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
