କଳିଙ୍ଗ ସେନା ର ୨୫ତମ ପ୍ରତିଷ୍ଠା ଦିବସ ବହୁ ଆଡମ୍ବର ସହିତ ପାଳିତ
କଳିଙ୍ଗ ସେନା ୨୫ତମ ପ୍ରତିଷ୍ଠା ଦିବସ ଭୂବନେଶ୍ଵର ସ୍ଥିତ କସ୍ତୁରବା ନାରୀ ମହଲରେ ଆନନ୍ଦ ଉଲ୍ଲାସର ସହିତ ଆଞ୍ଚଳିକ ରାଜନୈତିକ ଦଳ କଳିଙ୍ଗ ସେନା ସର୍ବଦା ଓଡିଶା ଓ ଓଡ଼ିଆମାନଙ୍କ ପ୍ରତି ସମର୍ପିତ। କଳିଙ୍ଗ ସେନା ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଦଳ ନିରନ୍ତର ଚେଷ୍ଟା ଜାରି ରଖିଛି। କଳିଙ୍ଗ ସେନା ୨୫ତମ ପ୍ରତିଷ୍ଠା ଦିବସ ସମାରୋହରେ କଳିଙ୍ଗ ସେନା ସୁପ୍ରିମୋ ଶ୍ରୀଯୁକ୍ତ ହେମନ୍ତ ରଥ କହିଛନ୍ତି ଯେ ଆଞ୍ଚଳିକ ରାଜନୈତିକ ଦଳ ହିସାବରେ ଦୁଇ ଦଶନ୍ଧିର ଅଧିକ ସମୟ ଧରି କଳିଙ୍ଗ ସେନା ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ର ସୁରକ୍ଷା ପାଇଁ ବହୁଘାତ ପ୍ରତିଘାତ ସହି କାର୍ଯ୍ୟ ଜାରି ରଖିଛି। ଓଡ଼ିଆ ଯୁବକ ମାନଙ୍କୁ ନିଯୁକ୍ତି, ଚାଷୀମାନଙ୍କ ଆୟ ବୃଦ୍ଧି ସହିତ ସହିତ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବାପାଇଁ କଳିଙ୍ଗ ସେନା କାର୍ଯ୍ୟ କରିଆସୁଛି।

ପ୍ରତିଷ୍ଠା ଦିବସ ସମାରୋହରେ ଆୟୋଜିତ ସଭାରେ ଦଳର ସମ୍ପାଦକ ଅଶୋକ ସାହୁ,ସମୀର ପ୍ରଧାନ, ସମ୍ପାଦକ ମୋନାଲିସା ବିଶ୍ଵାଳ, ମଧୁସୁଦନ ସାହୁ, ସାଧାରଣ ସମ୍ପାଦକ ସର୍ବଶ୍ରୀ ବରଦା କାନ୍ତ ମହାନ୍ତି, ଲକ୍ଷ୍ମୀ ନାରାୟଣ ମହାପାତ୍ର,ଇ ମନୋଜ କୁମାର ନାୟକ, ସାଧାରଣ ସମ୍ପାଦକ ତଥା ମୂଖପାତ୍ର ଅମୁଲ୍ୟ କୁମାର ନାୟକ, ଉପସଭାପତି ଅବଦୁଲ କୟୁମ ଖାନ, ହିମାଂଶୁ ନାୟକ, ପ୍ରମୋଦ କୁମାର ନାୟକ ଓ ରମାକାନ୍ତ ଜେନା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରେ ଆଗାମୀ ଦିନରେ କଳିଙ୍ଗ ସେନା କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ମତ ରଖିଥିଲେ। ପ୍ରତିଷ୍ଠା ଦିବସରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳିଙ୍ଗ ଗଣମାଧ୍ୟମର ସଫଳ ବ୍ୟକ୍ତିତ୍ବ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେମାନଙ୍କ ମଧ୍ୟରେ ନନ୍ଦନକାନନ ର ଜଗନ୍ନାଥ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ, ନିଳାଦ୍ରୀ ବିହାର ଈଶାନେଶ୍ଵର ସଙ୍କୀର୍ତ୍ତନ ମଣ୍ଡଳୀ ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଗଣମାଧ୍ୟମ ବ୍ୟକ୍ତିଙ୍କ ମଧ୍ୟରେ ସର୍ବଶ୍ରୀ ସମ୍ବାଦର ଫଟୋ ସାମ୍ବାଦିକ ବିଭୁତି ସାହୁ, ସକାଳ ଖବର କାଗଜ ର ସନ୍ତୋଷ କୁମାର ପଣ୍ଡା,ସମାଜ ଖବରକାଗଜ ର ଫଟୋ ସାମ୍ବାଦିକ ଟିକନ ବିଶ୍ଵରଞ୍ଜନ ମିଶ୍ର,ନ୍ୟୁ_୧୮ ର ନିରୂପମା ବେହେରା, ପ୍ରିୟ ଖବରର ସମ୍ପାଦକ ରାଜ କିଶୋର ଦାସ, ସମାଜସେବୀ ଦୁର୍ଗା ଶଙ୍କର ମହାପାତ୍ର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରଧ୍ୟାପକ ଅଶୋକ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ କଳିଙ୍ଗ ସେନା ଦଳର ସାଧାରଣ ସମ୍ପାଦକ ତଥା ମୂଖପାତ୍ର ସୁମନ୍ତ କୁମାର ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲେ।ଦଳର ସଙ୍ଗଠନ ସମ୍ପାଦକ ସଞ୍ଜୟ କୁମାର ପ୍ରଧାନ ଶତାଧିକ କଳିଙ୍ଗ ସୈନିକଙ୍କୁ ଭୂବନେଶ୍ଵର ରେଳଷ୍ଟେସନ ରୁ ବିଶାଳ ଶୋଭାଯାତ୍ରା ରେ ବାହାରି କସ୍ତୁରବା ନାରୀ ମହଲ ସଭାସ୍ଥଳରେ ପହଞ୍ଚିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ପାଇକ ଆଖଡ଼ା,ଓଡିଶୀ ଏବଂ ଲୋକ କଳା ସଙ୍ଗିର୍ତ୍ତନକୁ ପରିଚାଳନା କରିଥିଲେ ସମ୍ପାଦିକା ମୋନାଲିସା ବିଶ୍ଵାଳ ।ସର୍ବାଶେଷରେ କଳିଙ୍ଗ ସେନା ର ସାଧାରଣ ସମ୍ପାଦକ ଶ୍ରୀ ଯୁକ୍ତ ବିଜୟ କୁମାର ରାଜ ଧନ୍ୟବାଦ ଅର୍ପଣ କରିଥିଲେ।
ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ
