February 10, 2026
Home » କିଡ୍‌ନି ରୋଗୀଙ୍କୁ ବିଜେଡି ଯୁବ ନେତା ଶାଶ୍ୱତ ନାୟକ ଙ୍କ ସହାୟତା

କିଡ୍‌ନି ରୋଗୀଙ୍କୁ ବିଜେଡି ଯୁବ ନେତା ଶାଶ୍ୱତ ନାୟକ ଙ୍କ ସହାୟତା

0
WhatsApp Image 2025-10-19 at 1.19.05 PM

 

ପାରାଦୀପ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମ ଦିନ ଅବସରରେ ଏରସମା ବ୍ଲକ୍ ଢିଙ୍କିଆ ପଞ୍ଚାୟତର କିଡନି ରୋଗରେ ଚିକିତ୍ସିତ ସୁବ୍ରତ ଦାସଙ୍କୁ ସହଯୋଗର ହାତ ଢ଼ାଇଲେ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶାଶ୍ବତ ନାୟକ l ଢ଼ିଙ୍କିଆ ଗ୍ରାମର ନଙ୍ଗୁଳି ଦାସଙ୍କ ରୋଜଗାରିଆ ପୁଅ ସୁବ୍ରତ ଦାସ କିଡନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜୁଥିବା ଖବର ଗତ କିଛିଦିନ ତଳେ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଖବର ପାଇ ଶ୍ରୀ ନାୟକ ବୁଧବାର ନଙ୍ଗୁଳିଙ୍କ ଘରେ ପହଞ୍ଚି ଚିକିତ୍ସିତଙ୍କୁ ଭେଟି ଆର୍ଥିକ ଅନଟନରେ ଦିନ କଟୁଥିବା ନଙ୍ଗୁଳିଙ୍କ ପରିବାରକୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରି ଅଧିକ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏତଦବ୍ୟତୀତ ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଥିବା ଜେଏସଡବ୍ଲୁ ପ୍ରକଳ୍ପରେ ତାଙ୍କ ପରିବାରର ଜଣଙ୍କୁ ଚାକିରୀ ଦେବାକୁ କମ୍ପାନୀକୁ ଅନୁରୋଧ କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି l

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *