କୁଆଁର ପୁନେଇଁ ଜହ୍ନ ଲୋ….୨୦୨୫ ଜମିଲା ଗ୍ରାମୀଣ ମହିଳା କ୍ରୀଡାର ଅପୂର୍ବ ସମ୍ଭାର

ପ୍ରାୟ ତିନିଶହ ପ୍ରତିଯୋଗୀ ଯୋଗଦେଲେ
ବ୍ରହ୍ମପୁର: ସଂସ୍କୃତି ପ୍ରେମୀ ଅତିଥି, ବହୁ ଗଣମାଧ୍ୟମ ବ୍ୟକ୍ତି ତଥା ଅଭିଜ୍ଞ ସମ୍ପନ୍ନ ବିଚାରକଙ୍କ ଗହଣରେ ଷୋଡ଼ଶ କୁଆଁର ପୁନେଇଁ ଜହ୍ନ ଲୋ କାର୍ଯ୍ୟକ୍ରମ ନିମନ୍ତେ ଖଲ୍ଲିକୋଟ ବିଶ୍ବିଦ୍ୟାଳୟ ଷ୍ଟାଡିୟମରେ ଲୁପ୍ତପ୍ରାୟ ଗ୍ରାମୀଣ ମହିଳା କ୍ରୀଡା ପ୍ରତିଯୋଗିତା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ର ଅଧ୍ୟକ୍ଷା ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଏହି କାର୍ଯକ୍ରମ ଅଭୂତ ପୂର୍ବ ବୋଲି ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥି ରୂପେ ଜିଲ୍ଲା ଅଥଲେଟିକ ଆସୋସିଏସନ୍ ର ସାଧାରଣ ସମ୍ପାଦକ କମେଶ୍ୱର୍ ରେ ଯୋଗଦେଇଥିଲେ।
କୁଆଁର ପୁନେଇଁ ଜହ୍ନ ଲୋ କାର୍ଯ୍ୟକ୍ରମର ସଭାନେତ୍ରୀ ତଥା ବିଶିଷ୍ଟ ମନସ୍ତତ୍ତ୍ବିତ୍ ସୁଦୀପ୍ତା ପାଣିଗ୍ରାହୀଙ୍କ ଉପସ୍ଥିତିରେ ତଥା କୁଆଁର ପୁନେଇ ସଙ୍ଗୀତର ଧୁନର ତାଳେ ତାଳେ ସାତଗୋଟି ଗ୍ରାମୀଣ ମହିଳା କ୍ରୀଡ଼ାରେ ବ୍ରହ୍ମପୁର ଓ ଆଖପାଖରୁ ପ୍ରାୟ ତିନି ଶହ ଝିଅ ଅଂଶଗ୍ରହଣ କରିଥିଲେ। ଫାଉଣ୍ଡେସନ ର ପ୍ରତିଷ୍ଠାତା ମଧୁ ମାୟା ଙ୍କ ଜ୍ୟେଷ୍ଠା କନ୍ୟା ମଞ୍ଜୁଶ୍ରୀ ବେବର୍ତ୍ତା ଉପସ୍ଥିତ ଥିଲେ। ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଟା ତଥା ଅନ୍ତର୍ଜ।ତିକ ଖ୍ୟାତିସମ୍ପନ୍ନ ମଞ୍ଚ ଉପସ୍ଥାପକ ହୃଷୀକେଶ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଫାଉଣ୍ଡେସନ ଓ କୁଆଁର ପୁନେଇ ଜହ୍ନ ଲୋ -୨୦୨୫ ଉତ୍ସବ କମିଟି ତରଫରୁ ତ୍ରିପତି ବାଲାଜି ପାତ୍ର, ଡକ୍ଟର ମିହିର କୁମାର ତ୍ରିପାଠୀ, ଡି.ସୋମେୟା, ସୁନିଲ ପଟ୍ଟନାୟକ, ଡକ୍ଟର ସବ୍ୟସାଚୀ ରଥ, ଭବାନୀ ଶଙ୍କର ମହାପାତ୍ର, ଡକ୍ଟର ବିଶ୍ୱନାଥ ପାଣିଗ୍ରାହୀ, ଶ୍ରୀକାନ୍ତ ପାଢ଼ୀ, ଭଗବାନ ମହାରଣା, ନଳିନୀକାନ୍ତ ଗୌଡ଼, ସୋନାଲି ପଣ୍ଡା, ଡକ୍ଟର ପ୍ରବୀର୍ ଦାଶ, ରବୀନ୍ଦ୍ର ଗୌଡ଼, ଧରିତ୍ରୀ ସାହୁ, କୃପାସିନ୍ଧୁ ସାହୁ, ସଂହିତା ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ସାହୁ, ବସନ୍ତ ସାହୁ, ଜିତୁନ ସାହୁ, ସୁଶାନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଙ୍ଗୀତରେ ଥିଲେ ମାଧବ ପାତ୍ର।
କ୍ରୀଡା କାର୍ଯ୍ୟକ୍ରମକୁ ବିଶିଷ୍ଟ କ୍ରୀଡ଼ାବିତ ବିନାୟକ ହୋତା ମୁଖ୍ୟ ବିଚାରକ ରୂପେ ପରିଚାଳନା କରିଥିବା ବେଳେ ଶରତ ମହାପାତ୍ର, ବାସନ୍ତୀ ପାତ୍ର, ମନୋରମା ମହାରଣା, ସୁଜାତା ରାଣୀ ବିଷୋୟୀ, ସୋନି ପଟ୍ଟନାୟକ, ରବୀନ୍ଦ୍ର ମହାରଣା, ବ୍ରଜ ଦାସ ପ୍ରମୁଖ ପରିଚାଳନା କରିଥିଲେ । ସମ୍ଭବ ହେଲଥ କେର ତରଫରୁ ପ୍ରତିଯୋଗୀ ମାନଙ୍କୁ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ଏହି ଅବସରରେ ଅନ୍ତର୍ଜାତୀୟ ଖେଳାଳୀ ତଥା ବ୍ରହ୍ମପୁର ଫିଜିକଲ ଏକାଡେମୀ ପ୍ରତିଷ୍ଠାତା ସୀମାଞ୍ଚଳ ବାରିକଙ୍କୁ ସମ୍ମାନିତ କରାଯାଇଥିଲା । ବିଭିନ୍ନ କ୍ରୀଡ଼ାରେ ଅଂଶୀକା ନାୟକ, ଅଞ୍ଜନା ମହାନ୍ତି, ରୀନା ବିସୋଇ, ଦିବ୍ୟାନି ଦାସବକ୍ସି,ପୁନମ ପାଣିଗ୍ରାହୀ, ରୂପାଲି ରାଉତ, ସୁଜାତା ପଣ୍ଡା, ସ୍ୱପ୍ନାରାଣୀ ସାହୁ,ସନ୍ତୋସିନୀ ସାହୁ, ଆରାଧ୍ୟ ରାଣୀ ବେହେରା, ପାୟଲ ସେଠୀ, ସାଗରିକା ସେଠୀ , ଲିଜା ବିସୋଇ, ଜ୍ୟୋତି ପାତ୍ର, ମଧୁସ୍ମିତା ପାଣିଗ୍ରାହୀ,ସୁଜାତା ସାମନ୍ତରାୟ, ରାଜଲକ୍ଷ୍ମୀ ଦାସ, ରେସମା ରେଡ୍ଡୀ, ନିବେଦିତା ମାଝୀ, ସୁହାବ ସୁର, ସୋନାଲି ମୋନି, ଦୀପ୍ତିମୟୀ ସାହୁ, ଅଜବି ମହାନ୍ତି, ଦିବ୍ୟଜ୍ୟୋତି ପଣ୍ଡା , ସୁଚିତ୍ରା ପଣ୍ଡା, ସାସ୍ବତୀ ବେହେରା ପମୁଖ କୃତିତ୍ୱ ହାସଲ କରଥିଲେ । ଏହି ବିଜୟିନୀମାନଙ୍କୁ ସୋମବାର ଠାରୁ ସ୍ତନ୍ତ୍ର ନୃତ୍ୟ ତାଲିମ ଦିଆଯିବ ବୋଲି କମିଟିର ସଂସ୍କୃତି ନିର୍ଦ୍ଦେଶକ ଡକ୍ଟର ମିହିର ତ୍ରିପାଠୀ କହିଛନ୍ତି । ତାଲିମ ପରେ ଏମାନେ କୁଆଁର ପୁନେଇଁ ଜହ୍ନ ଲୋ.. ମହୋତ୍ସବରେ ଆସନ୍ତା ମାସ ସାତ ତାରିଖ ଦିନ ଆଇଟିଆଇ ପରିସରରେ ଥିବା ଅଡିଟୋରିୟମରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ମୁଖ୍ୟ ଆବାହକ ଶ୍ରୀ ପାଣିଗ୍ରାହୀ କହିଛନ୍ତି ।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ